ମାତିଲେ ଦୁର୍ବୃତ୍ତ: ରାତାରାତି ୨ ଦୋକାନରୁ ନେଇଗଲେ ୧୬ ଲକ୍ଷ

ବ୍ରହ୍ମପୁର ଅଫିସ,୧୩।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଏବେ ଦୁର୍ବୃତ୍ତ ମାତିଛନ୍ତି। ଗୋଟିଏ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପୃଥକ ସ୍ଥାନରେ ଥିବା ଦୁଇଟି ଦୋକାନରେ ଏହି ଦୁର୍ବୃତ୍ତ କଳାକାନା ବୁଲାଇଛି। ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଖବରପାଇ ବୈଦ୍ୟନାଥପୁର ଥାନା ପୋଲିସ ଏବେ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି। ଗେଟବଜାର-ନୂଆ ବସଷ୍ଟାଣ୍ଡ ରୋଡ଼ ଶିବ ମନ୍ଦିର ସମ୍ମୁଖରେ ଥିବା ଏସିଆନ ସୁପର ବଜାର ତଥା ଫୁଟୱେର ନାମକ ସୋରୁମ ଭିତରେ ଥିବା ୩ଟି କାଉଣ୍ଟରରୁ ୮ଲକ୍ଷ ୦୪ ହଜାର ଟଙ୍କା ଚୋରି ହୋଇଥବା ନେଇ ଥାନାରେ ଅଭିଯୋଗ ହୋଇଛି । ସୋରୁମ ମାଲିକ ମହମ୍ମଦ ଇରଫାନ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।
ସେହିପରି ଉକ୍ତ ଥାନା ଅନ୍ତର୍ଗତ ବ୍ରହ୍ମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପାର୍ଥି ପ୍ଲାଏଉଡ ଆଣ୍ଡ ଇଲେକ୍ଟ୍ରିକାଲ ଦୋକାନର କ୍ୟାସ କାଉଣ୍ଟରରୁ ପ୍ରାୟ ୮ ଲକ୍ଷ ଟଙ୍କା ଚୋରି ହୋଇଥିବା ମାଲିକ ରବି କିରନ ଅଭିଯୋଗ କରିଛନ୍ତି । ଦୁଇଟି ଯାକ ଚୋରି ଏକା ଢଙ୍ଗରେ ହୋଇଥିବାରୁ ଗୋଟିଏ ଗ୍ୟାଙ୍ଗ ଏଥିରେ ସାମିଲ ଥିବା ପୋଲିସ ସନ୍ଧେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରରେ ବିକ୍ରି ହେବ ମାଛ ଖାଦ୍ୟ, ଔଷଧ

ଭଞ୍ଜନଗର,୧୪।୯(ଡି.ଏନ.ଏ)-ନବ ନିଯୁକ୍ତ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକ ଶୁକ୍ରବାର ଭଞ୍ଜନଗର ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନରେ ଆସିଥିଲେ। କେନ୍ଦ୍ରର ବିଭିନ୍ନ...

କଅଁଲି ବଏସେ ପେଟ୍‌ପୁଷା ଚିନ୍‌ତା

ବିଜେପୁର, ୨୦।୩ (ଡି.ଏନ୍‌.ଏ.)- ଆଝିର୍‌ ଦୁନିଆଁଥି କିଛି ଅସମ୍ଭବ ନୁହେ। ବାହାଜାଂଗଲ ମାଜ୍‌ଲେ ପେଟ୍‌ କେଭେ ଅପୁଷା ନାଇଁ ରହେ। ହେଲେ ଏଛେନ୍‌ ବି ନିଜର୍‌...

ପୁରୀ ଜିଲା ବିଜେଡି-ଭାଜପା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ ଅଫିସ,୨୬।୧: ପୁରୀ ଜିଲା ବିଜୁ ଜନତା ଦଳ ପକ୍ଷରୁ ସିଂହଦ୍ବାର ଏମାର ଚକଡା ମଙ୍ଗୁ ମଠ ସମ୍ମୁଖରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ...

୧ ଲକ୍ଷ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ

ଅନୁଗୋଳ ଅଫିସ, ୨୦।୧: ଅନୁଗୋଳ ଜିଲାରେ ରବିବାରଠାରୁ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ...

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ବ୍ରହ୍ମପୁର ଆମ୍ବ ମାର୍କେଟ

ବ୍ରହ୍ମପୁର ଅଫିସ,୧୧ା୫: ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ ସୋମବାରଠାରୁ ଆମ୍ବ ମାର୍କେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି। ଗଞ୍ଜାମ...

ପେଟ୍ରୋଲରେ ପାଣି ମିଶାକୁ ନେଇ ଉତ୍ତେଜନା

ଗୋପ,୨୨।୨(ଡି.ଏନ୍‌.ଏ.): ଗୋପ-ନିମାପଡ଼ା ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶିବାକୁ ନେଇ ରବିବାର ଉତ୍ତେଜନା ଦେଖାଯାଇଥିଲା। ବହୁ ଯୁକ୍ତିତର୍କ ପରେ ଟାଙ୍କି ମାଲିକ...

ଥଇଥାନ ଦାବିରେ ମାଛ, ମାଂସ ବିକ୍ରେତା ସଂଘର ଆନ୍ଦୋଳନ ଧମକ: ସୋମବାରଠାରୁ ଦୋକାନ ବନ୍ଦ ନିଷ୍ପତ୍ତି

ପାଲଲହଡା,୨୦।୧୧(ଡି.ଏନ.ଏ.)-ଥଇଥାନ ଦାବିରେ ପାଲଲହଡା ସଦର ମହକୁମାସ୍ଥିତ ମାଛ, ମାଂସ ବିକ୍ରେତା ସଂଘ ପକ୍ଷରୁ ଆନ୍ଦୋଳନ ଧମକ ଦିଆଯାଇଛି। ଆସନ୍ତା ସୋମବାରଠାରୁ ସଦର ମହକୁମାଠାରେ ଥିବା ସମସ୍ତ...

ରଣପୁର ଥାନାରେ ଦଲାଲ ସର୍ବେସର୍ବା, ଥାନାକୁ ଯିବାକୁ ଡରୁଛନ୍ତି ଲୋକେ: ଅଧିକାଂଶ ଘଟଣାରେ ରଖାଯାଉନି ଏତଲା

ରଣପୁର,୧୧ା୧ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଚାଲିଛି ଦଲାଲଙ୍କ ରାଜ୍‌। ସେମାନଙ୍କ ବିନା ସହଯୋଗରେ ନ୍ୟାୟ ମିଳୁନି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ...

Advertisement


Archives

Model This Week