Posted inଖେଳ

ଖେଳ ଉପରେ କେହି ନୁହନ୍ତି, ଖେଳ ହିଁ ସର୍ବୋତ୍ତମ, କହିଲେ କ୍ରୀଡ଼ାମନ୍ତ୍ରୀ…

ନୂଆଦିଲ୍ଲୀ, ୧୫।୧୨: ଭାରତୀୟ କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ଏହାପୂର୍ବରୁ ଅଧିନାୟକତ୍ୱକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିରାଟ କୋହଲିଙ୍କୁ ଏକଦିବସୀୟ ଅଧିନାୟକତ୍ୱରୁ ହଟାଯିବା ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ ସିରିଜରୁ ବାଦ ଦିଆଯିବା ପରଠାରୁ ଅନେକ କଳ୍ପନାଜଳ୍ପନା ଜାରି ରହିଛି। କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିରାଟ ଏବଂ ରୋହିତଙ୍କ ମଧ୍ୟରେ ଅଧିନାୟକତ୍ୱକୁ ନେଇ ମତଭେଦ ବଢ଼ିଚାଲିଛି।
ଏହି ଘଟଣାରେ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ କୌଣସି ଅଫିସିଆଲ ବିବୃତ୍ତି ଦିଆଯାଇନାହିଁ। କିନ୍ତୁ ଇତି ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ପୁରା ବିବାଦ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ଦୁଇ ଅଧିନାୟକଙ୍କ ମଧ୍ୟରେ ମତଭେଦ ବିଷୟରେ ଠାକୁରଙ୍କୁ ପଚରା ଯିବାରୁ, ସେ କହିଥିଲେ ଯେ ଖେଳଠାରୁ କେହି ବଡ଼ ନୁହଁନ୍ତି, କେହି ଖେଳ ଉପରେ ନୁହନ୍ତି,ଖେଳ ହିଁ ସର୍ବୋତ୍ତମ । ଖେଳାଳିଙ୍କ ମଧ୍ୟରେ କ’ଣ ଘଟିଛି ମୁଁ କୌଣସି ସୂଚନା ଦେଇ ପାରିବି ନାହିଁ। ସେମାନଙ୍କ ସହ ଜଡିତ ଆସୋସିଏଶନ କିମ୍ବା ଅନୁଷ୍ଠାନର ଏହା ହେଉଛି ଦାୟିତ୍ୱ। ସେମାନେ ଏହା ଉପରେ ସୂଚନା ଦେବା ଠିକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ସିନିୟର ୫-ଏ-ସାଇଡ୍‌ ମହିଳା ହକି: ଓଡ଼ିଶା-ହରିୟାଣା ସେମିଫାଇନାଲ

ଭୁବନେଶ୍ୱର, ୨୬।୯ (ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶ କାନପୁରସ୍ଥିତ ଗ୍ରୀନ ପାର୍କ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ମହିଳା ହକି ଟୁର୍ନାମେଣ୍ଟରେ ଓଡ଼ିଶା ଦଳ...

ବିଜୟ ହଜାରେ ଟ୍ରଫି: ପଡିକାଲଙ୍କ ଶତକ: ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ

ଭୁବନେଶ୍ୱର,୨୫।୨(ସ୍ପୋର୍ଟ୍ସ ବ୍ୟୁରୋ): ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମେ କେରଳଠାରୁ ୩୪ ରନରେ ଭିଜେଡି ନିୟମରେ ପରାସ୍ତ ହେବା...

କାଜାଖସ୍ତାନକୁ ହରାଇଲା ଭାରତ ‘ଏ’

ମାମଲ୍ଲାପୁରମ୍‌,୯ା୮: ଚେନ୍ନାଇରେ ଆୟୋଜିତ ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ବର୍ଗରେ ଟୁର୍ନାମେଣ୍ଟ ଟପସିଡ୍‌ ଭାରତ ଏ...

ଭାରତୀୟ ଦଳକୁ ପୁଣି ଲାଗିଲା ଝଟ୍‌କା

କଲମ୍ବୋ,୩୦।୭: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ପରେ ଦଳର ଆଉ ୨ ଖେଳାଳି କରୋନା...

ଭୂମିକମ୍ପ ସତ୍ତ୍ୱେ ଜାରି ରହିଲା ମ୍ୟାଚ୍‌

ପୋର୍ଟ ଅଫ୍‌ ସ୍ପେନ୍‌, ୩୦ା୧: ସ୍ଥାନୀୟ କୁଇନ୍ସ ପାର୍କ ଓଭାଲରେ ଶନିବାର ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ମ୍ୟାଚ ଚାଲିଥିବା...

ଇଡେନ୍‌ ଗାର୍ଡେନ୍‌ରେ ହେବ କ୍ୱାରାଣ୍ଟାଇନ୍‌ ସେଣ୍ଟର

କୋଲକତା, ୧୧।୭: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର କୋଲକତାର ଲୋକପ୍ରିୟ କ୍ରିକେଟ ଷ୍ଟାଡ଼ିୟମ୍‌ରେ କରୋନା ଆକ୍ରାନ୍ତଙ୍କ...

ଫେଡରରଙ୍କୁ ହରାଇଲେ ଜୋକୋଭିଚ୍‌

ମେଲବୋର୍ନ, ୩୧ା୧ (ଏଏଫ୍‌ପି)-ରୋଜର ଫେଡରରଙ୍କୁ ସିଧାସଳଖ ସେଟ୍‌ରେ ହରାଇ ନୋଭାକ ଜୋକୋଭିଚ୍‌ ୮ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି।...

ତିକ୍ତତା ଭିତରେ ଆଜି ଭାରତର ଜ୍ୱାଇଁ ହେବେ ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀ

ଜମ୍ମୁ-କଶ୍ମୀର ବିଭାଜନ ଓ ଧାରା ୩୭୦ର ଉଚ୍ଛେଦ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିବାରେ ଲାଗିଛି। ଏସବୁ ଭିତରେ ଉଭୟ ଦେଶର ଲୋକଙ୍କ ପାଇଁ...

Advertisement
Archives

Model This Week