Posted inଫୁରସତ

ଗୋଇଠା କରାମତି

ନଟଖଟିଆ ନଟବରବାବୁ ବନାମ ମୋ ସାଙ୍ଗ ନଟିଆ ଯେମିତି ଢଙ୍ଗରେ ମୁହଁକୁ ଶୁଖେଇ ଆସୁଥିଲା, ତାକୁ ଦେଖି ମୋ ହାଲୁକ ଶୁଖିଗଲା । ମତେ ଲାଗୁଥିଲା କିଛି ଅଘଟଣ ପାଇଁ ତା’ ଅନ୍ତରାତ୍ମାକୁ ଖୁବ୍‌ ବାଧିଥିବାରୁ ବୋଧେ ସେ ଆତ୍ମହତ୍ୟା କରିବାକୁ ଯାଉଛି । ତାକୁ ଅଟକେଇ ପଚାରିଲି, ”ନଟରେ! ତୁ କ’ଣ ସତରେ ଆତ୍ମହତ୍ୟା କରିଦେବୁ?“ ଚାଉଁକିନା ଚମକି ପଡ଼ି ମତେ କହିଲା – ”ତୁ କେମିତି ଜାଣିଲୁ ?“ ତାକୁ ବୁଝେଇ କହିଲି, ଆମ୍ଭେ ଲେଖକ, କବି ସବୁ ମୁହଁର ଛବି ଦେଖି ଭାବି ପେଟକଥା କହିଦେଇପାରୁ ଯେମିତି ସୂଚୀପତ୍ରରୁ ବହିଭିତର ବିଷୟବସ୍ତୁ ଜଣାଗଲା ପରି । ତେବେ କ’ଣ ପାଇଁ ଜୀବନ ପ୍ରତି ଏତେ ବିତୃଷ୍ଣା ସାଙ୍ଗ ବୋଲି ମୋ ଆଗରେ ସତ କହ । ଚାପି ରଖିଥିବା କ୍ରୋଧଭରା କୋହ, ବଢ଼ିପାଣି ବନ୍ଧ ଭାଙ୍ଗି ମାଡ଼ିଗଲା ପରି ଭେଁଭେଁ ରଡ଼ିକରି କହିଲା, ମୋ ସ୍ତ୍ରୀ ପାଇଁ ମୁଁ ମରିବାକୁ ଯାଉଥିଲି । ନାଇଁ ନାଇଁ ମତେ ଘରଭିତରେ ଯାହା କହୁଥିଲୁ କି ପିଟୁଥିଲୁ ମୁଁ ସହୁଥିଲି । ହେଲେ କାଲି ଦାଣ୍ଡରେ ସବୁ ଲୋକଙ୍କ ଆଗରେ… ଏମିତି ଠିଆ ଗୋଇଠା ମାରିଲା ଯେ, ମୁଁ ନଟୁ ପରି ଘିରିଘିରି ତଳେ ପଡ଼ିଲାବେଳକୁ ସେ ଅଭଦ୍ର ଲୋକଗୁଡ଼ା କିରିକିରି ହୋଇ ହସିହସି ଗଡୁଥିଲେ । ଧିକ୍‌ ମୋ ପୁରୁଷପଣିଆ- ଧିକ୍‌ ମୋ ଜୀବନ । ସମସ୍ତଙ୍କ ସାମନାରେ ଯୋଉ ବେଇଜ୍ଜତ କଲା, ଭାବୁଛି ଘର ପଛେ ପୋଡୁ – ଛାରପୋକ ମରିବା ନ୍ୟାୟରେ ମୁଁ ମରିବି – ତାକୁ ବିଧବା କରି ବୁଦ୍ଧି ଶିଖେଇବି ।

ତା’ର ଏମନ୍ତ ଧୈର୍ଯ୍ୟହରା ଦେଖି କହିଲି, ଧ । ସେ ଧରିବାକୁ ଆସୁ ଆସୁ କହିଲି ଆରେ ମତେ ନୁହଁ, ଧୈର୍ଯ୍ୟ ଧ । ଆଚ୍ଛା କହିଲୁ, କ’ଣ ପାଇଁ ତତେ ଭାଉଜ ଏମିତି ଶକତ ଗୋଇଠା ମାରିଲା ? କହିଲା, ତୁ ତ ଜାଣୁ ମୁଁ ପିଏ। ମୁଁ କହିଲି ତୁ କିରାଣି ଚାକିରି କରି କେବେଠୁ କାହାର ପିଏ ହେଲୁଣି ? ମାନେ ଭାଉଜଙ୍କ ପର୍ସନାଲ ଆସିଷ୍ଟାଣ୍ଟ ତ ? ମୁରୁକି ହସି କହିଲା, ”ଆରେ ନାଇଁରେ। ମୁଁ ମାନୁଛି ନିଇତି ମାଲ୍‌ ପିଏ । ହେଲେ ମୁଁ କ’ଣ କାହା ବୋପା ପଇସାରେ ପିଏ? ମୋ ମେହନତି କମେଇରେ ମୁଁ ମାଲ୍‌ ପିଇଲି କି ଆଉ କୋଉଠି ଟଙ୍କା ଉଡ଼େଇଲି- ସେ କଥା କହିବାକୁ ସିଏ କିଏ ? ନା, ଏ ଗୋଇଠା ମାଡ଼ର ବଦଲା ନେବି ା ଆତ୍ମହତ୍ୟା କରିଦେବି । “

କରି ତା’ କଥା ଶୁଣୁଶୁଣୁ କହିଲି ତୁ ମହାଭାଗ୍ୟବାନ୍‌ । ଯିଏ ସ୍ତ୍ରୀ କିମ୍ବା ଅନ୍ୟଠୁ ଗୋଇଠା ମାଡ଼ ଖାଆନ୍ତି, ସେମାନେ ନରରୁ ନାରାୟଣ ମାନେ ଭଗବାନ ପାଲଟିଯା’ନ୍ତି । ହେଇ ଦେଖ ଛୁଆ ଯେତେବେଳେ ମା’ ଗର୍ଭରେ ଥାଏ, ଯେତେ ଗୋଇଠା ମାଡ଼ ଦେଉଥାଏ, ମା’ ସେତେ ଖୁସିହୁଏ । ଜନ୍ମପରେ କୋଳରେ ଧରିଲାବେଳେ ଯେତେ ଯେତେ ଗୋଇଠା ମାଡ଼ ଗୋଡ଼ ହଲେଇ ପିଟୁଥାଏ – ମା’ ସେତେ ହସୁଥାଏ । ବାପା କି ମା’ ସାନବେଳରୁ ପିଲାର ଗୋଇଠା ମାଡ଼ ଖାଇ ଖୁସି ହୁଅନ୍ତି ବୋଲି ମାତାପିତାଙ୍କୁ ଭଗବାନ୍‌ ବୋଲି କହନ୍ତି । ତା’ଛଡ଼ା ଶ୍ରୀବତ୍ସ ବ୍ରାହ୍ମଣ ଭଗବାନଙ୍କ ଛାତିକି ଗୋଇଠା ମାରିଲା । ନାରାୟଣ ଭକ୍ତ ଶ୍ରୀବତ୍ସ ପାଦକୁ ଆଉଁଶି କହିଲେ- ଲୋକେ କହନ୍ତି ମୋର କୁଆଡ଼େ କଠିନ ହୃଦୟ ପଥର ଛାତି । ତା’ ପାଦକୁ କେଡ଼େ କଷ୍ଟ ଲାଗି ନ ଥିବଟି । ଶ୍ରୀକୃଷ୍ଣ ବି ଶ୍ରୀରାଧାଙ୍କ ପାଦକୁ ଧରି କହୁଥିଲେ ”ସ୍ମରଗରଳ ଖଣ୍ଡନଂ ମମଶିରସି ମଣ୍ଡନଂ ଦେହି ପଦ ପଲ୍ଲବ ମୁଦାରମ୍‌ । “ ପ୍ରିୟାର ପାଦ ମଥାରେ ରଖିଲେ କୁଆଡ଼େ ସବୁ ପୀଡ଼ା ପଳାଏ । ଆଉ ତୋ ପତ୍ନୀଙ୍କ ପଦାଘାତରେ ଯଦି ମଦ୍ୟପାନର ନିଶା ସହିତ ଦେହର ପୀଡ଼ା ନ ଯାଇଥାନ୍ତା, ତେବେ କ’ଣ ସେଇଠୁ ଉଠି ଏଯାଏ ଆସିପାରିଥାନ୍ତୁ ? କଥାରେ ଅଛି, ପତ୍ନୀଙ୍କ ଗୋଇଠା ଯାହାଠି ବାଜଇ / ଦିବ୍ୟଜ୍ଞାନ ତା’ଠି ଉଦେ ହୋଇ । ଯେମିତି କାଳୀଦାସ ପତ୍ନୀଙ୍କଠାରୁ ଗୋଇଠା ମାଡ଼ ଖାଇଲାପରେ ମହାମୂର୍ଖରୁ କେତେବଡ଼ କବି ହୋଇଗଲେ । ତେଣୁ ପତ୍ନୀ ପାଦ ତୋ’ଠି ବାଜିଛି ମାନେ, ତୁ ଭଗବାନ ତୁଲ୍ୟ ଦିନେ ଜଗତ ବିଖ୍ୟାତ ହେବୁ ବୋଲି ମୋ ମନ କହୁଛି ା ଯା ତା’ ଚରଣ ଧରି ଆଉଁଶି ପକା ା ଆହା ! ତୋ ଟାଣୁଆ ଦେହରେ ବାଜି ତା’ କୋମଳ ପାଦକୁ କେଡ଼େ କଷ୍ଟ ହୋଇ ନ ଥିବ ସତେ !

ଆଚ୍ଛା ବିଜ୍ଞ, ରାଜନେତାମାନେ ବଡ଼ ହେବାପାଇଁ ସାଧୁ ଭେକଧାରୀ ନକଲିବାବାଙ୍କ ପଦଧୂଳି ମୁଣ୍ଡରେ ବୋଳି, ଚରଣାମୃତ ପାନକରି ରାଇଜ ବିଖ୍ୟାତ ହୋଇଛନ୍ତି ଆପଣାର ଗାଢ଼ ବିଶ୍ୱାସ ବଳରେ । ବିଶ୍ୱାସରେ ପଥର ବି ଦେବତା ହୋଇଯା’ନ୍ତି । ଆଉ ମଣିଷ ତ ଜୀବନ୍ତ । କେତେ ଭଣ୍ଡଙ୍କ ଗୋଇଠା ମାଡ଼ ଖାଇ ବିଶ୍ୱାସ ବଳେ ଦୁରାରୋଗ୍ୟ ବ୍ୟାଧି ବି ଭଲହୋଇଯିବାର ଶୁଣାଯାଏ ା ତୁ ମହାଭାଗ୍ୟବାନ୍‌ ଯିଏ ଅଯାଚିତ ପଦାଘାତ ପତ୍ନୀ ତରଫରୁ ପ୍ରାପ୍ତି ହୋଇଛି ।

ଏଥର ନଟିଆ ମତେ କୁଣ୍ଢେଇ କହିଲା, ହଁ ତ । ତୁ ଏତେ ଶାସ୍ତ୍ର ପୁରାଣର ଉଦାହରଣ ଦେଇ କ’ଣ କେବେ ମିଛ କହିପାରୁ ? ନା ସତ ପୂରା ସତ। ତା’ଛଡ଼ା ମୁଁ ସିନା ମରଦ ହେଇ ମଦ ପିଇବାରୁ ପଦାଘାତ ହେଲା ! ମୁଁ ହସିହସି କହିଲି, ହେଇ, ତୋର ବି ଦିବ୍ୟଜ୍ଞାନ ଫୁଟିଲାଣି, ଭୁଲ୍‌ ବୁଝିଲୁଣି ।

କଥାରେ ପମ୍ପ ନ ଥିବା ଫୁଟ୍‌ବଲ୍‌ ପୁନଃ ଫୁଲି ଡେଇଁଲା ଭଳିଆ ଡେଇଁ ଡେଇଁ ଯାଇ ପତ୍ନୀ ପାଦ ଆଉଁଶି ସବୁ ଭୁଲ୍‌ ସ୍ବୀକାର କରି ମଦ ଛାଡ଼ିବାର ସଂକଳ୍ପ ନେଇଗଲା । ଭୁଲ୍‌ ମାନି କହିଲା, ଧନ୍ୟରେ ନାରୀ । ଗୋଇଠା ପ୍ରଦାନକାରୀ, ଜ୍ଞାନଦାତ୍ରୀ ା ତୁମ ପଦାଘାତ ବଳରେ ବନ୍ଧୁଦର୍ଶନ ଓ ମୋର ଦିବ୍ୟଜ୍ଞାନ ଉଦୟ ସିନା ହେଲା ।

ଫକୀରମୋହନଙ୍କ ଲେଖାରେ ମଦୁଆ ଚନ୍ଦ୍ରମଣିଙ୍କୁ ପତ୍ନୀ ସୁଲୋଚନା ଝାଡୁରେ ବାଡ଼େଇବା ପରେ ଯେମିତି ଅନୁତାପ କରି କ୍ଷମା ମାଗିଥିଲେ ଠିକ୍‌ ସେମିତି ନଟିଆ ପତ୍ନୀ ସୁଲକ୍ଷଣା ପାଦଧରି ପତିଙ୍କୁ କ୍ଷମା ମାଗି କହିଲେ, ”ଯେତେହେଲେ ତମେ ମୋର ସ୍ବାମୀ – ଇହ ପର କାଳ ଦେବତା । ମତେ କ୍ଷମା କରିଦିଅ ା“
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ, ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri