Posted inଖେଳ

‘ଓଡ଼ିଶାରେ କ୍ରୀଡ଼ା, କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତ ଉଜ୍ଜ୍ୱଳ’

କଟକ ଅଫିସ୍‌/ଖୁଣ୍ଟୁଣି (ଡି.ଏନ.ଏ)୧୬ା୨: ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସ ଆଣ୍ଡ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଫର୍‌ କ୍ରିକେଟ ବୁଧବାର ଆଠଗଡ ଗୁରୁଡିଝାଟିଆର କପୁରସିଂହଠାରେ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଯୋଗଦେଇ ପୂର୍ବଭାରତର ଏହି ସର୍ବବୃହତ୍‌ ଘରୋଇ ଆବାସିକ ଏକାଡେମି କୁହାଯାଉଥିବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏକାଡେମିକୁ ଉଦ୍‌ଘାଟନ କରିବା ଅବସରରେ ରାଇନା ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ ଓଡ଼ିଶାରେ ହକି ସମେତ ଅନ୍ୟ କ୍ରୀଡ଼ାର ବିକାଶ ହେଉଛି। ଏମ୍‌ଜିଏମ୍‌ ଏକାଡେମି ସ୍ଥାନୀୟ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ଏଭଳି ବ୍ୟବସ୍ଥା ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିପାରିବ ବୋଲି ସେ କହିଥିଲେ।
ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସର ଅଧ୍ୟକ୍ଷ ତଥା ଓଡିଶା କ୍ରିକେଟ ଆସୋସିଏଶନ ଉପସଭାପତି ପଙ୍ଗଜ ଲୋଚନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଉକ୍ତ ଏକାଡେମୀ ଆଠଗଡ଼ ମାଟିର ଗର୍ବ ଓ ଗୌରବକୁ ଦ୍ୱିଗୁଣିତ କରିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡ଼ିଶା ସ୍ପୋଟର୍‌ସ ହବ୍‌ ଭାବେ ପରିଗଣିତ ହେଲାଣି। ଏମ୍‌ଜିଏମ୍‌ ଏକାଡେମି ଭଳି ଏକାଧିକ ଘରୋଇ ଏକାଡେମି ଖୋଲିଲେ ରାଜ୍ୟରେ ଅନେକ ପ୍ରତିଭା ଆଗକୁ ଆସିପାରିବେ ବୋଲି ସେ କହିଥିଲେ। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଉତ୍କର୍ଷର ଶୀର୍ଷରେ ପହଞ୍ଚତ୍ଛି ବୋଲି କହିଥିଲେ। ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଆଇପିଏଲ ଗଭର୍ନିଂ କାଉନ୍ସିଲ ସଦସ୍ୟ ପ୍ରଜ୍ଞାନ ଓଝା। ସେ କହିଥିଲେ ଯେ, ଓଡ଼ିଶାରୁ ଖେଳାଳିମାନେ କାହିଁକି ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇପାରୁନାହାନ୍ତି ତାହାକୁ ନେଇ ସବୁବେଳେ ତାଙ୍କୁ ପ୍ରଶ୍ନ କରାଯାଏ। ଯାହାର ଉତ୍ତର ସେ ଦେଇପାରନ୍ତି ନାହିଁ।

ହେଲେ ଗତ କିଛି ବର୍ଷ ଭିତରେ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଯେଉଁଭଳି ଭାବେ ହେଉଛି ତଦ୍ଦ୍ବାରା ଖୁବ୍‌ଶୀଘ୍ର ଏକାଧିକ ପ୍ରତିଭା ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇବେ। ଏଣୁ ଉପରୋକ୍ତ ଅସମାହିତ ପ୍ରଶ୍ନର ଉତ୍ତର ମିଳିସାରିଲାଣି ବୋଲି ପ୍ରଜ୍ଞାନ ନିଜ ବକ୍ତବ୍ୟରେ କହିଥିଲେ ା ବିଧାୟକ ରାଜେନ୍ଦ୍ର ପ୍ରସାଦ ସାହୁ, ଓଡ଼ିଶା କ୍ରିକେଟ ଆସୋସିଏଶନ ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ କ୍ରୀଡ଼ାବିତ୍‌, କ୍ରୀଡ଼ା ସଙ୍ଗଠକ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଆୟୋଜନ କରାଯାଇଥିଲା। ଓଡ଼ିଶା ୪ ଉଇକେଟରେ ବିଜୟ ହାସଲ କରିଥିଲା ା
ସୂଚନା ଥାଉକି ଏହି କେନ୍ଦ୍ରଟିକୁ ୩୦ ଏକର ଜମିରେ ନିର୍ମାଣ କରାଯାଉଛି। କ୍ରିକେଟ ଗ୍ରାଉଣ୍ଡ ନିର୍ମାଣ ଶେଷ ହୋଇଥିବା ବେଳେ ଆସନ୍ତା ୬ ମାସ ମଧ୍ୟରେ ଏଠାରେ ଇନ୍‌ଡୋର ବ୍ୟବସ୍ଥା ଓ ଖେଳାଳିଙ୍କ ରହଣି ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପର ବଜେଟ ୪୦କୋଟି ଟଙ୍କା ରହିଛି। ଏଠାରେ ଏକା ସାଙ୍ଗରେ ୧୦୦ ପିଲା କ୍ରିକେଟ ସମେତ ଅନ୍ୟ କ୍ରୀଡାର ପ୍ରଶିକ୍ଷଣ ନେଇପାରିବେ ବୋଲି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri