Posted inଖେଳ

ଶ୍ରୀଲଙ୍କା ୧୫୭ ରନରେ ଅଲ୍‌ଆଉଟ

ଜୋହାନ୍ସବର୍ଗ, ୪ା୧(ଏପି)-ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ରବିବାର ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଆଘାତଜନିତ ସମସ୍ୟାରେ ଥିବା ଶ୍ରୀଲଙ୍କା ୧୫୭ ରନରେ ଅଲଆଉଟ ହୋଇଯାଇଛି। ସେଞ୍ଚୁରିଅନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୪୫ ରନରେ ପରାସ୍ତ ହୋଇଥିବା ଭ୍ରମଣକାରୀ ଦଳର ବ୍ୟାଟିଂରେ ସୁଧାର ଆସି ନ ଥିଲା। ଦକ୍ଷିିଣ ଆଫ୍ରିକା ପେସ୍‌ବାହିନୀର ପ୍ରଭାବୀ ବୋଲିଂକୁ ସାମ୍‌ନା କରି ନ ପାରି ଶ୍ରୀଲଙ୍କା ୪୦.୩ ଓଭରରେ ୧୫୭ରନ କରି ଅଲଆଉଟ ହୋଇ ଯାଇଥିଲା। ଏନ୍‌ରିଚ୍‌ ନୋର୍ଜେ ୫୬ରନ ବିନିମୟରେ ୬ ଏବଂ ଓ୍ବିଆନ୍‌ ମଲ୍ଡର ୨୫ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାର ଆରମ୍ଭ ଉତ୍ସାହଜନକ ଥିଲା। ୨୦ ଓଭର ପରେ ଦଳର ସ୍କୋର ୭୧/୧ ରହିଥିଲା। ମାତ୍ର ୬୭ ବଲ୍‌ରୁ ୬୦ରନ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ କୁସାଲ ପେରେରାଙ୍କ ଆଉଟ ପରେ ଶ୍ରୀଲଙ୍କା ବ୍ୟାଟିଂ ଭୁଶୁଡ଼ି ଯାଇଥିଲା। ମଧ୍ୟାହ୍ନ ଭୋଜନ ବେଳକୁ ଦଳ ୫ ଉଇକେଟରେ ୮୪ ରନ କରିଥିଲା। ଦ୍ୱିତୀୟ ସେସେନରେ ମାତ୍ର ୧୬.୩ ଓଭର ଖେଳି ଶ୍ରୀଲଙ୍କା ଅଲଆଉଟ ହୋଇଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଏହାର ପ୍ରଥମ ଇନିଂସରେ ୧ ଉଇକେଟ ବିନିମୟରେ ୧୪୮ ରନ କରିଛି। ଡିନ୍‌ ଏଲ୍‌ଗାର ୯୨ ଏବଂ ରସି ଭାନ୍‌ଡର ଡସେନ ୪୦ ରନ କରି ଅପରାଜିତ ରହିଥିଲେ।

ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ପ୍ରଥମ ଇନିଂସ: ୪୦.୩ ଓଭରରେ ୧୫୭ (କୁସାଲ ପେରେରା-୬୦, ଓ୍ବାନିଣ୍ଡୁ ହସରଙ୍ଗା-୨୯, ଏନ୍‌ରିଚ ନୋର୍ଜେ-୬/୫୬, ଓ୍ବିଆନ୍‌ ମଲ୍ଡର-୩/୨୫)।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୧୪୮/୧ (ଡିନ୍‌ ଏଲ୍‌ଗାର-୯୨*, ରସି ଭାନ୍‌ଡର ଡସେନ-୪୦*, ଅସିଥା ଫର୍ନାଣ୍ଡୋ-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri