ସ୍କ୍ବାଡ୍‌ ଗଠନ ହୋଇଛି, ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୩ା୫: କେନ୍ଦ୍ର ସରକାରଙ୍କ ସଦ୍ୟତମ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ଓ ତମାଖୁ ସେବନ ବହୁ ଅଧିକ ଥିବାରୁ ବୁଦ୍ଧିଜୀବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏସବୁର ଅହେତୁକ ବୃଦ୍ଧି ପରିବାରରେ ସମସ୍ୟା ସୃଷ୍ଟି କରୁଛି। ଜିଲାର ବିଭିନ୍ନ ସ୍ଥାନରେ କଟକଣାରେ ଥିବା ତମାଖୁ ଯୁକ୍ତ ଗୁଟ୍‌ଖା ଖୋଲାଖୋଲି ବିକ୍ରି ହେଉଛି। ଏହାକୁ ଦେଖି କେତୋଟି ନକଲି ଗୁଟ୍‌ଖା କମ୍ପାନୀ ଖୋଲିଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ତଦାରଖ ହେଉ ନ ଥିବାରୁ ମୁଖ ଗହ୍ବର ରୋଗ ବଢ଼ିବା ସହ ନାବାଳିକାନାବାଳକ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ନୀହାର ରଞ୍ଜନ ପ୍ରଧାନ କହିଛନ୍ତି, ଜିଲାରେ ନକଲି ଜର୍ଦ୍ଦାର ପ୍ରଚାର ପ୍ରସାର ବଢ଼ିଚାଲିଛି। ମହାକାଳପଡ଼ା ବ୍ଲକ ରାଜଗଡ ଗଁାରେ ରାଜା ମଲ୍ଲିକ ଓ ସଞ୍ଜୟ ମଲ୍ଲିକ ନକଲି ଜର୍ଦ୍ଦା ତିଆରି ଅଭିଯୋଗରେ ୨୦୧୯ ଜାନୁୟାରୀରେ ଗିରଫ ହୋଇଥିଲେ। ତାଙ୍କ ନିକଟରୁ ପୋଲିସ ଗୁଟ୍‌ଖା ନିର୍ମାଣରେ ବ୍ୟବହୃତ ବହୁ ମାରାତ୍ମକ ରାସାୟନିକ ଦ୍ରବ୍ୟ ସହ ବିଭିନ୍ନ କମ୍ପାନୀର ଲୋଗୋ ଥିବା ଖୋଳ ଜବତ କରିଥିଲା। ସେହିପରି ଡେରାବିଶ ପୋଲିସ ଦୁଇବର୍ଷ ପୂର୍ବେ ବିଭିନ୍ନ କମ୍ପାନୀର ଜର୍ଦ୍ଦା ଭର୍ତ୍ତି ଏକ ଟାଟା ମ୍ୟାଜିକ୍‌କୁ ଧରିଥିଲା। ତେବେ ଦୁଇଦିନ ପରେ ସେହି ଗାଡି ଥାନାରୁ ଉଭାନ ହୋଇଯାଇଥିବା ବେଳେ ମାମଲାକୁ ନେଇ ସ୍ଥାନୀୟ ଲୋକେ ସନ୍ଦୀହାନ ଅଛନ୍ତି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆଠାରେ ଏକ ଜର୍ଦ୍ଦା ଗୋଦାମ ଚଢାଉ ପରେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ନିଷ୍କ୍ରିୟ ହୋଇପଡିଛି। ତଦାରଖ ନ ଥିବାରୁ ଏହି ବେପାର ବଢ଼ି ଚାଲିଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, ଗୁଟ୍‌ଖା, ମଦ ଆଦି ଦ୍ରବ୍ୟ କେନ୍ଦ୍ରାପଡ଼ା ଜିଲାରେ ଖୋଲାଖୋଲି ଭାବେ ବିକ୍ରି ଚାଲିଛି। ସ୍କୁଲ, କଲେଜ, ମନ୍ଦିର ନିକଟରେ ଏହାର ଦୋକାନ ଖୋଲା ହୋଇଛି। ଏହାର ବହୁଳ ପ୍ରଚାର ପ୍ରସାର ଯୋଗୁ ନାବାଳିକାନାବାଳକ ଆକର୍ଷିତ ହେଉଛନ୍ତି। ଜିଲାରେ ଏହି କାରବାରକୁ ରୋକିବାକୁ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ଏଥିରେ ଫୁଡ୍‌ ଇନ୍ସପେକ୍ଟର, ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ସଦସ୍ୟ ତଥା କର୍ମକର୍ତ୍ତା ଅଛନ୍ତି। ତେବେ ଧରପଗଡ଼ ହେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଭାରତରେ ମଦ୍ୟପାନ ହାର ୧୮.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହାର ହାର ୨୮.୮ ପ୍ରତିଶତ ରହିଥିବା ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ତମାଖୁ ସେବନରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ଅଛି। ଦେଶରେ ୩୮ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ଓଡ଼ିଶାରେ ୫୧.୬ ପ୍ରତିଶତ ରହିଛି। ମହିଳାଙ୍କ କ୍ଷେତ୍ରରେ ଦେଶରେ ୮.୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୬ ପ୍ରତିଶତ ତମାଖୁ ସେବନ କରୁଛନ୍ତି। ତମାଖୁ ସେବନ ଓ ନକଲି ତମାଖୁର ପ୍ରସାରଣକୁ ରୋକିବାକୁ ଜନସଚେତନତା, ମେ ୩୧କୁ ତମାଖୁ ବର୍ଜନ ଦିବସ ସହ କୋଟପା ଆଇନ ୨୦୦୩, ଏଫ୍‌ଏସ୍‌ଏସ୍‌ଆଇ ଆଇନ ୨୦୦୬ ପ୍ରଣୟନ ହୋଇଛି। ଏଥିସହ ଗୁଟ୍‌ଖା ବ୍ୟବସାୟକୁ ବେଆଇନ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ବ୍ୟବସାୟ ବୃଦ୍ଧି ଜନଜୀବନ ଉପରେ ପ୍ରଭାବ ପକାଇଛି। ଡାକ୍ତର ବୀରେନ୍ଦ୍ର କୁମାର ଦାଶ କହିଛନ୍ତି, ଏବେ ମୁଖ ଗହ୍ବର କ୍ୟାନ୍‌ସର ବଢ଼ିବାରେ ଲାଗିଛି। ଗୁଟ୍‌ଖାର ବହୁଳ ବ୍ୟବହାର ରୋକା ନ ଗଲେ ଏହି ରୋଗ ଅଧିକ ହେବ। ମୁହଁ ଘାଆ ଶୀଘ୍ର ନ ଶୁଖିବା, ମୁଖ ମଧ୍ୟରେ ଧଳା ଆସ୍ତରଣ ସୃଷ୍ଟି ହେବା, ଦାନ୍ତ ଭାଙ୍ଗିବା, ପାଟି ଖୋଲିବା ସମୟରେ କଷ୍ଟ ଲାଗିବା, ମୁହଁ କାନରେ ବିନ୍ଧା ହେବା, ଖାଇବା ସମୟରେ ଗଳାରେ କଷ୍ଟ ଅନୁଭବ କରିବା ଆଦି ଲକ୍ଷଣରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶନେବା ଆବଶ୍ୟକ ବୋଲି ଡା. ଦାଶ ପ୍ରକାଶ କରିଛନ୍ତି। ଜିଲା ଖାଦ୍ୟ ନିରୀକ୍ଷିକା ସମିତା ଦାସଙ୍କୁ ପଚାରିବାରେ ବ୍ୟାନ୍‌ ହୋଇଥିବା ଗୁଟ୍‌ଖା ଓ ନକଲି ଜର୍ଦ୍ଦା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହେଉଛି। ତମାଖୁ ସେବନକୁ ରୋକିବାକୁ ଜନସଚେତନତା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?