ତୁଟିଲା ବନକଲାଗି ବିବାଦ

ପୁରୀ,୯ା୮(ଅଜିତ ମହାନ୍ତି): ଦୀର୍ଘ ଦେଢ଼ ମାସ ଧରି ମହାପ୍ରଭୁଙ୍କ ବନକଲାଗି ହେବାକୁ ନେଇ ଲାଗିରହିଥିବା ବିବାଦ ଶେଷରେ ମଙ୍ଗଳବାର ସମାଧାନ ହୋଇଛି। ତେବେ ଶ୍ରୀବିଗ୍ରହମାନଙ୍କ ବୁଧବାର ବନକଲାଗି ନୀତି ହେବାକୁ ଯାଉଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଅପରପକ୍ଷେ ମହାପ୍ରଭୁଙ୍କ ବନକଲାଗି ନୀତି କରୁଥିବା ଦତ୍ତ ମହାପାତ୍ର ସେବକମାନେ ମଧ୍ୟ ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତିରେ ସହମତି ପ୍ରକାଶ କରି ବୁଧବାର ବନକଲାଗି କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ବନକଲାଗି ନ ହେବା କାରଣରୁ ମହାପ୍ରଭୁଙ୍କ ଶ୍ରୀମୁଖ ଆସ୍ତେ ଆସ୍ତେ ମଳିନ ପଡୁଥିବା ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିପଦଥିବା ସେବାୟତମାନେ ଚିନ୍ତା ପ୍ରକଟ କରିଥିଲେ। ପରେ ବହୁ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଶେଷରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୯ତାରିଖ (ବୁଧବାର) ବନକଲାଗି ହେବ ବୋଲି ସୂଚନା ଦିଆଯାଇଛି। ଏ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ମହାପ୍ରଭୁଙ୍କ ବନକଲାଗି ବୁଧବାର କରିବା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ ସୂଚନା ଦିଆଯାଇଛି। ନିଯୋଗଠାରୁ ବନକଲାଗି ପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତମହାପାତ୍ରମାନେ ନେଇଛନ୍ତି। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ପରେ ବନକଲାଗି ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ୫ଘଣ୍ଟା ନୀତି ଅନୁଷ୍ଠିତ ହେବ। ତେବେ ବନକଲାଗି ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ସୂଚନାଯୋଗ୍ୟ, ଘୋଷଯାତ୍ରା ପରଠାରୁ ମହାପ୍ରଭୁଙ୍କ ବନକଲାଗି ନେଇ ଅନିଶ୍ଚିତତା ଦେଖିବାକୁ ମିଳିଥିଲା। କେଉଁବାରରେ ବନକଲାଗି ହେବ ତାକୁ ନେଇ ଦତ୍ତ ମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଦେଖାଦେଇଥିଲା। ଦତ୍ତମହାପାତ୍ର ସେବକମାନେ ରେକର୍ଡ ଅଫ୍‌ ରାଇଟସ୍‌ ଅନୁଯାୟୀ ବନକଲାଗି ଗୁରୁବାର କରିବାକୁ କହୁଥିବାବେଳେ ୨୦୧୮ରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କହିଥିଲା। ଫଳରେ ଉଭୟ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍‌ ଦିଆଯିବା ସହ ବିକଳ୍ପ ବ୍ୟବସ୍ଥା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରି କି ବନକଲାଗି ପାଇଁ ଗୁରୁବାର ଯାଇଥିବା ଦତ୍ତମହାପାତ୍ର ସେବକମାନଙ୍କୁ ପ୍ରଶାସନ ପକ୍ଷରୁ ନୀତି କରିବା ପାଇଁ ନିର୍ଦ୍ଦେଶ ନ ଥିବାରୁ ଫେରିବାକୁ ପଡ଼ିଥିଲା। ବିବାଦ ଅଧିକ ବଢ଼ିବାରୁ ନୀତି ସବ୍‌କମିଟି ବୈଠକ ବସି ଏ ନେଇ ଆଲୋଚନା କରାଯାଇଥିଲା। ମାତ୍ର ଉକ୍ତ ବୈଠକରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନ ଥିଲା। ପରେ ପ୍ରଶାସନ ଯାହା ନିର୍ଦ୍ଦେଶ ଦେବ ସେହିଦିନ ବନକଲାଗି କରିବେ ବୋଲି ଦତ୍ତମହାପାତ୍ର ସୂଚନା ଦେଇଥିଲେ। ତେବେ ଗତ ବୁଧବାର ଶ୍ରୀମନ୍ଦିରରେ ନକ୍ଷତ୍ର ବନ୍ଦାପନା ଥିବାରୁ ବନକଲାଗି ପାଇଁ ପ୍ରଶାସନ ଅନୁମତି ଦେଇ ନଥିଲା। ସେହିପରି ଗୁରୁବାର ମାଜଣା ଏବଂ ଏକାନ୍ତ ନୀତି ରହୁଥିବାରୁ ବନକଲାଗି ନୀତିରେ ବିଳମ୍ବ ପରିଲଖିତ ହେବା ଲକ୍ଷ୍ୟ କରି ଗୁରୁବାର ମଧ୍ୟ ହୋଇ ନ ଥିଲା। ତେଣୁ ୯ ତାରିଖ ବୁଧବାର ବନକଲାଗି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୌଖିକ ଭାବେ ଜଣାଯାଇଥିଲା। ତେବେ ଗତ ୪ତାରିଖରେ ହୋଇଥିବା ପରିଚାଳନା ବୈଠକରେ ମଧ୍ୟ ବୁଧବାର ବନକଲାଗି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ମାସକୁ ଦୁଇଥର ବନକଲାଗି ହେବ। ଯଦି ବୁଧବାର କୌଣସି ନୀତି ବା ସମସ୍ୟା ଥାଏ, ତେବେ ଗୁରୁବାର ବନକଲାଗି କରାଯିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା କହିଥିଲେ। ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ହେବ ବୋଲି ଲିଖିତ ଭାବେ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଦତ୍ତ ମହାପାତ୍ର ସେବକ ସଞ୍ଜୟ ଦତ୍ତ ମହାପାତ୍ର କହିଛନ୍ତି, ଶେଷଥର ପାଇଁ ଆଡ଼ପମଣ୍ଡପରେ ହେରାପଞ୍ଚମୀ ପୂର୍ବଦିନ ବନକଲାଗି କରାଯାଇଥିଲା। ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାରକୁ ବନକଲାଗି ବୋଲି କୁହାଯାଇଥାଏ। ବନକଲାଗି ଫଳରେ ମହାପ୍ରଭୁଙ୍କ ଶ୍ରୀମୁଖ ସୁନ୍ଦର ଦିଶିଥାଏ। ତେବେ ପ୍ରଶାସନ ପକ୍ଷରୁ ବନକଲାଗି ପାଇଁ ସମସ୍ତ ଜିନିଷ ଯୋଗାଇ ଦିଆଯାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri