ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି। ଏବେ ପୃଥିବୀ ନିଜ ଚାରିପଟେ ଘୂରିବା ପାଇଁ ୨୪ ଘଣ୍ଟାରୁ କମ୍‌ ସମୟ ନେଉଛି। କିଭଳି ପୃଥିବୀର ଆବର୍ତ୍ତନ ସମୟକୁ ନିୟନ୍ତ୍ରଣ କରାଯିବ ସେ ନେଇ ବୈଜ୍ଞାନିକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ଧରି ଏଭଳି ପ୍ରକ୍ରିୟା ଜାରି ରହିଥିଲା। ମାତ୍ର ଘୂରିବା ଗତି ଅଧିକ ନ ଥିଲା। ଗତ ବର୍ଷ ଜୁନ୍‌ ମାସରେ ଏନେଇ ଜଣାପଡ଼ିଥିଲା। ଏହାଯୋଗୁ ପୃଥିବୀର ସମସ୍ତ ଦେଶର ସମୟରେ ପରିବର୍ତ୍ତନ ଘଟିଛି। ଦିନ ଏବଂ ରାତିର ସମୟରେ ପରିବର୍ତ୍ତନ ଆସିଥିବା ବୈଜ୍ଞାନିକ କହିଛନ୍ତି। ଏବେ ଆଟମିକ୍‌ କ୍ଲକ୍‌କୁ ପରିବର୍ତ୍ତନ କରାଯାଇ ନେଗେଟିଭ୍‌ ଲିପ୍‌ ସେକେଣ୍ଡରେ ଯୋଡ଼ିବାକୁ ପଡ଼ିବ। ୧୯୭୦ରୁ ଇତିମଧ୍ୟରେ ୨୭ ଲିପ୍‌ ସେକେଣ୍ଡ୍‌ ଯୋଡ଼ା ଯାଇ ସାରିଛି। ପୃଥିବୀର ଘୂରିବା ସମୟ ୨୪ ଘଣ୍ଟାରୁ ୦.୫ ମିଲିସେକେଣ୍ଡ ହ୍ରାସ ପାଇଛି। ୨୪ ଘଣ୍ଟାରେ ୮୬,୪୦୦ ସେକେଣ୍ଡ ଥାଏ। ୨୦୨୦ ଜୁଲାଇ ୧୯ରେ ୨୪ ଘଣ୍ଟାରୁ ୧.୪୬୦୨ ମିଲି ସେକେଣ୍ଡ କମ୍‌ ଥିଲା ବୋଲି ବୈଜ୍ଞାନିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି...

ଫୋନ୍‌ରେ ଫେସ୍‌ ଲକ୍‌ ପକାଇ ସ୍ବାମୀ ହେଲେ ହଟହଟା

ଆଜିକାଲି ସ୍ମାର୍ଟଫୋନ୍‌ ଲୋକଙ୍କର ଯେତିକି ଉପକାରରେ ଆସୁଛି ସେତିକି ଅପକାର ମଧ୍ୟ କରୁଛି। ଏଇ ଯେମିତି ଏହି ଫୋନ୍‌ ପାଇଁ କିଏ ଆତ୍ମହତ୍ୟା କଲାଣି ତ...

ହାତୀ ଖେଳୁଛି ଫୁଟବଲ୍‌: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ  ସୋସିଆଲ ମିଡିଆରେ କିଛି ମଜାଦାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ, ଯାହା ୟୁଜର୍ସଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ନିକଟରେ ସୋସିଆଲ ମିଡିଆରେ ଏଭଳି...

ଜରୁରୀ ଅବତରଣ ବେଳେ ୨ ଫାଳ ହୋଇଗଲା ବିମାନ

ସାନ ଜୋସ,୮।୪: କୋଷ୍ଟା ରିକାରେ ଗୁରୁବାର ଏକ ଜରୁରୀକାଳିନ ଅବତରଣ ବେଳେ ଏକ କାର୍ଗୋ ବିମାନ ଦୁଇ ଫାଳ ହୋଇଯାଇଛି। ଏହି ବିମାନ ଦୁର୍ଘଟଣାରେ କେହି...

‘ସାଇରନ ଶୁଣିଲେ ବୋମା ଶେଲଟରକୁ ଚାଲିଯାଅ’

ନୂଆଦିଲ୍ଲୀ,୨୪।୨: ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିବା ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ତୃତୀୟ ଆଡଭାଇଜରି ଜାରି କରାଯାଇଛି। ରାଜଧାନୀ କ୍ୱିଭ ସହରରେ ଏୟାର...

ନ୍ୟୁଜିଲାଣ୍ଡ୍‌ରେ ଲାଗୁ ହେଲା ଇଛାମୃତ୍ୟୁ ଆଇନ…

ଓ୍ବିଲିଂଟନ୍‌,୭।୧୧: ନ୍ୟୁଜିଲାଣ୍ଡରେ ରବିବାରଠାରୁ ଇଛାମୃତ୍ୟୁ (ୟୁଥାନ୍ସିିଆ) ଆଇନ କାର୍ଯ୍ୟକାରୀ ହୋଇଛି। ଏହି ଆଇନ ପ୍ରଣୟନ ହେବା ସହିତ ନ୍ୟୁଜିଲାଣ୍ଡ ୟୁଥାନ୍ସିିଆକୁ ଏକ ଆଇନଗତ ମାନ୍ୟତା ପ୍ରଦାନ...

ଆଫଗାନିସ୍ତାନ ସଙ୍କଟ ଯୋଗୁ ପୁଣି ପୋଲିଓ ଆତଙ୍କ…

ଜେନେଭା,୨୪।୮: ସମ୍ପ୍ରତି ଆଫଗାନିସ୍ତାନରେ ସଙ୍କଟ ବଢ଼ିବାରେ ଲାଗିଛି। ଏହା ଯୋଗୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ପୃଥିବୀରେ ପୋଲିଓ ଆତଙ୍କ ପୁଣି ବଢ଼ିପାରେ ବୋଲି...

ଇରାନରେ ୪ ଜଣଙ୍କୁ ଫାଶୀ, ଇସ୍ରାଏଲ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ

ତେହେରାନ,୪ ।୧୨: ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଇରାନରେ ରବିବାର ୪ ଜଣଙ୍କୁ ଫାଶୀ ଦିଆଯାଇଛି । ଏମାନେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ପାଇଁ...

Advertisement
Archives

Model This Week