୧୦୩ ଡିଗ୍ରୀ ଜ୍ୱରରେ ଏହି ଗୀତ ଶୁଟିଂ କରିଥିଲେ ଶ୍ରୀଦେବୀ: ଦୁଇ ଝିଅଙ୍କ ନାମ ଦେବା ପୂର୍ବରୁ ସ୍ବାମୀ….

ବଲିଉଡର ‘ଚାନ୍ଦନୀ’ ଏବଂ ଲୋକଙ୍କ ହୃଦୟରେ ରାଜ କରୁଥିବା ଶ୍ରୀଦେବୀଙ୍କୁ ସିନେମା ଜଗତର ପ୍ରଥମ ମହିଳା ସୁପରଷ୍ଟାର ବୋଲି କୁହାଯାଏ। ଶ୍ରୀଦେବୀଙ୍କୁ ଲେଡି ଅମିତାଭ ବଚ୍ଚନ ଏବଂ ପ୍ରଥମ ସୁପରଷ୍ଟାର ମାନ୍ୟତା ଦିଆଯାଇଛି। ୧୯୬୩ ଅଗଷ୍ଟ ୧୩ରେ ଜନ୍ମଗ୍ରହଣ କରିଥିବା ଶ୍ରୀଦେବୀ ଚାରି ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିଲେ। ୧୯୬୭ ତାମିଲ ଚଳଚ୍ଚିତ୍ର ‘କନ୍ଦନ କରୁଣାଇ’ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ। ବଲିଉଡରେ ପାଦ ଦେବା ପୂର୍ବରୁ ଶ୍ରୀଦେବୀ ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ। ଶ୍ରୀଦେବୀ ବଲିଉଡରେ ୪ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଅଭିନୟ ସହିତ ଲୋକଙ୍କ ମନୋରଞ୍ଜନ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା। ବହୁତ କମ ଲୋକ ଜାଣିଥିବେ ଯେ, ଶ୍ରୀଦେବୀଙ୍କ ପ୍ରକୃତ ନାମ ଶ୍ରୀଦେବୀ ନୁହେଁ । ଶ୍ରୀଦେବୀଙ୍କ ପ୍ରକୃତ ନାମ ଥିଲା ଆମ୍ମା ୟାଙ୍ଗର୍‌ ଆୟାପନ ।

କୁହାଯାଉଛି ଯେ ଫିଲ୍ମ ‘ଜୁରାସିକ ପାର୍କ’ରେ ଷ୍ଟିଭେନ ସ୍ପିଲବର୍ଗଙ୍କ ଦ୍ୱାରା ଶ୍ରୀଦେବୀଙ୍କୁ ଏକ ଛୋଟ ଭୂମିକା ଦିଆଯାଇଥିଲା। ସେତେବେଳେ ଶ୍ରୀଦେବୀ ଏହି ଭୂମିକାକୁ ମନା କରି କହିଥିଲେ, ଏହା ତାଙ୍କ ସ୍ଥିତି ଅନୁଯାୟୀ ନୁହେଁ। ଶ୍ରୀଦେବୀ ବଲିଉଡର ଅଧିକାଂଶ କଳାକାରଙ୍କ ସହ କାମ କରିଛନ୍ତି। ତାଙ୍କ ସମସ୍ତ ଚଳଚ୍ଚିତ୍ର ସୁପରହିଟ ହୋଇଥିଲା।

୧୯୮୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଚଲବାଜ’ର ସୁପରହିଟ ଗୀତ’ ନା ଜାନେ କାହାଁ ସେ ଆୟା ହୈ’ ଶୁଟିଂ ୧୦୩ ଡିଗ୍ରୀ ଜ୍ୱରରେ କରିଥିଲେ। ଶ୍ରୀଦେବୀ ଅନିଲ କପୁରଙ୍କ ସହ ତାଙ୍କ କ୍ୟାରିୟରରେ ସର୍ବାଧିକ ସଂଖ୍ୟକ ଫିଲ୍ମ କରିଛନ୍ତି। କୁହାଯାଏ ଯେ, ଫିଲ୍ମ ‘ବେଟା’ ପ୍ରଥମେ ଶ୍ରୀଦେବୀଙ୍କୁ ଦିଆଯାଇଥିଲା କିନ୍ତୁ ସେ ଅନିଲଙ୍କ ସହ ଅନେକ ଫିଲ୍ମ କରିଛନ୍ତି ବୋଲି କହି ସେ ଏହା କରିବାକୁ ମନା କରିଦେଇଥିଲେ। ଶ୍ରୀଦେବୀଙ୍କର ଦୁଇ ଝିଅ ଖୁସି ଏବଂ ଜାହ୍ନଭି ଅଛନ୍ତି। କୁହାଯାଉଛି ଯେ, ସ୍ବାମୀ ବୋନି କପୁର ଶ୍ରୀଦେବୀଙ୍କ ଦୁଇଟି ଫିଲ୍ମ ଦେଖିବା ପରେ ଉଭୟଙ୍କ ନାମ ଦେଇଥିଲେ। ଏହି ଫିଲ୍ମ ହେଲା ‘ଯୁଦାଇ’ ଏବଂ ‘ହମାରା ଦିଲ ଆପକେ ପାସ ହ’।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri