ଉଦ୍ଧାର ହୋଇପାରୁନି ଶ୍ରୀବଳଦେବଜୀଉଙ୍କ ଭୂସମ୍ପତ୍ତି

କେନ୍ଦ୍ରାପଡ଼ା,୧୦ା୫ (ଜଗନ୍ନାଥ ଧଳ): ଆସନ୍ତା ଜୁଲାଇ ୭ରେ ରଥଯାତ୍ରା। କେନ୍ଦ୍ରାପଡ଼ା ସହର ଇଚ୍ଛାପୁରସ୍ଥିତ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ଅକ୍ଷୟତୃତୀୟା ଅର୍ଥାତ ଶୁକ୍ରବାର କାଠ ଅନୁକୂଳ ହେବ। ଶ୍ରୀଜୀଉଙ୍କ ରଥଯାତ୍ରା ସହ ବାର୍ଷିକ ନୀତିକାନ୍ତି ପାଇଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ତେବେ ଦାନବାକ୍ସ ଓ ଅନ୍ୟ ଆୟ ଉତ୍ସରୁ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ଆସୁ ନ ଥିବାରୁ ଆଗାମୀଦିନରେ ଏହାର ପ୍ରଭାବ ଶ୍ରୀଜୀଉଙ୍କ ନୀତିକାନ୍ତି ଉପରେ ପଡିବ ବୋଲି ବହୁ ଶ୍ରଦ୍ଧାଳୁ ଓ ସେବାୟତମାନେ ମତ ଦେଇଛନ୍ତି। ଅପରପକ୍ଷରେ ଶ୍ରୀଜୀଉଙ୍କ ଜମି ଜବରଦଖଲରୁ ମୁକ୍ତ ହୋଇପାରିଲେ ଏହି ସ୍ଥିତିରେ କିଛି ସୁଧାର ଆସିପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଶ୍ରଦ୍ଧାଳୁ ତଥା ସୂଚନା ଅଧିକାର କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ୧୯୭୪ ମସିହାରେ ରାଜ୍ୟ ଦେବୋତ୍ତର ବିଭାଗ ଆଇନର ଧାରା ୬ ଓ ୭ରେ ୮୬୬.୯୯ ଏକର ଭୂସମ୍ପତ୍ତି ଶ୍ରୀଜୀଉଙ୍କ ନାମରେ ଫଇସଲା ହୋଇଛି। ଏହି ଫଇସଲା ପରେ ତତ୍କାଳୀନ ସମୟରୁ ଅଦ୍ୟାବଧି ଜମିର ଖଜଣା ଓ ଜଳକର ପୈଠ ହେଉଛି। ମାତ୍ର ଏଥିମଧ୍ୟରୁ ଶତାଧିକ ଏକର ଜମି ଜବରଦଖଲକାରୀଙ୍କ କବଳରେ ଅଛି। ମାର୍ଫତଦାରଙ୍କ ନିକଟରେ ଥିବା ୨୩୨ ଏକର ଓ ସିକିମ ପ୍ରଜାଙ୍କ ନିକଟରେ ଥିବା ୧୧୭.୩୫ ଏକର ଜମିରୁ କୌଣସି ଆୟ ଦେବୋତ୍ତର ଟ୍ରଷ୍ଟ ଫଣ୍ଡକୁ ଆସୁନାହିଁ। ଟ୍ରଷ୍ଟ ବୋର୍ଡ ଅଧୀନ ୧୪୬ ଏକର ଚାଷ ଜମିର ଆୟ ଏହି ମନ୍ଦିର ରୀତିନୀତି ସହ ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳସ୍ଥ ଲଛମନଜୀଉଙ୍କ ମନ୍ଦିର ପାଇଁ ପୃଥକ୍‌ ଭାବେ ବିନିଯୋଗ ହେଉଛି। ୨.୨ ଏକରରେ ଶ୍ରୀଜୀଉଙ୍କ ଦେବସ୍ଥଳ, ୧୦ ଏକରରେ ରଥଦାଣ୍ଡ, ୨ ଏକର ଜମିରେ ଗୋରୁହାଟ (ଅବ୍ୟବହୃତ), ୮ଏକରର ପୁଷ୍କରିଣୀକୁ ବାଦ୍‌ ଦେଲେ ୧୬୦ ଏକର ପତିତ ଜମିରୁ ଟଙ୍କାଟିଏ ଆୟ ହେଉନାହିଁ। ଶ୍ରୀଜୀଉଙ୍କ ନିଜ ଦଖଲରେ ଥିବା ୧୯୨.୮୬ ଏକର ଚାଷ ଜମିରୁ ମାତ୍ର ୩୫୦ବସ୍ତା ଧାନ ଆଦାୟ ହେଉଛି। ଏ ବାବଦରେ ମିଳୁଥିବା ଆୟ ତୁଳନାରେ ସମସ୍ତ ସମ୍ପତ୍ତିର ଖଜଣା ଓ ଜଳକର ଢେର ଅଧିକ ବୋଲି ସେ ମତ ଦେଇଛନ୍ତି। ବୁଦ୍ଧିଜୀବୀ ରାଜେଶ କୁମାର ବେହେରା କହିଛନ୍ତି, ଶ୍ରୀଜୀଉଙ୍କ ପତିତ ଜମି ଉଦ୍ଧାର ପାଇଁ ୨୦୦୭ ମସିହାରେ ତତ୍କାଳୀନ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଜମିକୁ ଜବରଦଖଲରୁ ମୁକ୍ତ କରିବା ପାଇଁ ଜିଲାପାଳଙ୍କୁ ଏକ ନିର୍ଦ୍ଦେଶନାମା ବୈଠକ ପରେ ମିଳିଥିଲା। ଏପରି ପଦକ୍ଷେପ ସତ୍ତ୍ୱେ ଦୀର୍ଘ ୧୬ ବର୍ଷ ହେଲା ଜମିକୁ ଜବରଦଖଲରୁ ମୁକ୍ତ କରାଯାଇପାରୁ ନାହିଁ। ଏଥିପାଇଁ ପ୍ରଶାସନର ଅସହଯୋଗ ଓ ଟ୍ରଷ୍ଟ ବୋର୍ଡର ଉଦାସୀନତା ଦାୟୀ ବୋଲି ବୁଦ୍ଧିଜୀବୀ ବେହେରା କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେବାୟତ ଗଗନ ପତ୍ରୀ, ନୃସିଂହ ପ୍ରସାଦ ପତ୍ରୀ, ଶଶିକାନ୍ତ ସୁଆର ପ୍ରମୁଖ କହିଛନ୍ତି, ଦୈନନ୍ଦିନ ନୀତିକାନ୍ତି, ରଥ ଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣି ପାଇଁ ବାର୍ଷିକ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆବଶ୍ୟକ। ଶ୍ରୀଜୀଉଙ୍କ ରଥଦାଣ୍ଡ, ଭୋଗ ଓ ଦୀପ ଦୋକାନର ନିଲାମ ସହ ଶ୍ରଦ୍ଧାଳୁଙ୍କ ଦାନବାକ୍ସ ଏସବୁ ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ନୁହେଁ। ପୁରୀ ଶ୍ରୀକ୍ଷେତ୍ର ପରି ତୁଳସୀକ୍ଷେତ୍ରର ଗୁରୁତ୍ୱ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବା ଆବଶ୍ୟକ। ଯାହାଫଳରେ ଶ୍ରୀଜୀଉଙ୍କ ପରିଚାଳନା ସୁରୁଖୁରୁରେ ହୋଇପାରିବ। ଏ ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ଜବରଦଖଲ ଜମିର ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri