କରୁଣାତିଲକଙ୍କୁ ବୁକର

କଲମ୍ବୋ, ୧୯ା୧୦: ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କାର ଲେଖକ ଶେହାନ୍‌ କରୁଣାତିଲକ(୪୭)ଙ୍କୁ ୨୦୨୨ ବର୍ଷ ପାଇଁ ବ୍ରିଟେନର ବୁକର ସମ୍ମାନ ପ୍ରଦାନ କରାଯାଇଛି। ‘ଦ ସେଭେନ୍‌ ମୁନ୍‌ସ ଅଫ୍‌ ମାଲି ଅଲ୍‌ମେଡା’ ପୁସ୍ତକ ପାଇଁ ସେ ଏହି ସାହିତ୍ୟ ସମ୍ମାନ ଜିତିଛନ୍ତି। ସୋମବାର ରାତିରେ ଲଣ୍ଡନରେ ଆୟୋଜିତ ଏକ ସମାରୋହରେ କରୁଣାତିଲକଙ୍କୁ ସମ୍ମାନିତ କରାଯାଇଛି। ବୁକର୍‌ ବାବଦରେ ତାଙ୍କୁ ୫୦,୦୦୦ ଗ୍ରେଟ୍‌ ବ୍ରିଟେନ୍‌ ପାଉଣ୍ଡ (ଜିବିପି) ପ୍ରଦାନ କରାଯିବ। ମାଇକେଲ ଓନ୍‌ଣ୍ଡାତ୍‌ଜେଙ୍କ ପରେ ବୁକର୍‌ ସମ୍ମାନ ପାଇବାରେ କରୁଣାତିଲକ ହେଉଛନ୍ତି ଦ୍ୱିତୀୟ ଶ୍ରୀଲଙ୍କା ନାଗରିକ। ୧୯୯୨ରେ ମାଇକେଲ୍‌ଙ୍କୁ ‘ଦ ଇଁଲିଶ ପେସେଣ୍ଟ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ଗୃହଯୁଦ୍ଧ ଏବଂ ହିଂସାକାଣ୍ଡ ଉପରେ ଆଧାରିତ କରୁଣାତିଲକ୍‌ଙ୍କ ଫିକ୍ସନ ଲେଖାରେ ଜଣେ ଫଟୋଗ୍ରାଫର ମାଲି ଅଲମେଡାଙ୍କ କାହାଣୀ ରହିଛି। ଗୃହଯୁଦ୍ଧ ବେଳେ ଅଲ୍‌ମେଡାଙ୍କର ମୃତ୍ୟୁ ଘଟିସାରିଛି। ସେ ଉଠିବା ପରେ ସାଙ୍ଗମାନଙ୍କୁ ତାଙ୍କ ଫଟୋଗୁଡ଼ିକୁ ଖୋଜିଦେବା ପାଇଁ କହୁଛନ୍ତି। ଗୃହଯୁଦ୍ଧର ଭୟାବହତା ଏବଂ ଏଥିପାଇଁ କିଏ ଦାୟୀ ତାହା ଦୁନିଆକୁ ଦେଖାଇବା ପାଇଁ ସେହି ଫଟୋସବୁକୁ ପାଇବାକୁ ସେ ଚେଷ୍ଟା କରୁଛନ୍ତି। ଏଥିସହ ସେ ତାଙ୍କ ମୃତ୍ୟୁର ରହସ୍ୟ ମଧ୍ୟ ଖୋଜୁଛନ୍ତି। ୧୯୭୫ରେ ଶ୍ରୀଲଙ୍କାର ଗାଲେ ସହରରେ କରୁଣାତିଲକ୍‌ଙ୍କ ଜନ୍ମ। ସେ କଲମ୍ବୋରେ ବଡ଼ ହୋଇଛନ୍ତି। ଶ୍ରୀଲଙ୍କାରେ ଗୃହଯୁଦ୍ଧ ଶେଷହେବା ପରେ ୨୦୦୯ରେ ଭୂତର କାହାଣୀ ଲେଖିବା ପାଇଁ କରୁଣାତିଲକ୍‌ ସ୍ଥିର କରିଥିଲେ। ଗୃହଯୁଦ୍ଧରେ ବାସ୍ତବ ମୃତାହତଙ୍କ ସଂଖ୍ୟା କେତେ ଏବଂ ଏଥିପାଇଁ କିଏ ଦାୟୀ ତାହା ଉପରେ ବିତର୍କ ଚାଲିଥିବାବେଳେ ନିଜ ପୁସ୍ତକରେ ମୃତକଙ୍କ ମନକଥା ଅବତାରଣା କରିବାକୁ ସେ ଚିନ୍ତା କରିଥିଲେ। ସମ୍ମାନ ଗ୍ରହଣ କଲାବେଳେ କରୁଣାତିଲକ୍‌ କହିଥିଲେ, ଏହି ପୁସ୍ତକ ଆପଣମାନଙ୍କ ପାଇଁ। ଦେଶ ବହୁକିଛି ହରାଇସାରିଥିବା ଭଳି କଠିନ ସମୟରେ ତାଙ୍କୁ ଏହି ସମ୍ମାନ ମିଳିଛି। ଏହାକୁ ସ୍ବୀକାର କରି ଆଗକୁ ବଢ଼ିବା ଏବଂ ଟି-୨୦ ଓ୍ବାଲର୍‌ଡକପ୍‌ ଜିତିବା ପାଇଁ ଆଶା କରିବା। ଶ୍ରୀଲଙ୍କା ନିକଟ ଭବିଷ୍ୟତରେ ବୁଝିବାରେ ସମର୍ଥ ହେବ ଯେ ଦୁର୍ନୀତି, ବେଟିଂ, ପରିବାର କିମ୍ବା ନିଜ ବଂଶର ଲୋକଙ୍କୁ କ୍ଷମତାରେ ରଖିବା ଭଳି ଚିନ୍ତାଧାରା ଇତିହାସରେ କେବେ ସୁଫଳ ଦେଇନାହିଁ କିମ୍ବା ଆଗକୁ ମଧ୍ୟ ଦେବନାହିଁ ବୋଲି ମଧ୍ୟ କରୁଣାତିଲକ କହିଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଏବଂ ମୁଖ୍ୟ ବିରୋଧୀ ଦଳ ନେତା ସାଜିଥ୍‌ ପ୍ରେମଦାସା ବୁକର ବିଜେତା କରୁଣାତିଲକ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri