କୃଷି ବିକାଶରେ ଶ୍ରୀଅନ୍ନ

ଓଡ଼ିଶାର କୃଷି ଐତିହ୍ୟରେ ଶ୍ରୀଅନ୍ନ ବା ମାଣ୍ଡିଆର ସ୍ଥାନ ସ୍ବତନ୍ତ୍ର। ରାଜ୍ୟରେ ମାଣ୍ଡିଆ ଗାଁର ପରିକଳ୍ପନା କରିବା ଆମ ପର ପିଢ଼ି ପାଇଁ ବାଟ ଉନ୍ମୁକ୍ତ କରିବାର ଏକ ସୁଯୋଗ। ଆମ କୁଶଳୀ ଚାଷୀମାନେ ଏହି ମହତ ଉଦ୍ଦେଶ୍ୟରେ ପ୍ରମୁଖ ଭାଗୀଦାରି ସାଜିବେ। ଜଳବାୟୁ ପରିବର୍ତ୍ତନର ଉତ୍କଟ ସମସ୍ୟାକୁ ଚାଷଜମିରେ ପ୍ରତିହତ କରିବାର ଏକ ସୁଦୂରପ୍ରସାରୀ ଯୋଜନା ମାଣ୍ଡିଆ ଗାଁ। ମାଣ୍ଡିଆ ଗାଁରେ ସମସ୍ତ ଚାଷୀ ଓ ସାଧାରଣଲୋକ ମିଳିତ ଭାବରେ ସହଯୋଗ ତଥା ସମର୍ଥନ ପୂର୍ବକ ମାଣ୍ଡିଆର ପ୍ରଚାର ପ୍ରସାର ତଥା ଏହାର ପରିସୀମା ବୃଦ୍ଧି କରିବା ପାଇଁ ଶପଥ ନେବେ। ଗ୍ରାମୀଣ ବଜାରକୁ ସୁଧାରିବା ସହ ପୋଷଣ ଆଉ ଅର୍ଥନୈତିକ ବିକାଶ ଦିଗରେ ମାଣ୍ଡିଆ ଗାଁ ସାହାଯ୍ୟ କରିବ।
”ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୁରୂଯ ଉଇଁଲେ ଆସଇ ହସ।“ ଏ ଲୋକଗୀତ ଆମ ପାଇଁ ସାଧାରଣ ହେଲେ ମଧ୍ୟ ଆଜିର ସମୟରେ ଏହାର ଗୁରୁତ୍ୱ ଅନେକ। ବର୍ଷବର୍ଷ ପୂର୍ବର ଗରିବର ଖାଦ୍ୟ ବୋଲି ମାନ୍ୟତା ପାଇଥିବା ଏହି କ୍ଷୁଦ୍ରଶସ୍ୟ ଆଜି ଘରର ଚାରିକାନ୍ଥ ଭିତରେ ଆଉ ସୀମିତ ହୋଇ ନାହିଁ। ପୋଲସରାରୁ ପ୍ୟାରିସ୍‌, କୋରାପୁଟରୁ ଜି ୨୦ ଯାଏ ସବୁଠି ଏହା ପରିବ୍ୟାପ୍ତ। ଜଳବାୟୁର ରୂପରେଖ ହେଉ ଅବା ଆମ ରାଜ୍ୟର ଭୌଗୋଳିକ ଦୃଷ୍ଟିକୋଣ ସବୁଆଡ଼ୁ ବିଚାର କଲେ ଆଗାମୀ ପିଢ଼ି ପାଇଁ ସ୍ବପ୍ନ ଆଉ ସମ୍ଭାବନାର ବୀଜ ବୁଣିବାରେ ମାଣ୍ଡିଆର ଭୂମିକା ସର୍ବାଗ୍ରେ ରହିବ। ଭବିଷ୍ୟତ ପିଢ଼ି ପାଇଁ ସ୍ବାବଲମ୍ବୀ ହେବା ପଥରେ ପଥଚାରୀ ମାଣ୍ଡିଆ।
ପାରମ୍ପରିକ ସମୟର ଚାଷ କଥା କହିଲେ ମାଣ୍ଡିଆ ଚାଷର କାହାଣୀ ଗଁାଗୁଡ଼ିକରେ ଶୁଣିବାକୁ ମିଳେ। ଆମ ବାପା ଅଜା ପିତୃପୁରୁଷ ଆମ ପାଇଁ ସେଇ ବିହନ ଆଉ ଚାଷ ପ୍ରଣାଳୀକୁ ଅର୍ପଣ କରିଯାଇଛନ୍ତି। ମାଣ୍ଡିଆକୁ ନେଇ ଭିନ୍ନ ପରିକଳ୍ପନା କରିବାର ସମୟ ଉପନୀତ। ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଓଡ଼ିଶାରେ ମାଣ୍ଡିଆଗଁାର ଅୟମାରମ୍ଭ ହେଉ।
ମାଣ୍ଡିଆଗାଁ ଗଠନ ଦିଗରେ ଆମେ କିଛିଟା ପ୍ରମୁଖ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ। ପ୍ରଥମରେ ପ୍ରତିଗାଁରେ ପ୍ରତ୍ୟେକଟି ଚାଷୀ ବର୍ଷକୁ ଥରେ ମାଣ୍ଡିଆ ଚାଷ କରିବାକୁ ଯୋଜନା କରିବେ। ଫସଲ ବିବିଧୀକରଣ ମାଧ୍ୟମରେ ଚାଷଜମିରେ ମାଣ୍ଡିଆ ଚାଷ କରିବା ସହ ଦେଶୀ କିସମକୁ ପ୍ରୋତ୍ସାହିତ କରିବେ। ଦ୍ୱିତୀୟରେ ଆମ ରାଜ୍ୟର ଅନେକ ଜନଜାତି ମାଣ୍ଡିଆଚାଷ ବର୍ଷବର୍ଷ ହେଲା କରିଆସୁଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ ବିକାଶର ଧାରା ଜାରିରହିଛି। ତେଣୁ ଏହାର ମିଳିତ ସମନ୍ବୟରେ ଆମେ ପ୍ରଥମାବସ୍ଥାରେ ଏହିସବୁ ଅଞ୍ଚଳରେ ମାଣ୍ଡିଆ ଗାଁକୁ ଚୟନ କରିପାରିବା। ଏଥିରେ ସେହି ଗାଁର ଚାଷୀ ତଥା ମହିଳାମାନଙ୍କୁ ଦାୟିତ୍ୱ ଦେଇ ମିଲେଟ ଚାମ୍ପିୟନ ବା ସଫଳ ମାଣ୍ଡିଆ ଚାଷୀମାନଙ୍କୁ ଏକାଠିକରି ସେମାନଙ୍କ ମାଧ୍ୟମରେ ଅନ୍ୟ ଚାଷୀଙ୍କୁ କ୍ଷେତ୍ର ପରିଦର୍ଶନର ସୁଯୋଗ ଦେବା। ମହିଳାମାନେ ପ୍ରଗତିର କର୍ଣ୍ଣଧାର। ସେମାନେ ଗାଁର ଚାଷବାସର ଆୟ ବ୍ୟୟର ହିସାବ ପୂର୍ବକ ମାଣ୍ଡିଆ ଚାଷୀମାନଙ୍କ ସହ ଏକାଠି ହୋଇ ଆଗାମୀ ୫ବର୍ଷର ରୋଡମ୍ୟାପ ପ୍ରସ୍ତୁତ କରିପାରିବେ। ତୃତୀୟରେ ଏହିସବୁ ମାଣ୍ଡିଆ ଗାଁରେ କମ୍ୟୁନିଟି ସିଡ୍‌ବ୍ୟାଙ୍କ ବା ଗୋଷ୍ଠୀଭିତ୍ତିକ ବିହନ ସଂରକ୍ଷଣ ମାଧ୍ୟମରେ ଦେଶୀ ବିହନକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବାକୁ ଯୋଜନା ପ୍ରସ୍ତୁତ ହେବ। ଚାଷୀମାନଙ୍କ ମଧ୍ୟରେ ଦେଶୀ ବିହନକୁ ନେଇ ଅଧିକ ଯନତ୍ବାନ୍‌ ହେବା ସହ ଏହି ମାଣ୍ଡିଆ ଗାଁଗୁଡ଼ିକରେ ଗୋଟେ ଗୋଟେ ମାଣ୍ଡିଆ ବିହନ ବ୍ୟାଙ୍କ ସୃଷ୍ଟି କରାଯାଇ ପାରିବ। ଏସ୍‌ଏମ୍‌ଆଇ ବା ସିଷ୍ଟମ ଅଫ୍‌ ମିଲେଟ ଇଣ୍ଟେନସିଫିକେଶନ ମଡେଲକୁ ଚାଷୀମାନଙ୍କ ପାଖରେ ପ୍ରଶିକ୍ଷଣ ପୂର୍ବକ ପହଞ୍ଚାଇବାକୁ ଉଦ୍ୟମ କରାଯାଇ ପାରିବ। ଚତୁର୍ଥରେ ପ୍ରତି ମାଣ୍ଡିଆ ଗାଁର ବିକାଶ ମାନଚିତ୍ରରେ ସେ ଗାଁର ମହିଳା, ଯୁବ ଉଦ୍ୟୋଗୀ ତଥା ସଫଳ କୃଷକମାନଙ୍କୁ ନେଇ ଏକ କମିଟି କରାଯାଇ ପୂର୍ବବର୍ଷଗୁଡ଼ିକରେ ମାଣ୍ଡିଆ କ୍ଷେତ୍ର ତଥା ଏହାର ମୋଟ ଅମଳ ପରିମାଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆଗାମୀ ୫ବର୍ଷ ମଧ୍ୟରେ କିପରି ଏହାର ମୋଟ କ୍ଷେତ୍ର ପରିମାଣ ବୃଦ୍ଧି କରାଯାଇପାରିବ ସେ ଦିଗରେ ଚିନ୍ତା କରାଯାଇପାରେ। ପଞ୍ଚମରେ ରାଜ୍ୟ କୃଷି ବିଭାଗ, ଶ୍ରୀଅନ୍ନ ଅଭିଯାନ, କୃଷି ବିଶ୍ୱବିଦ୍ୟାଳୟ, କୃଷିବିଜ୍ଞାନ କେନ୍ଦ୍ରଗୁଡ଼ିକର ପ୍ରତ୍ୟକ୍ଷ ସହାୟତା ନେଇ ମାଣ୍ଡିଆ ଗାଁର ଚାଷୀମାନେ ବର୍ଷକୁ ଅନ୍ତତଃ ଥରେ ବୀଜ ମହୋତ୍ସବ ନାମରେ ଏକ କାର୍ଯ୍ୟକ୍ରମ କରି ମାଣ୍ଡିଆକୁ ନେଇ ନୂଆ ପରିଚୟ ଦେବା ସହ ଏଥିରେ ମାଣ୍ଡିଆର କିପରି ମୂଲ୍ୟ ସଂଯୋଗପୂର୍ବକ ବିଭିନ୍ନ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ ସେ ଦିଗରେ ଧ୍ୟାନ ଦେଇପାରିବେ। ଏଥିରେ ସ୍ବୟଂସହାୟକ ଗୋଷ୍ଠୀ, କୃଷକ, ଉପତ୍ାଦକ ସଂଗଠନ, ଷ୍ଟାର୍ଟଅପଗୁଡ଼ିକୁ ଏକାଠିକରି ମାଣ୍ଡିଆ ପୋଷଣ କ୍ୟାମ୍ପ ମଧ୍ୟ ଆୟୋଜନ କରାଯାଇପାରେ। ଏହା ବ୍ୟତୀତ ମାଣ୍ଡିଆର ଉପଯୁକ୍ତ ବିପଣନ ପାଇଁ ଇ-ମାର୍କେଟ୍‌ ତଥା ଯୁବ ଉଦ୍ୟୋଗୀମାନଙ୍କ ମାଣ୍ଡିଆ ଉଦ୍ୟୋଗକୁ ଆମେ ଏଥିରେ ଯୋଡ଼ିପାରିବା। ଏହି ମାଣ୍ଡିଆ ଗାଁରେ ମାସିକିଆ ମିଲେଟ ହାଟ ମାଧ୍ୟମରେ ଦେଶୀ ଉତ୍ପାଦ  ପାଇଁ ବିକ୍ରିବଟାର ସୁଯୋଗ ସୃଷ୍ଟି କରିପାରିବା।
ପ୍ରତିବର୍ଷ ନଭେମ୍ବର ୧୦ରେ ମାଣ୍ଡିଆ ଦିବସ ପାଳୁଛି। ଏବର୍ଷ ମାଣ୍ଡିଆ ଚାଷରେ ମହିଳାମାନଙ୍କର ଗୁରୁତ୍ୱ ତଥା କୃଷି ଐତିହ୍ୟ ଦିଗରେ ଆମେ କିପରି ପ୍ରତ୍ୟକ୍ଷ ଭାଗୀଦାରି ସାଜିପାରିବା ତାହା ଆମ ପାଇଁ ଏକ ବଡ଼ ଆହ୍ବାନ। ଆଗାମୀ ୨୦୩୬ ବେଳକୁ ଆମେ ଅନ୍ତତଃ ଓଡ଼ିଶାରେ ୫୦୦ଟି ମାଣ୍ଡିଆ ଗାଁର ପରିକଳ୍ପନା କରିବାକୁ ସଙ୍କଳ୍ପନେବା। ଯେଉଁଥିରେ ପାଖାପାଖି ୧୦ଲକ୍ଷ ମାଣ୍ଡିଆ ଚାଷୀ ପ୍ରତ୍ୟକ୍ଷ ଭାବେ ପ୍ରଶିକ୍ଷଣ ପୂର୍ବକ ସଫଳ ମିଲେଟ୍‌ ଚାଷୀଭାବେ ପରିଗଣିତ ହୋଇପାରିବେ। ମାଣ୍ଡିଆ, ମହିଳା ଆଉ ମାର୍କେଟର ସମନ୍ବୟ ଏହି ମିଶନକୁ ସଫଳ ରୂପ ଦେବ।

ଡି. ଶୁଭମ୍‌
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା(ଓସୋକା), ଭୁବନେଶ୍ୱର ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ଗ୍ୟାସକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାବାସୀଙ୍କ ପାଇଁ…

ଭୁବନେଶ୍ୱର,୨୬।୩: ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଏନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri