ନଜର ଆଢୁଆଳରେ ଶ୍ରୀଦଧିବାମନଜୀଉ ମନ୍ଦିର

କେନ୍ଦ୍ରାପଡ଼ା ଅଫିସ, ୪ା୭: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟସ୍ଥିତ ତମାଳ କ୍ଷେତ୍ରାଧିପତି ଶ୍ରୀଦଧିବାମନଜୀଉ ମନ୍ଦିରକୁ ୨୦୧୬ରୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ୧୮୦ ବର୍ଷରୁ ଅଧିକ ସମୟ ଧରି ପ୍ରତିଷ୍ଠିତ ଶ୍ରୀଜୀଉଙ୍କ କ୍ଷେତ୍ର ଅଦ୍ୟାବଧି ଉନ୍ନତୀକରଣ ହେଉନାହିଁ। ପ୍ରଶାସନର ପ୍ରଚାର ପ୍ରସାର ଅଭାaବରୁ ଏହି କ୍ଷେତ୍ର ପର୍ଯ୍ୟଟକଙ୍କ ନଜର ଆଢ଼ୁଆଳରେ ରହିଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଶ୍ରୀଜୀଉଙ୍କ ସେବାୟତ ଚଉଦକୁଲାଟର କିଶୋର ଚନ୍ଦ୍ର ମିଶ୍ର କୁହନ୍ତି, ପ୍ରାୟ ୧୮୦ ବର୍ଷ ପୂର୍ବେ ଜଣେ କୈବର୍ତ୍ତଙ୍କ ଜାଲରୁ ଏକ କାଠଗଣ୍ଡି ଉଦ୍ଧାର ହୋଇଥିଲା। ଏହି କାଠକୁ କୈବର୍ତ୍ତ ହାଣିବା ସମୟରେ ସେଥିରୁ ରକ୍ତସ୍ରାବ ହୋଇଥିଲା। ଏହି ଘଟଣା ପରେ ଉକ୍ତ କାଠକୁ ଶ୍ରୀଦଧିବାମନଜୀଉ ଭାବେ ତମାଳ କ୍ଷେତ୍ରରେ ପୂଜା କରାଯାଉଛି। ଘାଘରାର ତତ୍କାଳୀନ ରାଉତରାୟ ଜମିଦାର ପରିବାରଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠା କରାଯିବାର ଜନଶ୍ରୁତି ଅଛି।
ଚଉଦକୁଲାଟ ଗଁାର ଶରତ ଚନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, କାଶିଆ ମୁହାଣରୁ ଶ୍ରୀଦଧିବାମନଜୀଉଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଆଖପାଖରେ କୌଣସି କାଶିଆ ମୁହାଣ ନାହିଁ। ତେବେ ମନ୍ଦିର ଓ ଦେବତାଙ୍କ ବହୁ ଅଲୌକିକ ଘଟଣା ଦେଖିବାକୁ ମିଳୁଥିବା ବେଳେ କେତେକ ଘଟଣା ଏବେବି ରହସ୍ୟ ହୋଇ ରହିଛି। କାରୁକାର୍ଯ୍ୟ ବିମଣ୍ଡିତ ଏହି ସୁଦୃଶ୍ୟ ମନ୍ଦିର ମଧ୍ୟରେ ଥିବା ରତ୍ନବେଦିରେ ଅର୍ଦ୍ଧନିର୍ମିତ ଶଙ୍ଖ ଓ ଚକ୍ର ଶୋଭାପାଉଛି। ଏ ସମ୍ପର୍କରେ ଗବେଷଣା କଲେ ବହୁ ତଥ୍ୟ ମିଳିପାରିବ। ସୁଶାନ୍ତ କୁମାର ମିଶ୍ର କହିଛନ୍ତି, ତମାଳ କ୍ଷେତ୍ରକୁ ଗୁପ୍ତକ୍ଷେତ୍ର ଭାବେ ଅବିଭକ୍ତ କଟକ ଜିଲାର ଅଧିବାସୀ ଜାଣନ୍ତି। ପୁରୀ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରା ସହ ଏହି ମନ୍ଦିରର ଅନେକ ସାମଞ୍ଜସ୍ୟ ଅଛି। ପାରମ୍ପରିକ ରୀତିନୀତି ଅନୁସାରେ ଏଠାରେ ବୈଶାଖ ସଂକ୍ରାନ୍ତିଠାରୁ ପର୍ବପର୍ବାଣି ଆରମ୍ଭ ହୋଇଥାଏ। ବାମନ ଜନ୍ମ ତିଥିରେ ଏକ ସ୍ବତନ୍ତ୍ର ବଳିବାମନ ବେଶ ଶ୍ରୀଜୀଉ ଧାରଣ କରନ୍ତି। ସେବାୟତ ପ୍ରମୋଦ କୁମାର ମିଶ୍ର କହିଛନ୍ତି, ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଥିଲେ ମଧ୍ୟ ରାଜ୍ୟ ସରକାରଙ୍କଠାରୁ ଆର୍ଥିକ ସହାୟତା ଓ ଭିତ୍ତିଭୂମିର ବିକାଶ ଲାଗି ସେମିତି କିଛି ପଦକ୍ଷେପ ହାତକୁ ନିଆଯାଇନାହିଁ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି କୁହନ୍ତି, କଟକରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ଯିବା ରାସ୍ତାରେ ଗୋଗୁଆଠାରୁ ମାତ୍ର ୬ କିଲୋମିଟର ଭିତରକୁ ଏହି ପର୍ଯ୍ୟଟନ କ୍ଷେତ୍ର ରହିଛି। ଇଚ୍ଛାପୁରସ୍ଥ ଶ୍ରୀବଳଦେବଜୀଉ ମନ୍ଦିର ନିକଟରୁ ଏହାର ଦୂରତା ମାତ୍ର ୨୦ କିଲୋମିଟର। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୯୮ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ଅଦ୍ୟାବଧି ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ପର୍ଯ୍ୟଟନ ବିଭାଗ ଏହି କ୍ଷେତ୍ରର ଉନ୍ନତୀକରଣ କରିପାରିଲେ ଜିଲାର ପର୍ଯ୍ୟଟନ ଶିଳ୍ପ ବିକଶିତ ହୋଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବିଭାଗୀୟ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?