ଚାଇନାକୁ ଲକ୍ଷେ ମାଙ୍କଡ଼ ବିକିବ ଶ୍ରୀଲଙ୍କା

କଲୋମ୍ବୋ, ୧୪।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତର ପଡ଼ୋଶୀ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କା। ଏଥିଯୋଗୁ ଦେଶବାସୀ ନାହିଁ ନ ଥିବା ଅସୁବିଧା ଦେଇ ଗତି କରୁଛନ୍ତି। ଦେଶର ଆର୍ଥିକ ସ୍ଥିତିରେ ସ୍ଥିରତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ବର୍ତ୍ତମାନ ସମୟରେ ଶ୍ରୀଲଙ୍କା ଚାଇନାକୁ ପାଖାପାଖି ୧ ଲକ୍ଷ ଟୋକ୍‌ ମାଙ୍କଡ଼ ବିକ୍ରି କରିବ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି।
ଚାଇନାର ୧,୦୦୦ ଚିଡ଼ିଆଖାନାରେ ମାଙ୍କଡ଼ର ଆବଶ୍ୟକତା ଥିବାଯୋଗୁ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଏ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କୃଷି ମନ୍ତ୍ରୀ ମହିନ୍ଦା ଅମରାଓ୍ବିରା ସୂଚନା ଦେଇଛନ୍ତି। ଏ ନେଇ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଶ୍ରୀଲଙ୍କାରେ ବହୁଳ ସଂଖ୍ୟାରେ ଦେଖାଯାଉଥିବା ଟୋକ୍‌ ମାଙ୍କଡ଼କୁ ଅନ୍ତର୍ଜାତୀୟ ୟୁନିୟନ୍‌ ଫର୍‌ କଞ୍ଜର୍ଭେଶନ୍‌ ଅଫ୍‌ ନେଚର (ଆଇୟୁସିଏନ୍‌) ରେଡ୍‌ ଲିଷ୍ଟ ଭୁକ୍ତ କରିଥିଲା। ଏପରିସ୍ଥଳେ ସରକାରଙ୍କ ମାଙ୍କଡ଼ ବିକ୍ରି କରିବା ନିଷ୍ପତ୍ତି ନେଇ ପ୍ରକୃତି ସଂରକ୍ଷକ ଚିନ୍ତା ପ୍ରକଟ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ପରଠାରୁ ଶ୍ରୀଲଙ୍କାରେ ପ୍ରାଣୀ ରପ୍ତାନି ପ୍ରାୟତଃ ନିଷିଦ୍ଧ କରାଯାଇଛି।
ଦେଶରେ ଟୋକ୍‌ ମାଙ୍କଡ଼ଙ୍କୁ କୀଟ ସହିତ ତୁଳନା କରାଯାଉଛି। କାରଣ ଖାଦ୍ୟ ଅନ୍ବେଷଣରେ ମାଙ୍କଡ଼ ସବୁ ଗୋଟିଏ ଗୋଟିଏ ଗାଁ ଉପରେ ଚଢ଼ାଉ କରିବା ସହ ଅନେକ ସମୟରେ ମଣିଷଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଫସଲ ନଷ୍ଟ କରିବାରେ ମଧ୍ୟ ଏମାନଙ୍କ ଭୂମିକା ରହିଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ପରଠୁ ୩ ପ୍ରକାର ମାଙ୍କଡ଼ ସମେତ ମୟୂର, ବାର୍‌ହାଙ୍କୁ ସଂରକ୍ଷିତ ସୂଚୀରୁ ବାଦ୍‌ କରାଯାଇଛି ଏବଂ ସେମାନଙ୍କ ହତ୍ୟା ପାଇଁ କୃଷକଙ୍କୁ ଅନୁମତି ମିଳିଛି। ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେଶରେ ମାଙ୍କଡ଼ଙ୍କ ସର୍ଭେ କରାଯାଇ ନ ଥିବାବେଳେ ୧ ଲକ୍ଷ ମାଙ୍କଡ଼ଙ୍କୁ ଚାଇନା ପଠାଯିବା ନିଷ୍ପତ୍ତିକୁ ଶ୍ରୀଲଙ୍କାର ପ୍ରାଣୀ ଅଧିକାର ଗ୍ରୁପ୍‌ ‘ଦ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ଫାଉଣ୍ଡେଶନ୍‌’ ପକ୍ଷରୁ ସମାଲୋଚନା କରାଯାଇଛି। ଅନ୍ୟପକ୍ଷେ ଚାଇନା ଏତେମାତ୍ରାରେ ମାଙ୍କଡ଼ ନେଇ କ’ଣ କରିବ ସେ ନେଇ ସ୍ପଷ୍ଟୀକରଣ ଦେବା ଲାଗି ଫାଉଣ୍ଡେଶନ୍‌ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri