ନଜର ଆଢୁଆଳରେ ଶ୍ରୀଦଧିବାମନଜୀଉ ମନ୍ଦିର

କେନ୍ଦ୍ରାପଡ଼ା ଅଫିସ, ୪ା୭: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟସ୍ଥିତ ତମାଳ କ୍ଷେତ୍ରାଧିପତି ଶ୍ରୀଦଧିବାମନଜୀଉ ମନ୍ଦିରକୁ ୨୦୧୬ରୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ୧୮୦ ବର୍ଷରୁ ଅଧିକ ସମୟ ଧରି ପ୍ରତିଷ୍ଠିତ ଶ୍ରୀଜୀଉଙ୍କ କ୍ଷେତ୍ର ଅଦ୍ୟାବଧି ଉନ୍ନତୀକରଣ ହେଉନାହିଁ। ପ୍ରଶାସନର ପ୍ରଚାର ପ୍ରସାର ଅଭାaବରୁ ଏହି କ୍ଷେତ୍ର ପର୍ଯ୍ୟଟକଙ୍କ ନଜର ଆଢ଼ୁଆଳରେ ରହିଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଶ୍ରୀଜୀଉଙ୍କ ସେବାୟତ ଚଉଦକୁଲାଟର କିଶୋର ଚନ୍ଦ୍ର ମିଶ୍ର କୁହନ୍ତି, ପ୍ରାୟ ୧୮୦ ବର୍ଷ ପୂର୍ବେ ଜଣେ କୈବର୍ତ୍ତଙ୍କ ଜାଲରୁ ଏକ କାଠଗଣ୍ଡି ଉଦ୍ଧାର ହୋଇଥିଲା। ଏହି କାଠକୁ କୈବର୍ତ୍ତ ହାଣିବା ସମୟରେ ସେଥିରୁ ରକ୍ତସ୍ରାବ ହୋଇଥିଲା। ଏହି ଘଟଣା ପରେ ଉକ୍ତ କାଠକୁ ଶ୍ରୀଦଧିବାମନଜୀଉ ଭାବେ ତମାଳ କ୍ଷେତ୍ରରେ ପୂଜା କରାଯାଉଛି। ଘାଘରାର ତତ୍କାଳୀନ ରାଉତରାୟ ଜମିଦାର ପରିବାରଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠା କରାଯିବାର ଜନଶ୍ରୁତି ଅଛି।
ଚଉଦକୁଲାଟ ଗଁାର ଶରତ ଚନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, କାଶିଆ ମୁହାଣରୁ ଶ୍ରୀଦଧିବାମନଜୀଉଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଆଖପାଖରେ କୌଣସି କାଶିଆ ମୁହାଣ ନାହିଁ। ତେବେ ମନ୍ଦିର ଓ ଦେବତାଙ୍କ ବହୁ ଅଲୌକିକ ଘଟଣା ଦେଖିବାକୁ ମିଳୁଥିବା ବେଳେ କେତେକ ଘଟଣା ଏବେବି ରହସ୍ୟ ହୋଇ ରହିଛି। କାରୁକାର୍ଯ୍ୟ ବିମଣ୍ଡିତ ଏହି ସୁଦୃଶ୍ୟ ମନ୍ଦିର ମଧ୍ୟରେ ଥିବା ରତ୍ନବେଦିରେ ଅର୍ଦ୍ଧନିର୍ମିତ ଶଙ୍ଖ ଓ ଚକ୍ର ଶୋଭାପାଉଛି। ଏ ସମ୍ପର୍କରେ ଗବେଷଣା କଲେ ବହୁ ତଥ୍ୟ ମିଳିପାରିବ। ସୁଶାନ୍ତ କୁମାର ମିଶ୍ର କହିଛନ୍ତି, ତମାଳ କ୍ଷେତ୍ରକୁ ଗୁପ୍ତକ୍ଷେତ୍ର ଭାବେ ଅବିଭକ୍ତ କଟକ ଜିଲାର ଅଧିବାସୀ ଜାଣନ୍ତି। ପୁରୀ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରା ସହ ଏହି ମନ୍ଦିରର ଅନେକ ସାମଞ୍ଜସ୍ୟ ଅଛି। ପାରମ୍ପରିକ ରୀତିନୀତି ଅନୁସାରେ ଏଠାରେ ବୈଶାଖ ସଂକ୍ରାନ୍ତିଠାରୁ ପର୍ବପର୍ବାଣି ଆରମ୍ଭ ହୋଇଥାଏ। ବାମନ ଜନ୍ମ ତିଥିରେ ଏକ ସ୍ବତନ୍ତ୍ର ବଳିବାମନ ବେଶ ଶ୍ରୀଜୀଉ ଧାରଣ କରନ୍ତି। ସେବାୟତ ପ୍ରମୋଦ କୁମାର ମିଶ୍ର କହିଛନ୍ତି, ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଥିଲେ ମଧ୍ୟ ରାଜ୍ୟ ସରକାରଙ୍କଠାରୁ ଆର୍ଥିକ ସହାୟତା ଓ ଭିତ୍ତିଭୂମିର ବିକାଶ ଲାଗି ସେମିତି କିଛି ପଦକ୍ଷେପ ହାତକୁ ନିଆଯାଇନାହିଁ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି କୁହନ୍ତି, କଟକରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ଯିବା ରାସ୍ତାରେ ଗୋଗୁଆଠାରୁ ମାତ୍ର ୬ କିଲୋମିଟର ଭିତରକୁ ଏହି ପର୍ଯ୍ୟଟନ କ୍ଷେତ୍ର ରହିଛି। ଇଚ୍ଛାପୁରସ୍ଥ ଶ୍ରୀବଳଦେବଜୀଉ ମନ୍ଦିର ନିକଟରୁ ଏହାର ଦୂରତା ମାତ୍ର ୨୦ କିଲୋମିଟର। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୯୮ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ଅଦ୍ୟାବଧି ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ପର୍ଯ୍ୟଟନ ବିଭାଗ ଏହି କ୍ଷେତ୍ରର ଉନ୍ନତୀକରଣ କରିପାରିଲେ ଜିଲାର ପର୍ଯ୍ୟଟନ ଶିଳ୍ପ ବିକଶିତ ହୋଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବିଭାଗୀୟ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୭ ଆହତ, ୩ ଗୁରୁତର

ଭଦ୍ରକ,୨୯।୮(ସନାତନ ରାଉତ): ଭଦ୍ରକ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ କିନ୍ନର ଗୋଷ୍ଠୀ ଆକ୍ରମଣରେ…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri