ଗୋଇନ୍ଦା ପାରା

ଅଭିମନ୍ୟୁ ଧଳ

 

”ମନପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ”ଆହାକି ସୁନ୍ଦର ତୋର ଘୁମୁରାରେ“ ”ମୁଁ ତ ବଡ଼ ଦେଉଳର ପାରାରେ“; ଭଜନ ସମ୍ରାଟ ସ୍ବର୍ଗତ ଭିକାରୀ ଚରଣ ବଳଙ୍କ ସୁମଧୁର କଣ୍ଠସ୍ବର ଚିରଦିନପାଇଁ ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଭକ୍ତିର ଅମୃତ ପରଶ ଆଣୁଥିବ। ଶ୍ରୀମନ୍ଦିର କାହିଁକି ପ୍ରତ୍ୟେକ ମନ୍ଦିରରେ ପାରାମାନଙ୍କର ରହଣି। ଏମାନେ ମନ୍ଦିର ପାରା ହୋଇଥିବାରୁ ମନ୍ଦିର ଛାଡ଼ି ଯାଆନ୍ତି ନାହିଁ। ପରନ୍ତୁ ଏହି ପାରା ମଣିଷଙ୍କ ଏତେ ନିକଟତର ଯେ ଏହା କଥା କହି ପାରୁ ନ ଥିଲେ ମଧ୍ୟ ଚିଠି ମାଧ୍ୟମରେ ବିଭିନ୍ନ ବାର୍ତ୍ତା ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ଧୁରନ୍ଧର। ପୁରାଣରେ ରାଧାକୃଷ୍ଣଙ୍କ ପ୍ରେମର ବାର୍ତ୍ତାବହ ଥିଲା ପାରା। ରାଜା, ମହାରାଜାମାନେ ଏହି ପାରାକୁ ଖବର ପ୍ରେରଣ କାର୍ଯ୍ୟରେ ବ୍ୟବହାର କରୁଥିଲେ। ଏସବୁ ପାରା ତାଲିମପ୍ରାପ୍ତ। ବର୍ତ୍ତମାନ ମଣିଷ ଏହି ପାରାକୁ ଗୋଇନ୍ଦାଗିରି କାର୍ଯ୍ୟରେ ବ୍ୟବହାର କରୁଛି। ଚାନ୍ଦିପୁର କ୍ଷପଣାସ୍ତ୍ରଘାଟି ଓ ପାରାଦୀପ ବନ୍ଦରର ତଥ୍ୟ ନେବାପାଇଁ ବିଦେଶର ପାରାମାନେ ସନ୍ଦିଗ୍ଧ ଅବସ୍ଥାରେ ପାଞ୍ଚଥର ଧରାପଡ଼ିଲେଣି। ନିକଟରେ ପାରାଦୀପ ଓ ପୁରୀଠାରେ ଏହି ପାରା ଧରାପଡ଼ିଛନ୍ତି। ଏବେ ଅସ୍ତରଙ୍ଗ ବ୍ଲକ ନାନପୁର ମୌଜାରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଉକ୍ତ ପାରାର ଦୁଇଗୋଡ଼ରେ ଦୁଇଟି ନଳୀ ଲାଗିଥିବା ବେଳେ ଡେଣାରେ ଅଜଣା ଭାଷାରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଛି। ଏହା ଏକ ଗୁପ୍ତ କ୍ୟାମେରା କିମ୍ବା ମେମୋରି ଚିପ୍‌ ବୋଲି ଅନୁମାନ କରାଯାଉଛି। ପୋଷାପାରାଙ୍କ ଗହଣରେ ବସିଥିବା ଏହି ପାରାକୁ ଜାଲ ପକାଇ ଧରାଯାଇଥିଲା। ପୋଷାପାରାଙ୍କୁ ଗୋଇନ୍ଦା କାମରେ ବ୍ୟବହାର କରିବା ଆରମ୍ଭ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ। ଏକ ଗୋଇନ୍ଦା ପାରା ‘ଚେର୍‌ଆମୀ“ ହିରୋ ଭୂମିକା ନିର୍ବାହ କରି ଚର୍ଚ୍ଚିତ ଥିଲା। ଏହି ସମୟରେ ସେ ୧୨ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ପାରାର ଗୁପ୍ତଚରଗିରି ବେଶ୍‌ ପ୍ରଶଂସନୀୟ ଥିଲା। ଏହି ଗୋଇନ୍ଦା ପାରାଙ୍କୁ ”ହୋମିଙ୍ଗ ପିଜନ“ କୁହାଯାଏ। ଏମାନେ ଘଣ୍ଟାକୁ ୧୬୦ କି.ମି. ଉଡ଼ୁଥିବା ବେଳେ ଏକାଥରେ ୧୮୦୦ କି.ମି. ଉଡ଼ନ୍ତି। ପୃଥିବୀରେ ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପାରା ଥିଲେ ମଧ୍ୟ ”ହୋମିଙ୍ଗ ପିଜନ“ ଗୋଇନ୍ଦାଗିରି କରିବାକୁ ସମର୍ଥ। ଗୋଇନ୍ଦାଗିରି ପାଇଁ କଲମ୍ବିଆ, ବେଲଜିୟମ ପାରା ବଛାଯାଏ।
ସାଧାରଣତଃ ପାରାମାନେ ପରିବ୍ରାଜକ ପକ୍ଷୀ ନୁହନ୍ତି କିମ୍ବା ଏହା ପରିବ୍ରାଜନରେ ଏ ଦେଶରୁ ସେ ଦେଶକୁ ଉଡ଼ନ୍ତି ନାହିଁ। ଏମାନେ ନିଜ ବାସସ୍ଥାନ ବାହାରକୁ ଯାଆନ୍ତି ନାହିଁ। ତେଣୁ ଯେଉଁ ସ୍ଥାନର ଗୁପ୍ତ ରିପୋର୍ଟ ଦରକାର ସେହି ସ୍ଥାନରେ ପାରାକୁ ଛାଡ଼ି ଦିଆଯାଏ। କେତେ ଦିନ ତଳେ ଏକ ଆମେରିକାନ ପାରା କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି। ପାରାଟି ଆମେରିକାରୁ ଉଡ଼ି ପହଞ୍ଚତ୍ଛି ଅଷ୍ଟ୍ରେଲିଆରେ। ମେଲବୋର୍ନର ବାସିନ୍ଦା କେଭିନ ସୋଲ-ବାର୍‌ ପକ୍ଷୀଟିକୁ ନିଜ ଉଦ୍ୟାନରେ ଠାବ କରିଥିଲେ। ପାରାଟି ମଣିଷ ସହ ଚଳିବାରେ ଅଭ୍ୟସ୍ତ ଥିବାରୁ ଆପେ ଧରା ଦେଇଥିଲା। ତା’ପାଦରେ ବନ୍ଧାଯାଇଥିବା ଟ୍ୟାଗ୍‌ରୁ କେଭିନ ଜାଣିଲେ ଏହା ଆମେରିକା ଅନ୍ତର୍ଗତ ଆଲାବାମାର ଜଣେ ବ୍ୟକ୍ତି ତାହାର ମାଲିକ। ୧୩୦୦୦ କି.ମି. ଅତିକ୍ରମ କରି ଅଷ୍ଟ୍ରେଲିଆରେ ପହଞ୍ଚତ୍ବା ଏକ ରେକର୍ଡ। ଅଷ୍ଟ୍ରେଲିଆର ଆଇନ ଅନୁସାରେ ଅନ୍ୟ ଦେଶର ପଶୁପକ୍ଷୀ ବିନା ଅନୁମତିରେ ଅଷ୍ଟ୍ରେଲିଆ ଆଣିବା ମନା। ତେଣୁ ଉକ୍ତ ପାରାଟିକୁ ଏକ ପଞ୍ଜୁରିରେ ବନ୍ଦୀଭାବେ ରଖାଯାଇଛି। ଏହା କେବେ ମୁକ୍ତିପାଇ ମାଲିକଙ୍କ ପାଖକୁ ଫେରିବ ତାହା ଚୂଡ଼ାନ୍ତ ହୋଇନାହିଁ।
ଆମ ପ୍ରତିରକ୍ଷା ବାହିନୀ ମଧ୍ୟ ତାଲିମପ୍ରାପ୍ତ ପାରା ଖବର ସଂଗ୍ରହ ପାଇଁ ରଖିଛି ଓ ସୀମାନ୍ତରେ ସନ୍ଦିଗ୍ଧ ଡ୍ରୋନ୍‌କୁ ଅକାମୀ କରିଦେବା ପାଇଁ ବାଜପକ୍ଷୀଙ୍କୁ ତାଲିମ ଦିଆଯାଇ ରଖାଯାଇଛି। ‘ହୋମିଙ୍ଗ ପିଜନ’ର ଗୁପ୍ତଚର କାମପ୍ରତି ପୋଲିସ ସତର୍କ ରହିବା ଦରକାର। ଏଭଳି ସନ୍ଦିଗ୍ଧ ପାରା ସାମ୍ନାକୁ ଆସିଲେ ପୋଲିସକୁ ଖବର ଦେବା ଉଚିତ। ଏବେ ପୋଲିସ ପାରାଙ୍କୁ ତାଲିମ ଦେଇ ଏହି ଜାତୀୟ ଗୋଇନ୍ଦା ପାରାଙ୍କୁ ଧରାପକାଇବା ପାଇଁ ଯୋଜନା ହୋଇଛି।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri