ସ୍କ୍ବାଡ୍‌ ଗଠନ ହୋଇଛି, ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୩ା୫: କେନ୍ଦ୍ର ସରକାରଙ୍କ ସଦ୍ୟତମ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ଓ ତମାଖୁ ସେବନ ବହୁ ଅଧିକ ଥିବାରୁ ବୁଦ୍ଧିଜୀବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏସବୁର ଅହେତୁକ ବୃଦ୍ଧି ପରିବାରରେ ସମସ୍ୟା ସୃଷ୍ଟି କରୁଛି। ଜିଲାର ବିଭିନ୍ନ ସ୍ଥାନରେ କଟକଣାରେ ଥିବା ତମାଖୁ ଯୁକ୍ତ ଗୁଟ୍‌ଖା ଖୋଲାଖୋଲି ବିକ୍ରି ହେଉଛି। ଏହାକୁ ଦେଖି କେତୋଟି ନକଲି ଗୁଟ୍‌ଖା କମ୍ପାନୀ ଖୋଲିଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ତଦାରଖ ହେଉ ନ ଥିବାରୁ ମୁଖ ଗହ୍ବର ରୋଗ ବଢ଼ିବା ସହ ନାବାଳିକାନାବାଳକ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ନୀହାର ରଞ୍ଜନ ପ୍ରଧାନ କହିଛନ୍ତି, ଜିଲାରେ ନକଲି ଜର୍ଦ୍ଦାର ପ୍ରଚାର ପ୍ରସାର ବଢ଼ିଚାଲିଛି। ମହାକାଳପଡ଼ା ବ୍ଲକ ରାଜଗଡ ଗଁାରେ ରାଜା ମଲ୍ଲିକ ଓ ସଞ୍ଜୟ ମଲ୍ଲିକ ନକଲି ଜର୍ଦ୍ଦା ତିଆରି ଅଭିଯୋଗରେ ୨୦୧୯ ଜାନୁୟାରୀରେ ଗିରଫ ହୋଇଥିଲେ। ତାଙ୍କ ନିକଟରୁ ପୋଲିସ ଗୁଟ୍‌ଖା ନିର୍ମାଣରେ ବ୍ୟବହୃତ ବହୁ ମାରାତ୍ମକ ରାସାୟନିକ ଦ୍ରବ୍ୟ ସହ ବିଭିନ୍ନ କମ୍ପାନୀର ଲୋଗୋ ଥିବା ଖୋଳ ଜବତ କରିଥିଲା। ସେହିପରି ଡେରାବିଶ ପୋଲିସ ଦୁଇବର୍ଷ ପୂର୍ବେ ବିଭିନ୍ନ କମ୍ପାନୀର ଜର୍ଦ୍ଦା ଭର୍ତ୍ତି ଏକ ଟାଟା ମ୍ୟାଜିକ୍‌କୁ ଧରିଥିଲା। ତେବେ ଦୁଇଦିନ ପରେ ସେହି ଗାଡି ଥାନାରୁ ଉଭାନ ହୋଇଯାଇଥିବା ବେଳେ ମାମଲାକୁ ନେଇ ସ୍ଥାନୀୟ ଲୋକେ ସନ୍ଦୀହାନ ଅଛନ୍ତି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆଠାରେ ଏକ ଜର୍ଦ୍ଦା ଗୋଦାମ ଚଢାଉ ପରେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ନିଷ୍କ୍ରିୟ ହୋଇପଡିଛି। ତଦାରଖ ନ ଥିବାରୁ ଏହି ବେପାର ବଢ଼ି ଚାଲିଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, ଗୁଟ୍‌ଖା, ମଦ ଆଦି ଦ୍ରବ୍ୟ କେନ୍ଦ୍ରାପଡ଼ା ଜିଲାରେ ଖୋଲାଖୋଲି ଭାବେ ବିକ୍ରି ଚାଲିଛି। ସ୍କୁଲ, କଲେଜ, ମନ୍ଦିର ନିକଟରେ ଏହାର ଦୋକାନ ଖୋଲା ହୋଇଛି। ଏହାର ବହୁଳ ପ୍ରଚାର ପ୍ରସାର ଯୋଗୁ ନାବାଳିକାନାବାଳକ ଆକର୍ଷିତ ହେଉଛନ୍ତି। ଜିଲାରେ ଏହି କାରବାରକୁ ରୋକିବାକୁ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ଏଥିରେ ଫୁଡ୍‌ ଇନ୍ସପେକ୍ଟର, ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ସଦସ୍ୟ ତଥା କର୍ମକର୍ତ୍ତା ଅଛନ୍ତି। ତେବେ ଧରପଗଡ଼ ହେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଭାରତରେ ମଦ୍ୟପାନ ହାର ୧୮.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହାର ହାର ୨୮.୮ ପ୍ରତିଶତ ରହିଥିବା ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ତମାଖୁ ସେବନରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ଅଛି। ଦେଶରେ ୩୮ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ଓଡ଼ିଶାରେ ୫୧.୬ ପ୍ରତିଶତ ରହିଛି। ମହିଳାଙ୍କ କ୍ଷେତ୍ରରେ ଦେଶରେ ୮.୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୬ ପ୍ରତିଶତ ତମାଖୁ ସେବନ କରୁଛନ୍ତି। ତମାଖୁ ସେବନ ଓ ନକଲି ତମାଖୁର ପ୍ରସାରଣକୁ ରୋକିବାକୁ ଜନସଚେତନତା, ମେ ୩୧କୁ ତମାଖୁ ବର୍ଜନ ଦିବସ ସହ କୋଟପା ଆଇନ ୨୦୦୩, ଏଫ୍‌ଏସ୍‌ଏସ୍‌ଆଇ ଆଇନ ୨୦୦୬ ପ୍ରଣୟନ ହୋଇଛି। ଏଥିସହ ଗୁଟ୍‌ଖା ବ୍ୟବସାୟକୁ ବେଆଇନ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ବ୍ୟବସାୟ ବୃଦ୍ଧି ଜନଜୀବନ ଉପରେ ପ୍ରଭାବ ପକାଇଛି। ଡାକ୍ତର ବୀରେନ୍ଦ୍ର କୁମାର ଦାଶ କହିଛନ୍ତି, ଏବେ ମୁଖ ଗହ୍ବର କ୍ୟାନ୍‌ସର ବଢ଼ିବାରେ ଲାଗିଛି। ଗୁଟ୍‌ଖାର ବହୁଳ ବ୍ୟବହାର ରୋକା ନ ଗଲେ ଏହି ରୋଗ ଅଧିକ ହେବ। ମୁହଁ ଘାଆ ଶୀଘ୍ର ନ ଶୁଖିବା, ମୁଖ ମଧ୍ୟରେ ଧଳା ଆସ୍ତରଣ ସୃଷ୍ଟି ହେବା, ଦାନ୍ତ ଭାଙ୍ଗିବା, ପାଟି ଖୋଲିବା ସମୟରେ କଷ୍ଟ ଲାଗିବା, ମୁହଁ କାନରେ ବିନ୍ଧା ହେବା, ଖାଇବା ସମୟରେ ଗଳାରେ କଷ୍ଟ ଅନୁଭବ କରିବା ଆଦି ଲକ୍ଷଣରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶନେବା ଆବଶ୍ୟକ ବୋଲି ଡା. ଦାଶ ପ୍ରକାଶ କରିଛନ୍ତି। ଜିଲା ଖାଦ୍ୟ ନିରୀକ୍ଷିକା ସମିତା ଦାସଙ୍କୁ ପଚାରିବାରେ ବ୍ୟାନ୍‌ ହୋଇଥିବା ଗୁଟ୍‌ଖା ଓ ନକଲି ଜର୍ଦ୍ଦା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହେଉଛି। ତମାଖୁ ସେବନକୁ ରୋକିବାକୁ ଜନସଚେତନତା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri