ଟିକ୍‌ଟକ୍‌ ଚ୍ୟାଲେଞ୍ଜ ପାଇଁ ବଢ଼ୁଛି କାର୍‌ ଚୋରି

ଓ୍ବାଶିଂଟନ,୧୩।୯: ଆମେରିକାର ଲସ୍‌ଏଞ୍ଜେଲସ୍‌ରେ ଟିକ୍‌ଟକ୍‌ ଚ୍ୟାଲେଞ୍ଜ ପାଇଁ କାର୍‌ ଚୋରିର ମାତ୍ରା ବଢ଼ିବାରେ ଲାଗିଛି। ବିଶେଷ କରି କିଆ ଏବଂ ହୁଣ୍ଡାଇ କମ୍ପାନୀର କାର୍‌ର କିଛି ମଡେଲ ଏବେ ଟାର୍ଗେଟ୍‌ରେ ଥିବା ଜଣାପଡ଼ିଛି। ଗତ ବର୍ଷ ତୁଳନାରେ ଦେଶରେ ୮୫ ପ୍ରତିଶତ କାର୍‌ ଚୋରି ଘଟଣା ବୃଦ୍ଧି ପାଇଛି। ସମାନ ଘଟଣା ସବୁ ସିକାଗୋ ସମେତ ବିଭିନ୍ନ ସ୍ଥାନରେ ଘଟିଥିବା ସିଏନ୍‌ବିସିରେ ପ୍ରକାଶ ପାଇଛି। ବର୍ତ୍ତମାନର ଟିକ୍‌ଟକ୍‌ ଚ୍ୟାଲେଞ୍ଜ କାର୍‌ ଆମେରିକାରେ କାର୍‌ ମାଲିକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚ୍ୟାଲେଞ୍ଜ ଜରିଆରେ ଯୁବକମାନେ ୟୁଏସ୍‌ବି କୋଡ୍‌ ବ୍ୟବହାର କରି ବିଶେଷ ଧରଣର କାର୍‌ ଚୋରି କରୁଥିବା କୁହାଯାଉଛି। ୨୦୧୦ରୁ ୨୦୨୧ ମଧ୍ୟରେ ଟିକ୍‌ଟକ୍‌ରେ ଏହି ଚ୍ୟାଲେଞ୍ଜର ଆଦୃତି ଲାଭ କରିଛି। କିଆ ଏବଂ ହୁଣ୍ଡାଇ କାର୍‌ଗୁଡ଼ିକୁ ମେକାନିକାଲ୍‌ ଚାବି ବ୍ୟବହାର କରି କିଶୋରମାନେ ଚୋରି କରୁଥିବାର ଦେଖିବାକୁ ମିଳିଛି। ଚ୍ୟାଲେଞ୍ଜର ନିୟମାବଳୀ ଅନୁସାରେ ଅତିକମ୍‌ ଜିନିଷ ବ୍ୟବହାର କରି କିପରି କାର୍‌ ଚୋରି କରାଯାଇ ପାରିବ ସେନେଇ ଏହି ଭିଡ଼ିଓ ମାଧ୍ୟମରେ ଦର୍ଶାଯାଉଛି। ଆଖି ପିଛୁଳାକେ ମାତ୍ର ୨୦ରୁ ୩୦ ସେକେଣ୍ଡ ମଧ୍ୟରେ ଚୋର କାର୍‌ ନେଇ ଚମ୍ପଟ ମାରୁଥିବା ପୋଲିସ କହିଛି। ହାସ୍‌ଟ୍ୟାଗ୍‌ ‘କିଆ ବଏଜ୍‌’ ଲେଖି କାର୍‌ ଚୋରି କରୁଥିବା ଯୁବକ ଚୋରି ଘଟାଇବାର ଭିଡିଓ ଟିକ୍‌ଟକ୍‌ରେ ଶେୟାର କରୁଥିବାର ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri