Posted inଜାତୀୟ

୭ ରାଜ୍ୟରେ ବାର୍ଡ ଫ୍ଲୁ: ପଞ୍ଚକୁଲାରେ ୧୦ ଦିନରେ ୪ ଲକ୍ଷରୁ ଅଧିକ ପକ୍ଷୀ ମୃତ

ନୂଆଦିଲ୍ଲୀ,୬।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ମଧ୍ୟପ୍ରଦେଶରେ ବାର୍ଡ ଫ୍ଲୁରେ ୩୭୬ କାଉଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଇନ୍ଦୋରରେ ସର୍ବାଧିକ ୧୪୨ କାଉ ମରିପଡ଼ିଥିବା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମନ୍ଦସୌରରେ ୧୦୦, ଆଗର-ମଲଓ୍ବାରେ ୧୧୨ ଏବଂ ଖରଗୋନ୍‌ ଜିଲାରେ ୧୩ କାଉ ମରିଛନ୍ତି। କେରଳରେ କୋଟ୍ଟାୟମ୍‌ ଏବଂ ଅଲପୁଝା ଜିଲାରେ ମୃତ ପକ୍ଷୀଙ୍କଠାରେ ଏଚ୍‌-୫-ଏନ୍‌-୮ ଭୂତାଣୁ ଚିହ୍ନଟ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ୨ ଜିଲାରେ ପ୍ରାୟ ୪୦ ହଜାର କୁକୁଡାଙ୍କୁ ହତ୍ୟା କରାଯିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ହିମାଚଳପ୍ରଦେଶରେ ବାର୍ଡ ଫ୍ଲୁ ଯୋଗୁ ପକ୍ଷୀ ମୃତ୍ୟୁ ବଢ଼ିବାରେ ଲାଗିଛି। କାଙ୍ଗଡ଼ା ଜିଲାର ପୋଙ୍ଗ୍‌ ବାନ୍ଧ ହ୍ରଦ ନିକଟରେ ଥିବା ଅଭୟାରଣ୍ୟରେ ୧୯୦୦ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ହରିୟାଣା ପଞ୍ଚକୁଲାରେ ଗତ ୧୦ ଦିନ ମଧ୍ୟରେ ୪ ଲକ୍ଷରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ ଏବଂ କର୍ନାଟକ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨ ହଟସ୍ପଟ୍‌ ତାଲିକା ଜାରି କରାଯିବା ସହିତ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri