ଆଧ୍ୟାତ୍ମିକ ରାଷ୍ଟ୍ରଭକ୍ତି ଓ ଶ୍ରୀଅରବିନ୍ଦ

ଶ୍ରୀଅରବିନ୍ଦଙ୍କ ଆବିର୍ଭାବ (୧୫ା୮ା୧୮୭୨) କେବଳ ଭାରତ ପାଇଁ ନୁହେଁ, ସମଗ୍ର ମାନବ ଜାତି ତଥା ବିଶ୍ୱ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। ଭାରତର ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଯୋଗଦାନ ଅବଧି (୧୯୦୪-୧୯୧୦) ସ୍ବଳ୍ପ କାଳ ପାଇଁ ହେଲେ ମଧ୍ୟ ତାହା ଥିଲା ମୁକ୍ତି ସଂଗ୍ରାମ ଇତିହାସର ସ୍ବତନ୍ତ୍ର ଅଧ୍ୟାୟ। କାରଣ ସେ ଥିଲେ ପ୍ରାକ୍‌ ଗାନ୍ଧୀ ପର୍ଯ୍ୟାୟର ସବୁଠାରୁ ଉତ୍ସର୍ଗୀକୃତ ନେତା। ଜାତୀୟତାବାଦର ଜଣେ ପ୍ରଚଣ୍ଡ ପ୍ରବକ୍ତା। ତାଙ୍କର ଅଧ୍ୟୟନ, ଅନୁଧ୍ୟାନ ଓ ବୈପ୍ଳବିକ ଚିନ୍ତନକୁ ଆଧାରକରି ପ୍ରସ୍ତୁତ ହୋଇଥିଲା ମୁକ୍ତି ସଂଗ୍ରାମର ଆଦ୍ୟ ଖସଡ଼ା। ତାଙ୍କ ଦୃଷ୍ଟିରେ ମାତୃଭୂମି କେବଳ ବଣ ପର୍ବତ ଓ ନଦୀ ଆଦିକୁ ନେଇ ସାମାନ୍ୟ ଭୂଖଣ୍ଡଟିଏ ବା ଜଡ଼ ପଦାର୍ଥ ନୁହେଁ, ତାହା କୋଟି କୋଟି ଭାରତୀୟଙ୍କ ପ୍ରାଣଶକ୍ତିର ଏକ ସମନ୍ବିତ ବିଗ୍ରହ। ଶାଶ୍ବତ ଏହି ଭୂମି। ଶାଶ୍ବତ ଏହାର ଅଧିବାସୀ। ଶାଶ୍ବତ ଏହାର ଧର୍ମ। ମୁକ୍ତିଦ୍ରଷ୍ଟା ଶ୍ରୀଅରବିନ୍ଦ ଥିଲେ ପ୍ରଗତିଶୀଳ ବିଚାରର ପ୍ରତୀକ। ବୈପ୍ଳବିକ ବିଚାରଧାରାର ଆତ୍ମ ମନ୍ଥନରୁ ତାଙ୍କର ଜନ୍ମ। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି (୧୮୯୨) ଭାରତ ଫେରିଆସିବା ପରେ ଅଧ୍ୟାପନାରୁ ଆରମ୍ଭ ହୋଇଥିଲା ତାଙ୍କର କର୍ମମୟ ଜୀବନ। ମାତ୍ର ତାଙ୍କ ପ୍ରାଣକୁ ଅହରହ ଆନ୍ଦୋଳିତ କରିଥିଲା ମାତୃଭୂମିରୁ ଇଂରେଜ ଆଧିପତ୍ୟର ଅହଂକାରକୁ ଚୂର୍ଣ୍ଣ କରିବାର ଚିନ୍ତା। ବେଙ୍ଗଲ ନ୍ୟାଶନାଲ କଲେଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲା ପରେ ବିଦାୟକାଳୀନ ସଭାରେ ବିଦ୍ୟାର୍ଥୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ- ଗୋଟିଏ ଜାତିର ଇତିହାସରେ ଏମିତି ଏକ ସମୟ ଆସେ, ଯେତେବେଳେ ଦେଶବାସୀଙ୍କ ପାଇଁ ଅନିବାର୍ଯ୍ୟ ହୋଇପଡ଼େ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ନିଷ୍ଠାପର କର୍ମସାଧନା। ଅନ୍ୟ ସବୁ ଲକ୍ଷ୍ୟ ଯେତେ ମହାନ୍‌ ଓ ମହତ୍‌ ହେଉନା କାହିଁକି, ସବୁରି ଊଦ୍ଧର୍‌ବକୁ ଚାଲିଯାଏ ଦେଶସେବା। ଆମ ଜାତୀୟ ଜୀବନରେ ସେମିତି ଏକ ସମୟ ଉପନୀତ ଏବଂ ଆମକୁ ଅନେକ କିଛି ତ୍ୟାଗ କରିବାକୁ ପଡ଼ିବ ଦେଶମାତୃକା ପାଇଁ।
ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ମଧ୍ୟ ସେ ଥିଲେ କଂଗ୍ରେସର ସମାଲୋଚକ। କାରଣ ସ୍ବାଧୀନତାକୁ ନେଇ ତାଙ୍କର ଆକାଂକ୍ଷା ଓ କଂଗ୍ରେସର ଦାବି ମଧ୍ୟରେ ଥିଲା ବିରାଟ ବ୍ୟବଧାନ। କଂଗ୍ରେସ ପାଇଁ ସ୍ବାଧୀନତା ଥିଲା ଏକ ବ୍ୟବସ୍ଥାଗତ ପରିବର୍ତ୍ତନ। ମାତ୍ର ଶ୍ରୀଅରବିନ୍ଦଙ୍କ ଭାରତ ଭାବନା କେବଳ ଉପନିବେଶୀୟ ଶିକୁଳିରୁ ଦେଶକୁ ମୁକ୍ତ କରିବା ଭିତରେ ସୀମିତ ନ ଥିଲା, ବରଂ ତାହା ଥିଲା ଭାରତ ନିର୍ମାଣ ତଥା ତା’ର ଆଧ୍ୟାତ୍ମିକ ଭୂମିକାକୁ ସୁନିଶ୍ଚିତ କରିବାର ସଂକଳ୍ପ। ସେ ଚାହୁଁଥିଲେ ଭାରତର ଆତ୍ମାର ମୁକ୍ତି, ଯାହା ଦେଶର ସାମଗ୍ରିକ ବିକାଶ ସହିତ ସହବନ୍ଧିତ। ତାଙ୍କ ମତରେ ଭାରତର ସୁଦୀର୍ଘ ଯାତ୍ରା ପଥରେ ସ୍ବାଧୀନତା ପ୍ରାପ୍ତି ଏକ ପାହାଚ ମାତ୍ର। ନିଜର ରାଜନୈତିକ ଚିନ୍ତନ ଓ କଠୋର ଆଭିମୁଖ୍ୟ ପାଇଁ ସେ ଥିଲେ ବଙ୍ଗଳା ବୈପ୍ଳବିକ ଆନ୍ଦୋଳନର ସୂତ୍ରଧର। ସେ କେବଳ ବିପ୍ଳବ ସଂଗଠିତ କରୁ ନ ଥିଲେ, ଏଥି ସହିତ ବିଭିନ୍ନ ରାଜନୈତିକ ଓ ବିଚାରଗତ ପ୍ରଶ୍ନ ଉପରେ ଗଭୀର ଅଧ୍ୟୟନ ପୂର୍ବକ ଲେଖୁଥିଲେ ଉଚ୍ଚମାନର ପ୍ରବନ୍ଧ। ବିଶେଷକରି ‘ଯୁଗାନ୍ତର’,‘ବନ୍ଦେ ମାତରମ୍‌’ ଓ ‘ଇନ୍ଦୁପ୍ରକାଶ’ ଆଦି ପତ୍ରିକାରେ ପ୍ରକାଶ ପାଇଥିବା ତାଙ୍କ ପ୍ରବନ୍ଧଗୁଡିକ ଭାରତୀୟ ଯୁବପ୍ରାଣରେ ସୃଷ୍ଟି କରିଥିଲା ରାଷ୍ଟ୍ରଭକ୍ତିର ତେଜୋଦୀପ୍ତ ଝଡ଼। ସ୍ବରାଜ୍ୟ, ସ୍ବଦେଶୀ ଓ ଅସହଯୋଗ ଭଳି ପ୍ରସଙ୍ଗରେ ତାଙ୍କର ବକ୍ତବ୍ୟ ଥିଲା ଅତ୍ୟନ୍ତ ସ୍ପଷ୍ଟ, ଯାହାକୁ ପରବର୍ତ୍ତୀ ସମୟରେ ଗ୍ରହଣ କରି ନେଇଥିଲେ ଗାନ୍ଧିଜୀ। ତାଙ୍କ ମତରେ ରାଜନୀତିକ ଆଦର୍ଶବାଦ ଭୀରୁତାର ଲକ୍ଷଣ ନୁହେଁ, ମାତ୍ର ଆଦର୍ଶ ନାମରେ ଅପରିମିତ ଶକ୍ତିସମ୍ପନ୍ନ ଭାରତର ସନ୍ତାନ ଦୁର୍ବଳ ହେବା ରାଷ୍ଟ୍ରଭକ୍ତିର ପରିପନ୍ଥୀ। ବିଶେଷ କରି ସ୍ବାଧୀନତା ହାସଲ ପାଇଁ ବିଦେଶୀ ଶାସନ ପ୍ରତି ଆନୁଗତ୍ୟ, ତୋଷାମଦ ଓ ସମର୍ଥନ ନିର୍ବୋଧତାର ପରିଚୟ।
ଶ୍ରୀଅରବିନ୍ଦଙ୍କ ରାଜନୀତିକ ଦର୍ଶନ ଏକ ପ୍ରବୁଦ୍ଧ ବୌଦ୍ଧିକ ତତ୍ତ୍ବ, ଯାହାର ଆଧାର ହେଉଛି ରାଷ୍ଟ୍ରଭକ୍ତି। ତାଙ୍କ ମତରେ ରାଷ୍ଟ୍ରଭକ୍ତି କିଛି ରାଜନୈତିକ ସ୍ଲୋଗାନ ନୁହେଁ, ଏକ ଧର୍ମସାଧନା। ଧର୍ମ କହିଲେ ଏଠି ଧର୍ମୀୟ ଅତିଶୟତା ବା ଧର୍ମାନ୍ଧତାକୁ ବୁଝାଏ ନାହିଁ, ତାହା ଏକ ଅନନ୍ୟ ଆଲୋଡ଼ନ ବା ଆଧ୍ୟାତ୍ମିକ ରାଷ୍ଟ୍ରଭକ୍ତି। ସେ ଥିଲେ ଶାନ୍ତିକାମୀ ଓ ଅହିଂସାର ପକ୍ଷଧର। କିନ୍ତୁ ଅହିଂସାର ପ୍ରୟୋଗକୁ ନେଇ ତାଙ୍କ ଚିନ୍ତନରେ ଯେଉଁ ମୌଳିକତା ରହିଛି, ତାହା ଗାନ୍ଧୀ ନୀତିଠାରୁ ଅଲଗା ଓ ଅଧିକ ମହତ୍ତ୍ବପୂର୍ଣ୍ଣ। ଶାସନର କ୍ରୂର ଓ ବର୍ବରୋଚିତ କାର୍ଯ୍ୟ ବିରୋଧରେ ସତ୍ୟାଗ୍ରହ ଥିଲା ଗାନ୍ଧିଜୀଙ୍କର ଶେଷ ଅସ୍ତ୍ର। ମାତ୍ର ଶ୍ରୀଅରବିନ୍ଦ କହୁଥିଲେ ଶାସନର ନିଷ୍ଠୁରତା ବିରୋଧରେ ଆନ୍ଦୋଳନ ଯଦି ଯଥେଷ୍ଟ ନ ହୁଏ, ତେବେ ତାହା ସଶସ୍ତ୍ର ରୂପନେବା ଆବଶ୍ୟକ। ଗୀତା କହେ ଯୁଦ୍ଧ କ୍ଷେତ୍ରରେ ଲଢ଼େଇ କରିବା ବୀରର ଧର୍ମ। ଗୀତା ଅଧ୍ୟୟନ ପରେ ତାଙ୍କର ସମସ୍ତ ଦୁର୍ବଳତା ଦୂର ହୋଇଯାଇଥିଲା ଏବଂ ତାଙ୍କ ମନରେ ଭରି ଯାଇଥିଲା ଅମିତ ଶକ୍ତି ଓ ସାହସ। ନୈତିକତାକୁ ପ୍ରାଧାନ୍ୟ ଦେଇ ସେ କହନ୍ତି, ନୈତିକତାର ଅର୍ଥ ପ୍ରେମ ଦ୍ବାରା ଘୃଣାର ପ୍ରଶମନ ବା ନ୍ୟାୟ ଦ୍ବାରା ଅନ୍ୟାୟର ଅବସାନ। ମାତ୍ର ଅନ୍ୟାୟ ବିରୋଧରେ ରକ୍ତକ୍ଷରା ଲଢ଼େଇ ଦୋଷାବହ ନୁହେଁ, ବରଂ ଧର୍ମଯୁଦ୍ଧ। ସଶସ୍ତ୍ର ବିପ୍ଳବ ମଧ୍ୟ ଆଧ୍ୟାତ୍ମିକ ରାଷ୍ଟ୍ରଭକ୍ତି, ଯାହାକୁ ଆଧାର କରି ପରିପୁଷ୍ଟ ହୁଏ ଜାତୀୟ ଜୀବନ। ଅନ୍ୟପକ୍ଷରେ ସତ୍ୟର ସାମ୍ନା କରି ନ ପାରି ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବା ପାପ ଓ ନୈତିକତାର ପରିପନ୍ଥୀ। ଏହା କେବଳ ଦୁର୍ବଳ ନୀତିବାଦୀ ଓ ଅସହାୟ ଶାନ୍ତିବାଦୀଙ୍କ ସାହାରା। ତେଣୁ ଅସହଣୀୟ ଉତ୍ପୀଡ଼ନ, ନିଷ୍ପେଷଣ ତଥା ଭାରତମାତାର ଗୌରବ ଭୂଲୁଣ୍ଠିତ ଅବସ୍ଥା ଦେଖି ତା’ର ସୁଯୋଗ୍ୟ ସନ୍ତାନଗଣ ନୀରବ ରହିବେ କାହିଁକ ? ସଶସ୍ତ୍ର ମୁକ୍ତି ସଂଗ୍ରାମ ପାଇଁ ସେ ଯେଉଁ ମୂଳଦୁଆ ପକେଇ ଥିଲେ ତା’ରି ଉପରେ ପାଦ ରଖି କଂଗ୍ରେସ ଆଗକୁ ବଢ଼ିଥିଲା ଏବଂ ଗାନ୍ଧିଜୀଙ୍କ ନେତୃତ୍ୱରେ ସ୍ବାଧୀନ ହୋଇଥିଲା ଦେଶ।
ଶ୍ରୀଅରବିନ୍ଦ ଥିଲେ ଭାରତୀୟ ଜାତୀୟତାର ଅଗ୍ରଦୂତ ତଥା ନବ ଭାରତର ଦିଗ୍‌ଦର୍ଶକ। ବହୁଚର୍ଚ୍ଚିତ ଆଲିଗଡ ବୋମାମାଡ ଘଟଣାରେ ଅଭିଯୁକ୍ତ ହୋଇ ବନ୍ଦୀହେବା ପର୍ଯ୍ୟନ୍ତ ସେ ଥିଲେ ଈଶ୍ବରଙ୍କ ସତ୍ତାକୁ ନେଇ ପ୍ରଶ୍ନ କରୁଥିବା ଜଣେ ପ୍ରଚଣ୍ଡ ନାସ୍ତିକ। ତାଙ୍କର ଅନ୍ତର୍ମାନସ ଥିଲା ନାସ୍ତିକର ନିବାସସ୍ଥଳ। ମାତ୍ର ଆଲିଗଡ଼ ବନ୍ଦୀଶାଳାରେ ତାଙ୍କ ଚେତନା ରାଜ୍ୟରେ ଆସିଲା ପରିବର୍ତ୍ତନ। କାରାମୁକ୍ତ ହେବା ପରେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇ ବାଛିନେଲେ ଆଧ୍ୟାତ୍ମିକ ସାଧନାର ପଥ। ଉତ୍ତରିତ ମାନବାତ୍ମାର ସନ୍ଧାନ ପାଇଁ ଆରମ୍ଭ ହେଲା ଜଣେ ଜୀବନ ଯୋଗୀର ଅତୀନ୍ଦ୍ର ସାଧନା। ମାତ୍ର ବଦଳିଲା ନାହିଁ ରାଜନୈତିକ ଦର୍ଶନ। ସେ କହୁଥିଲେ ସ୍ବାଧୀନତା ହେଉଛି ଅସୀମ ଏକତାର ଜୀବନ ତତ୍ତ୍ବ। ଉତ୍ତୁଙ୍ଗ ଆଧ୍ୟାତ୍ମିକ ଐଶ୍ବର୍ଯ୍ୟର ଅଧିକାରୀ ହେଲା ପରେ ବି ସ୍ବାଧୀନତା ଆନ୍ଦୋଳନକୁ ନେଇ ଅପରିବର୍ତ୍ତନୀୟ ହୋଇ ରହିଗଲା ଶ୍ରୀଅରବିନ୍ଦୀୟ ସୂତ୍ର।
ଶ୍ରୀଅରବିନ୍ଦ କେବଳ ସଶସ୍ତ୍ର ବିପ୍ଳବର ସୂତ୍ରଧର ଓ ଆଧ୍ୟାତ୍ମିକ କ୍ରିୟାର ସଂସ୍କାରକ ନୁହନ୍ତି, ଅଧିକନ୍ତୁ ଜଣେ ବିଦ୍ବାନ୍‌, ଭାଷାବିତ୍‌ ଓ କାବି୍ୟକ କ୍ରାନ୍ତିଦ୍ରଷ୍ଟା। ଭାରତର ଅଧିକାଂଶ ରାଜନେତା ଯେତେବେଳେ ରାଜନୈତିକ ସ୍ବାଧୀନତା ଆହରଣ ପ୍ରତି ଦୃଷ୍ଟି ନିବଦ୍ଧ କରିଥିଲେ, ସେତେବେଳେ ସେ ଏକାନ୍ତରେ ବସି ଗଢୁଥିଲେ ଭାରତର ଆଧ୍ୟାତ୍ମିକ ଭାଗ୍ୟ। ଜଣେ ଭବିଷ୍ୟଦ୍ରଷ୍ଟା ଭାବରେ ସେ କହିଥିଲେ, ଭାରତର ଶକ୍ତି, ମହାନତା ଓ ଦିବ୍ୟତା ଅବଲୁପ୍ତ ନୁହେଁ, ତିମିରାଚ୍ଛନ୍ନ। ଖୁବ୍‌ଶୀଘ୍ର ଭାରତ ସେଥିରୁ ମୁକ୍ତ ହେବ ଏବଂ ଏକ ସାର୍ବଭୌମ ରାଷ୍ଟ୍ରରୂପେ ଗୌରବାନ୍ବିତ ହେବ ସାରା ବିଶ୍ବରେ। ସତ ହେଲା ତାଙ୍କ ଭବିଷ୍ୟବାଣୀ। ତାଙ୍କ ପବିତ୍ର ଜନ୍ମ ଦିବସରେ ସ୍ବାଧୀନ ହେଲା ଭାରତ। କାବ୍ୟ ଜଗତରେ ତାଙ୍କ କଳ୍ପନା ପ୍ରକୃତିପ୍ରେମ ଓ ଆଧ୍ୟାତ୍ମିକ ଚେତନା ସହ ଯୋଡିହୋଇ ରହିଛି ଦେଶଭକ୍ତିର ପରାକାଷ୍ଠା। ତାଙ୍କର ‘ସାବିତ୍ରୀ’ ‘ଦିବ୍ୟ ଜୀବନ’ ଓ ‘ଯୋଗ ସମନ୍ବୟ’ ଆଦି ଗ୍ରନ୍ଥର କାବି୍ୟକ ଦୃଷ୍ଟି ଅସୀମ ଓ ଅତଳଦର୍ଶୀ। ଅତଏବ ମୁକ୍ତି ସଂଗ୍ରାମର ସେନାନୀ ଭାବରେ ଶ୍ରୀଅରବିନ୍ଦଙ୍କ ଜୀବନ ଯେତିକି ରୋମାଞ୍ଚକର, କବି ଦାର୍ଶନିକ ଓ ପରମ ଯୋଗୀ ଭାବରେ ସେତିକି ରହସ୍ୟମୟ।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?