ଆରମ୍ଭ ହୋଇପାରୁନି ଶ୍ରୀସେତୁ କାମ

ପୁରୀ ଅଫିସ,୨୦।୭: ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରିବାକୁ ଦୀର୍ଘମିଆଦୀ ରୋଡ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ସୁବିଧା। ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ, ହ୍ରଦ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ଏପରି କି ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ କରାଯାଉଛି। ରାଜ୍ୟ ସରକାରଙ୍କ ସ୍ବପ୍ନର ପୁରୀର ଏକ ପ୍ରମୁଖ ଯୋଜନା ହେଉଛି ଶ୍ରୀସେତୁ ପ୍ରକଳ୍ପ। ରାଜ୍ୟର ପ୍ରଥମ ଏହି ଟ୍ରମ୍ପେଟ ସେତୁ ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ବାଇପାସ୍‌ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲିଗ୍ରୀମ ସେଣ୍ଟରକୁ ସଂଯୋଗ କରାଯିବ। ଅବଢା ଯୋଜନାରେ ନିର୍ମାଣ ହେବାକୁ ଥିବା ଏହି ସେତୁ ପାଇଁ ୧୯୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାସ୍ତା ଓ ବ୍ରିଜ୍‌ର ଲମ୍ବ ପ୍ରାୟ ୨.୩ କିମି ହେବ। କିନ୍ତୁ କରୋନା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। କରୋନା ପାଇଁ ଜମି ଅଧିଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ଏବେ ପୁନଶ୍ଚ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିବାବେଳେ କେବେ ଏହାର କାମ ଆରମ୍ଭ କରାଯିବ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି।
ଶ୍ରୀ ସେତୁ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ଟି ମୌଜା ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ନଂ-୧ ଓ ଦାଣ୍ଡିମାଳ ସାହିର ବେସରକାରୀ ଓ ସରକାରୀ ଜମି ମିଶି ୩୭ ଏକର ୯୮୪ ଡେସିମିଲ ଅଧିଗ୍ରହଣ ହେବ। ମୋଟ ଜମି ମଧ୍ୟରୁ ବେସରକାରୀ ଜମି ୩୪ଏକର ୨୪୬ଡେସିମିଲ ଥିବାବେଳେ ସରକାରୀ ଜମି ୩ଏକର ୭୩୮ଡେସିମିଲ ରହିଛି। ଏଥିମଧ୍ୟରେ ସମଙ୍ଗ ମୌଜାରୁ ସର୍ବାଧିକ ବେସରକାରୀ ଜମି ୧୭ଏକର ୯୪୭ ଡେସିମିଲ ଜମି ଅଧିଗ୍ରହଣ କରାଯିବ। ସେହିପରି ଏହି ମୌଜାର ୦.୦୧୧ ଡେସିମିଲ ସରକାରୀ ଜମି ରହିଛି। ମାଟିତୋଟା ମୌଜାରେ ବେସରକାରୀ ଜମି ୧୨ଏକର ୬୫ ଡେସିମିଲ ଓ ସରକାରୀ ଜମି ୦.୧୬୨ ଡେସିମିଲ, ମାର୍କଣ୍ଡେଶ୍ୱର ସାହି ନଂ.-୧ ମୌଜାରୁ ବେସରକାରୀ ୧ଏକର ୭୦୩ ଡେସିମିଲ ଓ ସରକାରୀ ୩ଏକର ୪୬୫ ଡେସିମିଲ ଏବଂ ଦାଣ୍ଡିମାଳ ସାହି ମୌଜାରୁ ବେସରକାରୀ ୨ ଏକର ୫୪୬ ଡେସିମିଲ ଓ ସରକାରୀ ୦.୧୦୦ ଡେସିମିଲ ଜମି ଅଧିଗ୍ରହଣ କରାଯିବ। ତେବେ ଏହି ସରକାରୀ ଜମି ମଧ୍ୟରେ ମହାପ୍ରଭୁଙ୍କ ଜମି ମଧ୍ୟ ରହିଥିବା ଜଣାପଡ଼ିଛି।
ଜମି ଅଧିଗ୍ରହଣ ପୂର୍ବରୁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ(ଏସ୍‌ଆଇଏ) ସର୍ଭେ କରାଯାଇଥିଲା। ଏସ୍‌ଆଇଏ ସର୍ଭେ ପରେ ଅଧିଗ୍ରହଣ ଚାଲିଥିଲା। ହେଲେ ମହାମାରୀ କରୋନା କଟକଣା ଯୋଗୁ ଅଧିଗ୍ରହଣ କାମ ବନ୍ଦ ରହିଥିଲା। ଏବେ ପୁଣି ଏହି ଅଧିଗ୍ରହଣ କାମ ଆରମ୍ଭ କରାଯାଇଛି। ଫଳରେ ଶ୍ରୀସେତୁ କାମ କେବେ ଆରମ୍ଭ ହେବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏସମ୍ପର୍କରେ ଜିଲା ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ ଜେନାଙ୍କୁ ପଚାରିବାରେ କରୋନା ଯୋଗୁ ପୁରୀର ସମସ୍ତ ବିକାଶମୂଳକ କାମ ବିଳମ୍ବ ହୋଇଛି। ଶ୍ରୀସେତୁ ପାଇଁ ଜମି ଅଧିଗ୍ରହଣ ଚାଲିଥିବାବେଳେ କରୋନା କଟକଣା ଯୋଗୁ ଏହା ବନ୍ଦ ରହିଥିଲା। ଏବେ ଅଧିଗହଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ଅଧିଗ୍ରହଣ ସରିବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରାଯିବ। ଶ୍ରୀସେତୁ ନିର୍ମାଣ ହେଲେ ଯାତ୍ରୀମାନେ ସିଧାସଳଖ ମଙ୍ଗଳାଘାଟ ବାଇପାସ୍‌ରୁ ଜଗନ୍ନାଥବଲ୍ଲଭ ମଠ ନିକଟରେ ପହଞ୍ଚତ୍ପାରିବେ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?