Posted inଜାତୀୟ

ବିହାର ମଦ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି

ପାଟନ,୫ ।୧୧: ବିହାରରେ କେବଳ କାଗଜ ପତ୍ରରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ହେଲେ ଏହି ମଦ ଏବେ ପୁଣିଥରେ ମୃତ୍ୟୁର କାରଣ ପାଲଟିଛି ଆଉ ଉଜାଡି ଦେଇଛି ଅନେକ ପରିବାର । ଦୀପାବଳିରେ ବିହାର ଗୋପାଳଗଞ୍ଜ ଓ ବେତିୟାରେ ବିଷାକ୍ତ ମଦ ପିଇ ଏବେ ପର୍ଯ୍ୟନ୍ତ ୩୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଗୋପଳଗଞ୍ଜରେ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବେତିୟାରେ ୧୧ ଲୋକଙ୍କ ଜୀବନ ଗଲାଣି । ବିଷାକ୍ତ ମଦ ପିଇ କିଛି ଲୋକଙ୍କ ଆଖିକୁ ଆଉ ଦେଖାଯାଉନାହିଁ । ଏହା ପୂର୍ବରୁ ଗତ ସପ୍ତାହରେ ମୁଜାଫରପୁରରେ ବି ବିଷାକ୍ତ ମଦ ପିଇ ୬ ଜଣଙ୍କ ଜୀବନ ଯାଇଥିଲା । ଏହି ଘଟଣାକୁ ନେଇ ବିହାରର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ଏଥିପାଇଁ ନୀତୀଶ ସରକାରଙ୍କୁ ଦାୟି କରିଥିବା ବେଳେ, ଏଠାରେ କେବଳ କାଗଜ ପତ୍ରରେ ମଦ ଉପରେ ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ଖୋଲାଖୋଲି ଭାବେ ଏହାର ବିକ୍ରି ଫଳରେ ଲୋକଙ୍କ ଜୀବନ ଯାଉଛି । ଏହି ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ଯେଉଁ ବିବାଦୀୟ ବୟାନ ଦେଇଥିଲେ ତାକୁ ନେଇ ବି ରାଜନୀତି ଆରମ୍ଭ ହେଇଯାଇଛି । ନୀତୀଶ କହିଥିଲେ, ଇଆଡୁ ସିଆଡୁ ଖାଇଲେ ପରିଣତି ତ ଏହାହିଁ ହେବ । ନୀତୀଶଙ୍କ ଏହି ବୟାନ ଏବେ ଖୁବ୍ ଚର୍ଚ୍ଚାରେ ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କର୍ମଚାରୀ ପଦ ଲାଗି ୭ ହଜାର ଇଞ୍ଜିନିୟରଙ୍କ ଆବେଦନ

କୋଏମ୍ବାଟୁର: ତାମିଲନାଡ଼ୁର କୋଏମ୍ବାଟୁରରେ ସଫେଇ କର୍ମଚାରୀ ପଦବୀ ଲାଗି ୭ ହଜାର ଇଞ୍ଜିଜିନିୟରଙ୍କ ଆବେଦନ ବେକାରି ସମସ୍ୟାର ବିକଳ ଚିତ୍ରକୁ ପଦାରେ ପକାଇଛି। ସିଟି କର୍ପୋରେଶନରେ...

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୭ ।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମ୍‌ପି ରାହୁଲ ଗାନ୍ଧୀ ତାମିଲନାଡୁର ମୁଲଗୁମୁଦନର ସେଣ୍ଟ ଜୋସେଫ ସ୍କୁଲରେ ଏ ବର୍ଷର ଦୀପାବଳି ପାଳନ...

କାଟ୍ରୋସାଟ୍‌-୩ର ସଫଳ ଉତ୍‌କ୍ଷେପଣ: ମହାକାଶରୁ ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୨୭।୧୧: ଭାରତ ପୁଣି ରଚିଛି ଇତିହାସ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ବୁଧବାର ପୂର୍ବାହ୍ନ ୯ଟା ୨୮ରେ କାଟ୍ରୋସାଟ୍‌-୩ର...

ସ୍ବାଧୀନତା ଦିବସରେ ପଞ୍ଜାବରେ ଖୋଲିବ ୭୬ ନୂଆ ମୋହଲା କ୍ଲିନିକ…

ଚଣ୍ଡିଗଡ଼,୧୨।୮ : ସ୍ବାଧୀନତା ଦିବସର ୭୬ ତମ ବାର୍ଷିକୀ ଅବସରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସରକାର ରାଜ୍ୟରେ ଆଉ ୭୬ ମୋହଲା କ୍ଲିନିକ ଖୋଲିବେ...

‘କର୍ତ୍ତବ୍ୟ ପଥ’ ନାମକରଣକୁ ସ୍ବାଗତ କଲେ କଂଗ୍ରେସ ବିଧାୟକ

ଶିମ୍‌ଲା,୯।୯: ହିମାଚଳ ପ୍ରଦେଶର ଶିମଲା ଗ୍ରାମ୍ୟର କଂଗ୍ରେସ ବିଧାୟକ ବିକ୍ରମଦିତ୍ୟ ସିଂ ମୋଦି ସରକାରଙ୍କ ଦ୍ୱାରା ଦିଲ୍ଲୀର ରାଜପଥର ନାମ ପରିବର୍ତ୍ତନକୁ ସ୍ବାଗତ କରିଛନ୍ତି। ୟ...

ବିଶ୍ୱର ପ୍ରଥମ ନାଜାଲ କୋଭିଡ୍‌ ଟିକାକୁ ମଞ୍ଜୁରୀ

ପୁଣେ,୨୯।୧୧:ଭାରତ ବାୟୋଟେକ୍‌ ପ୍ରସ୍ତୁତ ବିଶ୍ୱର ପ୍ରଥମ ଇଣ୍ଟରନାଜାଲ କୋଭିଡ୍‌ ଟିକା ଆଇଏନ୍‌ସିଓଭିଏସିସିକୁ ମଞ୍ଜୁରୀ ମିଳିଛି। ଜରୁରୀ ସ୍ଥିତିରେ ଏହି ଟିକାର ପ୍ରାଥମିକ ସିରିଜ୍‌ ଏବଂ ହେଟେରୋଲୋଜିଅସ୍‌...

ନିଯୁକ୍ତି ମେଳା: ୭୧,୦୫୬ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ନିଯୁକ୍ତି ମେଳା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ୭୧,୦୫୬ ନିଯୁକ୍ତି ପତ୍ର...

କେଜରିଓ୍ବାଲ ଯମୁନାରେ ବୁଡ ପକାଇଲେ ଏହା ସଫା ହୋଇଯିବ: ଶାହା

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଭାରତୀୟ ଜନତା ପାର୍ଟି(ଭାଜପା)ର ଷ୍ଟାର ପ୍ରଚାରକମାନେ ଏବେ ଦିଲ୍ଲୀର ଶାସକ ଆମ ଆଦମୀ...

Advertisement
Archives

Model This Week