ଶ୍ରଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୫ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଓ ୧୧ଜଣ ବିଦେଶୀ ନାଗରିକ ଥିବା ଜଣାପଡ଼ିଛି।  ତେବେ ଏହି ବିସ୍ଫୋରଣରେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାମିଲର ପପୁଲାର ଅଭିନେତ୍ରୀ ରାଧିକା ଶରଥକୁମାର। ବିସ୍ଫୋରଣ ହେବାର କିଛି ସମୟ ପୂର୍ବରୁ ରାଧିକା ବିମାନରେ ଚେନ୍ନାଇ ଯିବା ପାଇଁ ହୋଟୋଲରୁ ବାହାରିଥିଲେ। ଏହି   ବିସ୍ଫୋରଣ ପରେ ସେ ଟୁଇଟ କର କହିଛନ୍ତି, ସିନାମନ୍‌ଗ୍ରାଣ୍ଡ ହୋଟେଲରୁ ବାହାରିବା ବେଳେ ଏହି ବିସ୍ପୋରଣର ସୂଚନା ମିଳିଥିଲା, ଏହି ଆକ୍ରମଣରେ ସେ ବହୁ ମର୍ମାହତ ହୋଇଛନ୍ତି। ଏଥିସହ ସେ କଲମ୍ବୋ ବାସିନ୍ଦାଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ଅପରପକ୍ଷରେ ଏହି ମାମଲାରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି କଲମ୍ବୋ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ ଗଲା ନାଟୋ ଯୁଦ୍ଧ ବିମାନ

କ୍ୱିଭ୍‌/ବ୍ରୁସେଲ୍ସ, ୨୫।୧: ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ର ସଦସ୍ୟ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି। ନାଟୋ ରୁଷିଆ...

ତିନି ତଲାକ୍‌ ଦେଲେ ମାଲେସିଆ ପୂର୍ବତନ ରାଜା

କୁଆଲାଲମ୍ପୁର,୨୫ା୭(ପି.ଟି.): ମାଲେସିଆର ପୂର୍ବତନ ରାଜା ସୁଲତାନ୍‌ ମହମ୍ମଦ ପଞ୍ଚମ କିଛିମାସ ତଳେ ବିବାହ କରିଥିବା ରୁଷୀୟ ସୁନ୍ଦରୀ ତଥା ପୂର୍ବତନ ରାଣୀ ରିହାନା ଓଜାନା ଗୋର୍ବାତେଙ୍କୋଙ୍କୁ...

ରୁଷିଆ ଦୂତାବାସ ସମ୍ମୁଖରେ ବିସ୍ଫୋରଣ: ୨୦ ମୃତ

କାବୁଲ,୫ା୯: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ରୁଷିଆ ଦୂତାବାସ ସମ୍ମୁଖରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ୨୦ ଜଣଙ୍କ ଜୀବନ ଯାଇଛି। ଦୂତାବାସର ପ୍ରବେଶ ଦ୍ୱାର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଚାଲିଛି ଗଣତି, ଟ୍ରମ୍ପ୍‌-ବାଇଡେନ କଡ଼ା ଟକ୍କର

ଓ୍ବାଶିଂଟନ,୪ା୧୧: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ସେନେଇ ସମଗ୍ର ବିଶ୍ୱବାସୀଙ୍କ ନଜର ରହିଛି। ଆମେରିକାରେ ରାଷ୍ଟ୍ରପତି ହେବା ପାଇଁ ମୋଟ୍‌ ୨୭୦ ଇଲେକ୍ଟୋରାଲ ଭୋଟ୍‌...

କଙ୍ଗୋରେ ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ନିଖୋଜ

କିନଶାସା,୧୨।୯: ଜାତିସଂଘ ଶାନ୍ତି ସେନାରେ ନିୟୋଜିତ ଥିବା ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ସେ କଙ୍ଗୋରେ...

ଆମେରିକା ସ୍କୁଲରେ ମୋବାଇଲ ମନା…

ମାସାଚୁସେଟ୍ସ,୪।୧୨ : ଆମେରିକାର ମାସାଚୁସେଟ୍ସର ବକ୍ସଟନ ହାଇସ୍କୁଲରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଦ୍ୟାଳୟ ପରିଚାଳନା ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଛାତ୍ର,...

ରୁଷିଆ ସହ ସମ୍ପର୍କ ଶେଷ କରିବ ନାହିଁ ଭାରତ, ଆଶା କରୁଛୁ ୟୁକ୍ରେନ ବିବାଦକୁ ଶେଷ କରିବାକୁ ହେବ ପ୍ରୟାସ: ଆମେରିକା

ୱାଶିଂଟନ,୨୫ ।୨: ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାରେ ଆମେରିକାର ସହାୟକ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ରୁଷିଆ-ୟୁକ୍ରେନ୍ ସଂଘର୍ଷକୁ ନେଇ ଭାରତ ଚିନ୍ତାଧାରାକୁ ନେଇ...

ଆମେରିକା ମିଡିଆ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ରାଣା ସନାଉଲ୍ଲାହ

ପାକିସ୍ତାନ,୧୦।୮: ଆମେରିକାର ପ୍ରକାଶନ ଦ୍ୱାରା ପ୍ରକାଶିତ ଏକ ସମ୍ବାଦ ରିପୋର୍ଟରେ ବ୍ୟବହୃତ ଉତ୍ସ ଦଲିଲର ସତ୍ୟତା ଜାଣିବା ପାଇଁ ପାକିସ୍ତାନର ବିଦାୟୀ ଅନ୍ତରୀଣ ମନ୍ତ୍ରୀ ରାଣା...

Advertisement
Archives

Model This Week