ଉଦ୍ଧାର ହୋଇପାରୁନି ଶ୍ରୀବଳଦେବଜୀଉଙ୍କ ଭୂସମ୍ପତ୍ତି

କେନ୍ଦ୍ରାପଡ଼ା,୧୦ା୫ (ଜଗନ୍ନାଥ ଧଳ): ଆସନ୍ତା ଜୁଲାଇ ୭ରେ ରଥଯାତ୍ରା। କେନ୍ଦ୍ରାପଡ଼ା ସହର ଇଚ୍ଛାପୁରସ୍ଥିତ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ଅକ୍ଷୟତୃତୀୟା ଅର୍ଥାତ ଶୁକ୍ରବାର କାଠ ଅନୁକୂଳ ହେବ। ଶ୍ରୀଜୀଉଙ୍କ ରଥଯାତ୍ରା ସହ ବାର୍ଷିକ ନୀତିକାନ୍ତି ପାଇଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ତେବେ ଦାନବାକ୍ସ ଓ ଅନ୍ୟ ଆୟ ଉତ୍ସରୁ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ଆସୁ ନ ଥିବାରୁ ଆଗାମୀଦିନରେ ଏହାର ପ୍ରଭାବ ଶ୍ରୀଜୀଉଙ୍କ ନୀତିକାନ୍ତି ଉପରେ ପଡିବ ବୋଲି ବହୁ ଶ୍ରଦ୍ଧାଳୁ ଓ ସେବାୟତମାନେ ମତ ଦେଇଛନ୍ତି। ଅପରପକ୍ଷରେ ଶ୍ରୀଜୀଉଙ୍କ ଜମି ଜବରଦଖଲରୁ ମୁକ୍ତ ହୋଇପାରିଲେ ଏହି ସ୍ଥିତିରେ କିଛି ସୁଧାର ଆସିପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଶ୍ରଦ୍ଧାଳୁ ତଥା ସୂଚନା ଅଧିକାର କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ୧୯୭୪ ମସିହାରେ ରାଜ୍ୟ ଦେବୋତ୍ତର ବିଭାଗ ଆଇନର ଧାରା ୬ ଓ ୭ରେ ୮୬୬.୯୯ ଏକର ଭୂସମ୍ପତ୍ତି ଶ୍ରୀଜୀଉଙ୍କ ନାମରେ ଫଇସଲା ହୋଇଛି। ଏହି ଫଇସଲା ପରେ ତତ୍କାଳୀନ ସମୟରୁ ଅଦ୍ୟାବଧି ଜମିର ଖଜଣା ଓ ଜଳକର ପୈଠ ହେଉଛି। ମାତ୍ର ଏଥିମଧ୍ୟରୁ ଶତାଧିକ ଏକର ଜମି ଜବରଦଖଲକାରୀଙ୍କ କବଳରେ ଅଛି। ମାର୍ଫତଦାରଙ୍କ ନିକଟରେ ଥିବା ୨୩୨ ଏକର ଓ ସିକିମ ପ୍ରଜାଙ୍କ ନିକଟରେ ଥିବା ୧୧୭.୩୫ ଏକର ଜମିରୁ କୌଣସି ଆୟ ଦେବୋତ୍ତର ଟ୍ରଷ୍ଟ ଫଣ୍ଡକୁ ଆସୁନାହିଁ। ଟ୍ରଷ୍ଟ ବୋର୍ଡ ଅଧୀନ ୧୪୬ ଏକର ଚାଷ ଜମିର ଆୟ ଏହି ମନ୍ଦିର ରୀତିନୀତି ସହ ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳସ୍ଥ ଲଛମନଜୀଉଙ୍କ ମନ୍ଦିର ପାଇଁ ପୃଥକ୍‌ ଭାବେ ବିନିଯୋଗ ହେଉଛି। ୨.୨ ଏକରରେ ଶ୍ରୀଜୀଉଙ୍କ ଦେବସ୍ଥଳ, ୧୦ ଏକରରେ ରଥଦାଣ୍ଡ, ୨ ଏକର ଜମିରେ ଗୋରୁହାଟ (ଅବ୍ୟବହୃତ), ୮ଏକରର ପୁଷ୍କରିଣୀକୁ ବାଦ୍‌ ଦେଲେ ୧୬୦ ଏକର ପତିତ ଜମିରୁ ଟଙ୍କାଟିଏ ଆୟ ହେଉନାହିଁ। ଶ୍ରୀଜୀଉଙ୍କ ନିଜ ଦଖଲରେ ଥିବା ୧୯୨.୮୬ ଏକର ଚାଷ ଜମିରୁ ମାତ୍ର ୩୫୦ବସ୍ତା ଧାନ ଆଦାୟ ହେଉଛି। ଏ ବାବଦରେ ମିଳୁଥିବା ଆୟ ତୁଳନାରେ ସମସ୍ତ ସମ୍ପତ୍ତିର ଖଜଣା ଓ ଜଳକର ଢେର ଅଧିକ ବୋଲି ସେ ମତ ଦେଇଛନ୍ତି। ବୁଦ୍ଧିଜୀବୀ ରାଜେଶ କୁମାର ବେହେରା କହିଛନ୍ତି, ଶ୍ରୀଜୀଉଙ୍କ ପତିତ ଜମି ଉଦ୍ଧାର ପାଇଁ ୨୦୦୭ ମସିହାରେ ତତ୍କାଳୀନ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଜମିକୁ ଜବରଦଖଲରୁ ମୁକ୍ତ କରିବା ପାଇଁ ଜିଲାପାଳଙ୍କୁ ଏକ ନିର୍ଦ୍ଦେଶନାମା ବୈଠକ ପରେ ମିଳିଥିଲା। ଏପରି ପଦକ୍ଷେପ ସତ୍ତ୍ୱେ ଦୀର୍ଘ ୧୬ ବର୍ଷ ହେଲା ଜମିକୁ ଜବରଦଖଲରୁ ମୁକ୍ତ କରାଯାଇପାରୁ ନାହିଁ। ଏଥିପାଇଁ ପ୍ରଶାସନର ଅସହଯୋଗ ଓ ଟ୍ରଷ୍ଟ ବୋର୍ଡର ଉଦାସୀନତା ଦାୟୀ ବୋଲି ବୁଦ୍ଧିଜୀବୀ ବେହେରା କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେବାୟତ ଗଗନ ପତ୍ରୀ, ନୃସିଂହ ପ୍ରସାଦ ପତ୍ରୀ, ଶଶିକାନ୍ତ ସୁଆର ପ୍ରମୁଖ କହିଛନ୍ତି, ଦୈନନ୍ଦିନ ନୀତିକାନ୍ତି, ରଥ ଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣି ପାଇଁ ବାର୍ଷିକ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆବଶ୍ୟକ। ଶ୍ରୀଜୀଉଙ୍କ ରଥଦାଣ୍ଡ, ଭୋଗ ଓ ଦୀପ ଦୋକାନର ନିଲାମ ସହ ଶ୍ରଦ୍ଧାଳୁଙ୍କ ଦାନବାକ୍ସ ଏସବୁ ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ନୁହେଁ। ପୁରୀ ଶ୍ରୀକ୍ଷେତ୍ର ପରି ତୁଳସୀକ୍ଷେତ୍ରର ଗୁରୁତ୍ୱ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବା ଆବଶ୍ୟକ। ଯାହାଫଳରେ ଶ୍ରୀଜୀଉଙ୍କ ପରିଚାଳନା ସୁରୁଖୁରୁରେ ହୋଇପାରିବ। ଏ ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ଜବରଦଖଲ ଜମିର ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri