୧୦୩ ଡିଗ୍ରୀ ଜ୍ୱରରେ ଏହି ଗୀତ ଶୁଟିଂ କରିଥିଲେ ଶ୍ରୀଦେବୀ: ଦୁଇ ଝିଅଙ୍କ ନାମ ଦେବା ପୂର୍ବରୁ ସ୍ବାମୀ….

ବଲିଉଡର ‘ଚାନ୍ଦନୀ’ ଏବଂ ଲୋକଙ୍କ ହୃଦୟରେ ରାଜ କରୁଥିବା ଶ୍ରୀଦେବୀଙ୍କୁ ସିନେମା ଜଗତର ପ୍ରଥମ ମହିଳା ସୁପରଷ୍ଟାର ବୋଲି କୁହାଯାଏ। ଶ୍ରୀଦେବୀଙ୍କୁ ଲେଡି ଅମିତାଭ ବଚ୍ଚନ ଏବଂ ପ୍ରଥମ ସୁପରଷ୍ଟାର ମାନ୍ୟତା ଦିଆଯାଇଛି। ୧୯୬୩ ଅଗଷ୍ଟ ୧୩ରେ ଜନ୍ମଗ୍ରହଣ କରିଥିବା ଶ୍ରୀଦେବୀ ଚାରି ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିଲେ। ୧୯୬୭ ତାମିଲ ଚଳଚ୍ଚିତ୍ର ‘କନ୍ଦନ କରୁଣାଇ’ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ। ବଲିଉଡରେ ପାଦ ଦେବା ପୂର୍ବରୁ ଶ୍ରୀଦେବୀ ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ। ଶ୍ରୀଦେବୀ ବଲିଉଡରେ ୪ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଅଭିନୟ ସହିତ ଲୋକଙ୍କ ମନୋରଞ୍ଜନ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା। ବହୁତ କମ ଲୋକ ଜାଣିଥିବେ ଯେ, ଶ୍ରୀଦେବୀଙ୍କ ପ୍ରକୃତ ନାମ ଶ୍ରୀଦେବୀ ନୁହେଁ । ଶ୍ରୀଦେବୀଙ୍କ ପ୍ରକୃତ ନାମ ଥିଲା ଆମ୍ମା ୟାଙ୍ଗର୍‌ ଆୟାପନ ।

କୁହାଯାଉଛି ଯେ ଫିଲ୍ମ ‘ଜୁରାସିକ ପାର୍କ’ରେ ଷ୍ଟିଭେନ ସ୍ପିଲବର୍ଗଙ୍କ ଦ୍ୱାରା ଶ୍ରୀଦେବୀଙ୍କୁ ଏକ ଛୋଟ ଭୂମିକା ଦିଆଯାଇଥିଲା। ସେତେବେଳେ ଶ୍ରୀଦେବୀ ଏହି ଭୂମିକାକୁ ମନା କରି କହିଥିଲେ, ଏହା ତାଙ୍କ ସ୍ଥିତି ଅନୁଯାୟୀ ନୁହେଁ। ଶ୍ରୀଦେବୀ ବଲିଉଡର ଅଧିକାଂଶ କଳାକାରଙ୍କ ସହ କାମ କରିଛନ୍ତି। ତାଙ୍କ ସମସ୍ତ ଚଳଚ୍ଚିତ୍ର ସୁପରହିଟ ହୋଇଥିଲା।

୧୯୮୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଚଲବାଜ’ର ସୁପରହିଟ ଗୀତ’ ନା ଜାନେ କାହାଁ ସେ ଆୟା ହୈ’ ଶୁଟିଂ ୧୦୩ ଡିଗ୍ରୀ ଜ୍ୱରରେ କରିଥିଲେ। ଶ୍ରୀଦେବୀ ଅନିଲ କପୁରଙ୍କ ସହ ତାଙ୍କ କ୍ୟାରିୟରରେ ସର୍ବାଧିକ ସଂଖ୍ୟକ ଫିଲ୍ମ କରିଛନ୍ତି। କୁହାଯାଏ ଯେ, ଫିଲ୍ମ ‘ବେଟା’ ପ୍ରଥମେ ଶ୍ରୀଦେବୀଙ୍କୁ ଦିଆଯାଇଥିଲା କିନ୍ତୁ ସେ ଅନିଲଙ୍କ ସହ ଅନେକ ଫିଲ୍ମ କରିଛନ୍ତି ବୋଲି କହି ସେ ଏହା କରିବାକୁ ମନା କରିଦେଇଥିଲେ। ଶ୍ରୀଦେବୀଙ୍କର ଦୁଇ ଝିଅ ଖୁସି ଏବଂ ଜାହ୍ନଭି ଅଛନ୍ତି। କୁହାଯାଉଛି ଯେ, ସ୍ବାମୀ ବୋନି କପୁର ଶ୍ରୀଦେବୀଙ୍କ ଦୁଇଟି ଫିଲ୍ମ ଦେଖିବା ପରେ ଉଭୟଙ୍କ ନାମ ଦେଇଥିଲେ। ଏହି ଫିଲ୍ମ ହେଲା ‘ଯୁଦାଇ’ ଏବଂ ‘ହମାରା ଦିଲ ଆପକେ ପାସ ହ’।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri