ରାଜ୍ୟ ବାହାରେ ଅସୁରକ୍ଷିତ ଓଡ଼ିଆ ଯୁବତୀ: ମାସକରେ ୩ଜଣ ବଳାତ୍କାର ସହ ହତ୍ୟାର ଶିକାର

ଭୁବନେଶ୍ୱର,୧୦ା୧୧(ତ୍ରିନାଥ ମହାନ୍ତି):ରାୟଗଡ଼ା ଜିଲାର ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଗତ ୫ତାରିଖରେ ଉତ୍ତରାଖଣ୍ଡ ଲାଲ୍‌ପୁରରେ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ବାଇକ୍‌ରେ ନେଇ ଦେହରେ ପଥର ବାନ୍ଧି ନଦୀକୁ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ। ୬ମାସ ହେଲା ଉକ୍ତ ଯୁବତୀଜଣଙ୍କ ଉତ୍ତରାଖଣ୍ଡ ଲାଲ୍‌ପୁରରେ ଏକ ଘରଭଡ଼ା ନେଇ ରହିବା ସହ ସେଠାକାର ଏକ କମ୍ପାନୀରେ ଇଣ୍ଟର୍ନଶିପ୍‌ କରୁଥିଲେ। ଯୁବତୀଙ୍କୁ ଘର ମାଲିକଙ୍କ ପୁଅ ଏବଂ ତାଙ୍କ ସାଙ୍ଗମାନେ ଗଣବଳାତ୍କାର କରି ହତ୍ୟା କରିଥ୍‌ତ୍ଲେ। ସେହିପରି ଗତ ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ଜଣେ ଓଡ଼ିଆ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ମହିଳା ଜଣଙ୍କ ଘର ଭରତପୁର ଥାନା ଅଞ୍ଚଳରେ ହୋଇଥିବାବେଳେ ପରିବାର ଋଣ ଶୁଝିବା ପାଇଁ ସ୍ବାମୀ ଏବଂ ଛୋଟ ଛୁଆକୁ ଧରି ହାଇଦ୍ରାବାଦ ଯାଇଥିଲେ। ସେଠାରେ କମ୍ପାନୀରେ ରହି ଶ୍ରମିକଙ୍କ ଛୋଟ ପିଲାଙ୍କୁ ମହିଳା ପାଠ ପଢ଼ାଉଥିଲେ। ହେଲେ ସ୍ବାମୀ ପାସ୍‌ପୋର୍ଟ କରିବା ପାଇଁ ଭୁବନେଶ୍ୱର ଆସିଥିବା ବେଳେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
ସେହିପରି ଗତ ଅକ୍ଟୋବର ୧୦ ତାରିଖରେ ପଶ୍ଚିମବଙ୍ଗ ଦୁର୍ଗାପୁରରେ ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳର ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ସ୍ଥାନୀୟ ମେଡିକାଲ କଲେଜରେ ସେ ପାଠ ପଢୁଥିଲେ। ଛାତ୍ରୀ ଜଣଙ୍କ ପୁରୁଷ ବନ୍ଧୁଙ୍କ ସହ କଲେଜ ବାହାରକୁ ରାତିରେ ଗୁପ୍‌ଚୁପ୍‌ ଖାଇବାକୁ ଯାଇଥିବା ବେଳେ କେତେଜଣ ଯୁବକ ଆସି ତାଙ୍କୁ ଟେକିନେଇ ଗଣବଳାତ୍କାର କରିଥିଲେ। ପୋଲିସ ତଦନ୍ତ ପରେ ଉକ୍ତ ଘଟଣାରେ ପୁରୁଷ ବନ୍ଧୁଙ୍କ ହାତ ଥିବା ଜଣାପଡ଼ିଥିଲା। ସେହିପରି ଗତ ବର୍ଷ ଜୁଲାଇରେ ବେଙ୍ଗାଲୁରୁରେ ଜଣେ ଓଡ଼ିଆ ଛାତ୍ରୀଙ୍କୁ ସ୍କୁଲରେ ବଳାତ୍କାର କରାଯାଇଥିଲା, ଯାହାକୁ ନେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଗତ ବର୍ଷ ଦିଲ୍ଲୀରେ ମଧ୍ୟ ଜଣେ ଓଡ଼ିଆ ଯୁବତୀ ଗଣବଳାତ୍କାରର ଶିକାର ହୋଇଥିଲେ। ସେ ପରିବାର ଲୋକଙ୍କ ଉପରେ କୌଣସି କାରଣରୁ ରାଗିକି ଦିଲ୍ଲୀ ପଳାଇଯାଇଥିଲେ। ସେଠାରେ ଷ୍ଟେଶନରେ ରହିଥିବାବେଳେ ଜଣେ ଅଟୋ ଡ୍ରାଇଭର ଏବଂ ଅନ୍ୟମାନେ ତାଙ୍କୁ ଗଣବଳାତ୍କାର କରିଥିଲେ। ଗତବର୍ଷ ହାଇଦ୍ରାବାଦରେ ଏକ ପ୍ରେମୀଯୁଗଳଙ୍କୁ ମାଡ଼ ମାରିବା ସହ ପ୍ରେମିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହିଭଳି ଓଡ଼ିଶାରୁ ଏକାଧିକ ଯୁବତୀ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେଉଥିବାବେଳେ ସେମାନଙ୍କ ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭରତପୁରରେ ରହୁଥିବା ମୋନାଲିସା ସାହୁ କହିଛନ୍ତି, ତାଙ୍କ ଝିଅ ଦିଲ୍ଲୀରେ ରହି ପାଠ ପଢୁଛି। ହେଲେ ଗତ କିଛିବର୍ଷ ହେବ ରାଜ୍ୟ ବାହାରେ ଯେଭଳି ମହିଳା ଓ ଛାତ୍ରୀମାନେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି, ସେକଥା ଶୁଣିଲେ ଝିଅର ସୁରକ୍ଷା ନେଇ ଆମେ ସବୁବେଳେ ଚିନ୍ତାରେ ରହୁଛୁ। ଝିଅ ସହ ଗୋଟିଏ ଦିନ କଥା ନ ହେଲେ କିଛି ଅଘଟଣ ନ ହେଉ ବୋଲି ଭଗବାନଙ୍କୁ ଡାକୁଛୁ।
ପ୍ରଭାବୀ ହେଉନି ଆନ୍ତଃରାଜ୍ୟ ଆଇପିଏସ୍‌ ସମ୍ମିଳନୀ
ଗତ ଦୁଇ ବର୍ଷରେ ବାହାର ରାଜ୍ୟରେ ୩୦ରୁ ଅଧିକ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି। ପ୍ରତିବର୍ଷ ମହିଳାଙ୍କ ସୁରକ୍ଷା ପାଇଁ ଆନ୍ତଃରାଜ୍ୟ ଆଇପିଏସ୍‌ ସମ୍ମିଳନୀ କରାଯାଉଛି। ଏହି ସମ୍ମିଳନୀରେ ମହିଳାମାନେ କିଭଳି ଅନ୍ୟ ରାଜ୍ୟରେ ସୁରକ୍ଷା ପାଇବେ ସେନେଇ ଆଲୋଚନା କରାଯାଉଛି। ଆହୁରି ମଧ୍ୟ ରାଜ୍ୟ ରାଜ୍ୟ ଭିତରେ ସମନ୍ବୟ ରଖି କାମ କରିବାକୁ କୁହାଯାଉଛି। କୌଣସି ରାଜ୍ୟରେ ଅନ୍ୟ ରାଜ୍ୟର ମହିଳାମାନେ ଅପରାଧର ଶିକାର ହେଲେ ତୁରନ୍ତ ସେଠାର ପୋଲିସକୁ ଜଣାଇବା ସହ ତଦନ୍ତ କରି ତ୍ୱରିତ ନ୍ୟାୟ ଦେବାକୁ କୁହାଯାଉଛି। କିନ୍ତୁ ବାସ୍ତବରେ ତାହା ସଫଳ ହେଉ ନ ଥିବା କିଛି ଦିନର ଘଟଣାକୁ ଦେଖିଲେ ଜଣାପଡ଼ୁଛି। ତେବେ ଏନେଇ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ବାହାର ରାଜ୍ୟରେ ଓଡ଼ିଶାର କୌଣସି ମହିଳା ନିର୍ଯାତନାର ଶିକାର ହେଲେ ଆମେ ତୁରନ୍ତ ଉକ୍ତ ରାଜ୍ୟର ପୋଲିସ ଡିଜିଙ୍କ ସହ ଯୋଗାଯୋଗ କରୁଛୁ। ଆହୁରି ମଧ୍ୟ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ କହୁଛୁ। ରାଜ୍ୟ ବାହାରେ ମହିଳାଙ୍କ ଉପରେ ଘଟୁଥିବା ଘଟଣା ଉପରେ ନଜର ରଖିଛୁ ବୋଲି ମିଶ୍ର କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?