Categories: ଖେଳ

ଶ୍ରୀଜେସ୍‌ ହେଲେ ଆଥ୍‌ଲେଟିକ କମିଟି ସଦସ୍ୟ

ଲାଉସାନେ, ୨୧ା୫ (ପି.ଟି.)-ଭାରତୀୟ ପୁରୁଷ ହକି ଦଳର ଷ୍ଟାର ଗୋଲ୍‌କିପର ପି.ଆର. ଶ୍ରୀଜେସ୍‌ ଗୁରୁବାର ଏଫ୍‌ଆଇଏଚ୍‌ (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ହକି) ଆଥଲେଟ୍ସ କମିଟର ଜଣେ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ହକିର ବିଶ୍ୱ କାର୍ଯ୍ୟନିର୍ବାହୀ ପରିଷଦ ଭର୍ଚୁଆଲ ବୈଠକ ଜରିଆରେ ଏହି ନିଯୁକ୍ତି ଦେଇଛି। ଅଭିଜ୍ଞ ଶ୍ରୀଜେସ୍‌ ଅତୀତରେ ଭାରତୀୟ ହକି ଦଳର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି। ୪୭ତମ ଏଫ୍‌ଆଇଏଚ୍‌ କଂଗ୍ରେସର ଦୁଇ ଦିନ ପୂର୍ବରୁ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଶ୍ରୀଜେସ୍‌ଙ୍କ ବ୍ୟତୀତ ଅନ୍ୟ ୩ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ମାର୍ଲେନା ରିବାଚା (ପୋଲାଣ୍ଡ), ମହମ୍ମଦ ମିଆ (ଦକ୍ଷିଣ ଆଫ୍ରିକା) ଓ ମ୍ୟାଟ ସ୍ବାନ (ଅଷ୍ଟ୍ରେଲିଆ)। ୩୩ ବର୍ଷୀୟ ଶ୍ରୀଜେସ୍‌ ଭାରତୀୟ ଦଳର ଅନ୍ୟତମ ସିନିୟର ଖେଳାଳି। ୪୭ତମ ଏଫ୍‌ଆଇଏଚ୍‌ କଂଗ୍ରେସ ମଧ୍ୟ ଅନ୍‌ଲାଇନ୍‌ରେ ହେବ।

Share