Posted inଖେଳ

ସନ୍ନ୍ୟାସକୁ ନେଇ ରୋହିତଙ୍କ ବଡ଼ ଖୁଲାସା, ୩ ବର୍ଷ ପରେ…

ନୂଆଦିଲ୍ଲୀ, ୧୨।୪: ଗତ କିଛି ମାସ ଧରି ଜବରଦସ୍ତ ବ୍ୟାଟିଂ କରୁଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା। ପ୍ରତିଟି ଫର୍ମାଟରେ ରୋହିତ ଲଗାତର ଭାବେ ରନ୍‌ ବର୍ଷା କରୁଛନ୍ତି। ଏବେ ସେ ଆଇପିଏଲ୍‌ର ୧୭ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ତେବେ ବୟସ ଏବଂ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ରୋହିତଙ୍କ ଏଭଳି ପ୍ରଦର୍ଶନ ସମାଲୋଚକଙ୍କ ମୁହଁ ବନ୍ଦ କରୁଛି। ସେ ନିଜେ ମଧ୍ୟ ଏନେଇ କ’ଣ ଚିନ୍ତା କରନ୍ତି କହିଛନ୍ତି। ଗୋଟିଏ ସ୍ବପ୍ନ ଏଯାଏ ପୂରଣ ହୋଇ ନ ଥିବାରୁ ଆଗାମୀ କିଛି ବର୍ଷ ସେ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି।

ଏପ୍ରିଲ ୩୦ରେ ୩୭ ବର୍ଷର ହେବେ ରୋହିତ। ଗତ ବର୍ଷ ସେ ଭାରତୀୟ ଟିମ୍‌କୁ ବିଶ୍ୱକପ୍‌ ଜିତାଇବା ଯାଏ ନେଇଥିଲେ। ଏବେ ବି ସେ ଆଶା ଛାଡ଼ି ନାହାନ୍ତି। ଦେଶ ପାଇଁ ସେ ଦିନିକିଆ ବିଶ୍ୱକପ୍‌ ଜିତିବାକୁ ଚାହୁଁଛନ୍ତି।

ଏକ ସାକ୍ଷାତକାରରେ ନିଜର ସ୍ବପ୍ନ ଏବଂ କ୍ରିକେଟରେ ଭବିଷ୍ୟତ ବିଷୟରେ ରୋହିତ କହିଛନ୍ତି, ଏବେ ମୁଁ ସନ୍ନ୍ୟାସ ବିଷୟରେ ଚିନ୍ତା କରିନାହିଁ। ବର୍ତ୍ତମାନ ସମୟରେ ଭଲ ଖେଳୁଛି। ଏଥିଲାଗି କିଛି ବର୍ଷ ଆଉ ଖେଳିବାକୁ ଚାହୁଁଛି। ୨୦୨୭ ବିଶ୍ୱକପ୍‌ ଜିତିବା ମୋର ବଡ଼ ସ୍ବପ୍ନ।

୨୦୧୧ରେ ଭାରତ ଦିନକିଆ ବିଶ୍ୱକପ୍‌ ଜିତିଥିଲେ। ହେଲେ ରୋହିତ ଶର୍ମା ଦଳରେ ସାମିଲ ନ ଥିଲେ। ଏହାପରେ ୨୦୧୫ ଏବଂ ୨୦୧୯ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଟୁର୍ନାମେଣ୍ଟ ଜିତିପାରି ନ ଥିଲେ। ୨୦୨୩ରେ ଫାଇନାଲରେ ପ୍ରବେଶ କରି ମଧ୍ୟ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲେ। ଏବେ ଆଗାମୀ ବିଶ୍ୱକପ୍‌ ୨୦୨୭ରେ ସେ ୪୦ ବର୍ଷର ହୋଇଥିବେ। ଏଣୁ ସେ ଦଳ ସହ ଟୁର୍ନାମେଣ୍ଟ ଖେଳି ପାରିବେ କି ନା ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri