ସମୁଦ୍ରରେ ଲାଗିଛି ପେଟ୍ରୋଲ ଭର୍ତ୍ତି ଜାହାଜ, ନେବା ପାଇଁ ଶ୍ରୀଲଙ୍କା ପାଖରେ ଅର୍ଥ ନାହିଁ

କଲମ୍ବୋ,୧୮ା୫: ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କାର ସାମୁଦ୍ରିକ ଜୋନ୍‌ରେ ପାର୍କିଂ ହୋଇଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ନାହିଁ। ତେବେ ଦେଶରେ ଡିଜେଲର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ଥିବା ସରକାର କହିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରୀ କଞ୍ଚନା ଓ୍ବିଜେସେକେରା ସଂସଦକୁ ବୁଧବାର କହିଛନ୍ତି, ପେଟ୍ରୋଲ ଭର୍ତ୍ତି ଥିବା ଏକ ଜାହାଜ ଶ୍ରୀଲଙ୍କା ସମୁଦ୍ରରେ ମାର୍ଚ୍ଚ ୨୮ରୁ ଲଙ୍ଗର ପକାଇ ରହିଛି। କିନ୍ତୁ ଶ୍ରୀଲଙ୍କାରେ ତାଙ୍କୁ ଦେୟ ପାଇଁ ଡଲାର ଉପଲବ୍ଧ ନାହିଁ।

 

ଏଥିସହ, ଜାନୁୟାରୀ ୨୦୨୨ରେ ଶେଷ ଜାହାଜପାଇଁ ୫୩ ମିଲିୟନ ଡଲାର୍‌ ମଧ୍ୟ ଧାର୍ଯ୍ୟ କରାଯାଇଛି। ମନ୍ତ୍ରୀ କହିଛନ୍ତି, ଉଭୟ ଦେୟ ସମାଧାନ ନ ହେବା ପର୍ଯ୍ୟନ୍ତ ଶିପିଂ କମ୍ପାନୀ ଜାହାଜ ଛାଡ଼ିବାକୁ ମନା କରି ଦେଇଛି। ସେ କହିଛନ୍ତି, ସେଥିପାଇଁ ଆମେ ଲୋକଙ୍କୁ ଇନ୍ଧନ ପାଇଁ ଲାଇନ୍‌ରେ ଅପେକ୍ଷା ନ କରିବାକୁ ଅନୁରୋଧ କରିଛୁ। ଡିଜେଲରେ କୌଣସି ଅସୁବିଧା ନାହିଁ। ଆମର ପେଟ୍ରୋଲର ସୀମିତ ଷ୍ଟକ୍‌ ଅଛି ଏବଂ ଅତ୍ୟାବଶ୍ୟକ ସେବା, ବିଶେଷକରି ଆମ୍ବୁଲାନ୍ସ ପାଇଁ ଏହାକୁ ବଣ୍ଟନ କରିବାକୁ ଚେଷ୍ଟା କରୁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ବଡ଼ ଘୋଷଣା: ଏହିଦିନ ଫେରିବେ ସ୍ବଦେଶ

ଢାକା,୧୦।୭: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ଏବଂ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

୨୦ ଦିନରେ ୨ ପିଢିକୁ ହରାଇଲା ଆମ ପରିବାର…ରାଷ୍ଟ୍ରପତିଙ୍କୁ ଭାବପ୍ରବଣ ଇମେଲ ପଠାଇଲେ କେତନଙ୍କ ପିତା

ପୁନେ,୧୦।୭: ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। କେତନଙ୍କ ପିତା ବିଶାଲ ଅଗ୍ରୱାଲ…

ଟଙ୍କିକିଆ ମୁଦ୍ରା ତିଆରି କରିବାରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ସରକାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୭: ଟଙ୍କିକିଆ ମୁଦ୍ରା ଦୈନନ୍ଦିନ କାରବାରରେ ସବୁଠୁ ଅଧିକ ବ୍ୟବହାର ହୁଏ। ଏହାକୁ ତିଆରି କରିବାର ଖର୍ଚ୍ଚ ଏହାର ମୂଲ୍ୟଠାରୁ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri