Posted inଖେଳ

ବଲକୁ ଗୋଇଠା ମାରି ଆଉଟ୍‌ ହେଲେ ବ୍ୟାଟ୍ସମ୍ୟାନ

ନର୍ଥ ସାଉଣ୍ଡ,୧୧।୩ : ଫିଲ୍ଡରେ ବାଧା ଦେଇ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି ଶ୍ରୀଲଙ୍କା ଦଳର ଓପନର ଦନୁଷ୍କା ଗୁଣଥିଲକା। ଆଣ୍ଟିଗୁଆଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଗୁଣଥିଲକା ବଲକୁ ପଛ ପଟୁ ଗୋଇଠା ମାରିଥିଲେ।

ଶ୍ରୀଲଙ୍କା ବ୍ୟାଟିଂ କରୁଥିବାବେଳେ ୨୨ତମ ଓଭରରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡଙ୍କ ବଲକୁ ଡିଫେନ୍ସ କରିବା ପରେ ନନ୍‌ ଷ୍ଟ୍ରାଇକ୍‌ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ନେବାକୁ ମନା କରିଥିଲେ। ସେତେବେଳେ କ୍ରିଜ ବାହାରେ ଥିବା ଗୁଣଥିଲକାଙ୍କୁ ରନ୍‌ଆଉଟ୍‌ କରିବା ପାଇଁ ଦୌଡ଼ି ଆସିଥିଲେ ପୋଲାର୍ଡ। କିନ୍ତୁ ଗୁଣଥିଲକା ପଛୁଆ କ୍ରିଜକୁ ଫେରୁଥିବାବେଳେ ବଲକୁ ଗୋଇଠା ମାରିଥିଲେ। ଏହାକୁ ଆଉଟ୍‌ ଦେବା ପାଇଁ ଆବେଦନ କରିଥିଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି। ଫିଲ୍ମ ଅମ୍ପାୟର ଜୋଏଲ ଓ୍ବିଲସନ ଓ ଗ୍ରେଗୋରି ବ୍ରାଥଓ୍ବେଟ୍‌ ମାଗିଥିଲେ ୩ୟ ଅମ୍ପାୟର ନିଗୁଏଲ ଡୁଗୁଏଡ୍‌ଙ୍କ ସହାୟତା। ବାମହାତୀ ଓପନର ଜାଣିଶୁଣି ବଲକୁ କିକ୍‌ କରିଥିବା ଫୁଟେଜରୁ ଜଣାପଡ଼ିବା ପରେ ଆଉଟ୍‌ ଦର୍ଶାଇଥିଲେ। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ମ୍ୟାଚ୍‌ ରେଫରିଙ୍କ ଠାରୁ ନିୟମ ଉପରେ ସ୍ପଷ୍ଟିକରଣ ମାଗିଛନ୍ତି ଶ୍ରୀଲଙ୍କା ଦଳର କୋଚ୍‌ ମିକି ଆର୍ଥର।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri