ଆରମ୍ଭ ହୋଇପାରୁନି ଶ୍ରୀସେତୁ କାମ

ପୁରୀ ଅଫିସ,୨୦।୭: ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରିବାକୁ ଦୀର୍ଘମିଆଦୀ ରୋଡ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ସୁବିଧା। ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ, ହ୍ରଦ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ଏପରି କି ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ କରାଯାଉଛି। ରାଜ୍ୟ ସରକାରଙ୍କ ସ୍ବପ୍ନର ପୁରୀର ଏକ ପ୍ରମୁଖ ଯୋଜନା ହେଉଛି ଶ୍ରୀସେତୁ ପ୍ରକଳ୍ପ। ରାଜ୍ୟର ପ୍ରଥମ ଏହି ଟ୍ରମ୍ପେଟ ସେତୁ ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ବାଇପାସ୍‌ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲିଗ୍ରୀମ ସେଣ୍ଟରକୁ ସଂଯୋଗ କରାଯିବ। ଅବଢା ଯୋଜନାରେ ନିର୍ମାଣ ହେବାକୁ ଥିବା ଏହି ସେତୁ ପାଇଁ ୧୯୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାସ୍ତା ଓ ବ୍ରିଜ୍‌ର ଲମ୍ବ ପ୍ରାୟ ୨.୩ କିମି ହେବ। କିନ୍ତୁ କରୋନା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। କରୋନା ପାଇଁ ଜମି ଅଧିଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ଏବେ ପୁନଶ୍ଚ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିବାବେଳେ କେବେ ଏହାର କାମ ଆରମ୍ଭ କରାଯିବ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି।
ଶ୍ରୀ ସେତୁ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ଟି ମୌଜା ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ନଂ-୧ ଓ ଦାଣ୍ଡିମାଳ ସାହିର ବେସରକାରୀ ଓ ସରକାରୀ ଜମି ମିଶି ୩୭ ଏକର ୯୮୪ ଡେସିମିଲ ଅଧିଗ୍ରହଣ ହେବ। ମୋଟ ଜମି ମଧ୍ୟରୁ ବେସରକାରୀ ଜମି ୩୪ଏକର ୨୪୬ଡେସିମିଲ ଥିବାବେଳେ ସରକାରୀ ଜମି ୩ଏକର ୭୩୮ଡେସିମିଲ ରହିଛି। ଏଥିମଧ୍ୟରେ ସମଙ୍ଗ ମୌଜାରୁ ସର୍ବାଧିକ ବେସରକାରୀ ଜମି ୧୭ଏକର ୯୪୭ ଡେସିମିଲ ଜମି ଅଧିଗ୍ରହଣ କରାଯିବ। ସେହିପରି ଏହି ମୌଜାର ୦.୦୧୧ ଡେସିମିଲ ସରକାରୀ ଜମି ରହିଛି। ମାଟିତୋଟା ମୌଜାରେ ବେସରକାରୀ ଜମି ୧୨ଏକର ୬୫ ଡେସିମିଲ ଓ ସରକାରୀ ଜମି ୦.୧୬୨ ଡେସିମିଲ, ମାର୍କଣ୍ଡେଶ୍ୱର ସାହି ନଂ.-୧ ମୌଜାରୁ ବେସରକାରୀ ୧ଏକର ୭୦୩ ଡେସିମିଲ ଓ ସରକାରୀ ୩ଏକର ୪୬୫ ଡେସିମିଲ ଏବଂ ଦାଣ୍ଡିମାଳ ସାହି ମୌଜାରୁ ବେସରକାରୀ ୨ ଏକର ୫୪୬ ଡେସିମିଲ ଓ ସରକାରୀ ୦.୧୦୦ ଡେସିମିଲ ଜମି ଅଧିଗ୍ରହଣ କରାଯିବ। ତେବେ ଏହି ସରକାରୀ ଜମି ମଧ୍ୟରେ ମହାପ୍ରଭୁଙ୍କ ଜମି ମଧ୍ୟ ରହିଥିବା ଜଣାପଡ଼ିଛି।
ଜମି ଅଧିଗ୍ରହଣ ପୂର୍ବରୁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ(ଏସ୍‌ଆଇଏ) ସର୍ଭେ କରାଯାଇଥିଲା। ଏସ୍‌ଆଇଏ ସର୍ଭେ ପରେ ଅଧିଗ୍ରହଣ ଚାଲିଥିଲା। ହେଲେ ମହାମାରୀ କରୋନା କଟକଣା ଯୋଗୁ ଅଧିଗ୍ରହଣ କାମ ବନ୍ଦ ରହିଥିଲା। ଏବେ ପୁଣି ଏହି ଅଧିଗ୍ରହଣ କାମ ଆରମ୍ଭ କରାଯାଇଛି। ଫଳରେ ଶ୍ରୀସେତୁ କାମ କେବେ ଆରମ୍ଭ ହେବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏସମ୍ପର୍କରେ ଜିଲା ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ ଜେନାଙ୍କୁ ପଚାରିବାରେ କରୋନା ଯୋଗୁ ପୁରୀର ସମସ୍ତ ବିକାଶମୂଳକ କାମ ବିଳମ୍ବ ହୋଇଛି। ଶ୍ରୀସେତୁ ପାଇଁ ଜମି ଅଧିଗ୍ରହଣ ଚାଲିଥିବାବେଳେ କରୋନା କଟକଣା ଯୋଗୁ ଏହା ବନ୍ଦ ରହିଥିଲା। ଏବେ ଅଧିଗହଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ଅଧିଗ୍ରହଣ ସରିବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରାଯିବ। ଶ୍ରୀସେତୁ ନିର୍ମାଣ ହେଲେ ଯାତ୍ରୀମାନେ ସିଧାସଳଖ ମଙ୍ଗଳାଘାଟ ବାଇପାସ୍‌ରୁ ଜଗନ୍ନାଥବଲ୍ଲଭ ମଠ ନିକଟରେ ପହଞ୍ଚତ୍ପାରିବେ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇଦାରେ ଆଗୁଆ, ନିଯୁକ୍ତିରେ ପଛୁଆ

ଯାଜପୁର ଅଫିସ୍‌,୬ା୮: କଳିଙ୍ଗନଗରରେ ଶିଳ୍ପାୟନ ପଛରେ ମୂଳ ଲକ୍ଷ୍ୟ ରହିଥିଲା ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ନିଯୁକ୍ତି ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶ। ଏହି ଅଞ୍ଚଳକୁ...

କାଳ ବୈଶାଖୀରେ ଭାଙ୍ଗିଲା ଘର

ଚମ୍ପୁଆ,୨୯ା୫(ଡି.ଏନ.ଏ.): କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବାସୁଦେବପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷା ସହ ପ୍ରବଳ ବେଗରେ ପବନ ହେବାରୁ ଗ୍ରାମର ତ୍ରିବନ...

ପାରାଦୀପ ସମେତ ୪ ସ୍ଥାନରେ ସରିଲା ପକ୍ଷୀ ଗଣନା

ପାରାଦୀପ,୧୩।୧(ସ୍ବ.ପ୍ର.): କୁଜଙ୍ଗ ବନାଞ୍ଚଳ ପକ୍ଷରୁ ପାରାଦୀପ ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ସରିଛି। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିଛି । ଆଉ...

ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ସୁରକ୍ଷା କର୍ମୀ

ବ୍ରହ୍ମପୁର ଅଫିସ,୧ା୭-  ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ଶତାଧିକ ସୁରକ୍ଷା କର୍ମୀ ବିଭିନ୍ନ ଦାବି ନେଇ ରବିବାର ଅପରାହ୍ନରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।...

ନିର୍ଯାତନା ସହି ନପାରି ଜୀବନ ହାରିଲେ ନବବଧୂ

ଭୁବନେଶ୍ୱର,୭।୮(ବ୍ୟୁରୋ): ଶାଶୂ ଘର ଲୋକଙ୍କ ନିର୍ଯାତନା ସାଙ୍ଗକୁ ରୋଗର ଜ୍ୱାଳା ସହି ନ ପାରି ଜଣେ ନବବଧୂ ଆତ୍ମହତ୍ୟା କରିଛନ୍ତି। ଶନିବାର ସେ ଘରର ଆଜ୍‌ବେଷ୍ଟସ୍‌...

ମହିଳା ବିରୋଧୀ ହିଂସା: ଓଡ଼ିଶା ୨ୟ

ଭୁବନେଶ୍ୱର (ବ୍ୟୁରୋ) /ନୂଆଦିଲ୍ଲୀ,୧୬ା୯: ବଳାତ୍କାର, ଏସିଡ୍‌ ଆକ୍ରମଣ, ହତ୍ୟା, ଯୌତୁକ ନିର୍ଯାତନା, ଚାଲାଣ, ଯୌନ ନିର୍ଯାତନା, ଅସଦାଚରଣ ଆଦି ମହିଳା ବିରୋଧୀ ହିଂସା ଓଡ଼ିଶାରେ ପ୍ରତିବର୍ଷ...

ଝାରସୁଗୁଡ଼ାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୮

ଝାରସୁଗୁଡ଼ା ଅଫିସ,୧୫।୬: ଝାରସୁଗୁଡାରେ ସୋମବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।...

ସମୁଦ୍ରରେ ନାବାଳକ ପ୍ରୀତମ ନିଖୋଜ ଘଟଣା: ଏସ୍‌ପି, ଡିଜିଙ୍କୁ ମାସେ ମହଲତ ଦେଲେ ଏନ୍‌ଏଚ୍‌ଆର୍‌ସି

ପାରାଦୀପ,୨୧ା୪(ସ୍ବ:ପ୍ର:): ପାରାଦୀପ ବିଜୁ ମଇଦାନ ସମୁଦ୍ରକୂଳରେ ୨୦୨୨ ମେ ୨୧ତାରିଖରେ ନାବାଳକ ପ୍ରୀତମ ଦାସ ନିଖୋଜ ହୋଇଥିଲେ। ଏହି ଘଟଣାରେ ଜଗତ୍‌ସିଂହପୁର ଏସ୍‌ପି ଓ ଡିଜିଙ୍କୁ...

Advertisement
Archives

Model This Week