Posted inଫୁରସତ

ସଙ୍ଗୀତ: ପଢିଲେ କବିତା ଗାଇଲେ ଗୀତ

ପ୍ରାୟ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟଧରି ତାଙ୍କର ସାହିତ୍ୟ, ସଙ୍ଗୀତ, ଭଜନ, ନାଟକ ଓ ଚଳଚ୍ଚିିତ୍ର ଆଦିି କ୍ଷେତ୍ରରେ ରହିଛି ସ୍ବତନ୍ତ୍ର
ପରିଚୟ । ଲୋକକଳା, ଲୋକନୃତ୍ୟକୁ ନେଇ ଗୀତଲେଖିବା ଓ ରୂପଦେବାରେ ସେ ସିଦ୍ଧହସ୍ତ …

ଅଭିମାନିନୀ ଏ ଅମାନିଆ ଢେଉ….। ମା’ ତୁମେ ମମତାର ସୀମାହୀନ ସାଗର… ପୁଣି ତୁଳସୀ ଚଉଁରା ମୂଳେ ଜାଳି ସଞ୍ଜବତି, ଏତିକି ମିନତିି କରେ ମା’ବୃନ୍ଦାବତୀ..। ଏମିତି ଏକାଧିକ ଚଳଚ୍ଚିତ୍ର ସଙ୍ଗୀତର ସେ ଗୀତିକାର । ପ୍ରାୟ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟଧରି ତାଙ୍କର ସାହିତ୍ୟ, ସଙ୍ଗୀତ, ଭଜନ, ନାଟକ ଓ ଚଳଚ୍ଚିିତ୍ର ଆଦିି କ୍ଷେତ୍ରରେ ରହିଛି ସ୍ବତନ୍ତ୍ର ପରିଚୟ । ଲୋକକଳା, ଲୋକନୃତ୍ୟକୁ ନେଇ ଗୀତଲେଖିବା ଓ ରୂପଦେବାରେ ସେ ଜଣେ ଭିନ୍ନମଣିଷ ।

ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ ସମେତ ବହୁ ଅନୁଷ୍ଠାନରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ସଚ୍ଚି ମହାନ୍ତି। ଜନ୍ମ ୧୯୪୭ ମସିହା ଜୁଲାଇ ୧୯ରେ। ପିତା-ବିଚିତ୍ରାନନ୍ଦ ମହାନ୍ତି। ମା’ କୁସୁମ କୁମାରୀ ଦେବୀ। ଘର କଟକ ଜିଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋନୂଆଗାଁ ଶାସନରେ। ରହୁଛନ୍ତି ଭୁବନେଶ୍ୱରରେ। ସେ କୁହନ୍ତି, ପିଲାଦିନେ ସ୍କୁଲ ବୟସରେ ଶୁଣିଥିଲି ମୋର ଜଣେ ଜନ୍ମକଲା ମା ’ଆଉ ଜଣେ ପାଳିତ ‘ମା। ଗାଁ ସ୍କୁଲରେ ୨ୟ ଶ୍ରେଣୀରେ ପଢ଼ିଲି। ପରେ କଟକ ନୂଆବଜାର ହାଇସ୍କୁଲରେ ମାଟ୍ରିକ ଯାଏ ପଢ଼ିଥିଲି। କିନ୍ତୁ ସ୍କୁଲ ପଢ଼ା ବୟସରେ ରେଡ଼ିଓରୁ ଗୀତ ଶୁଣେ। ଘରେ ଲୁଚେଇଲୁଚେଇ ଗୀତ ଲେଖୁଥିଲି। ଥରେ ସ୍କୁଲର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରାରମ୍ଭିକ ସାମୂହିକ ସଙ୍ଗୀତ (କୋରସଗୀତ)ଲେଖିବାକୁ ମତେ ସ୍କୁଲର ପ୍ରଧାନଶିକ୍ଷକ କହିଥିଲେ । ଏଥିପାଇଁ ଗୀତଟିଏ ଲେଖିଥିଲି। ସେହି ଗୀତଟି ଆଦୃତ ହୋଇ ଖୁବ୍‌ ପ୍ରଶଂସିତ ହୋଇଥିଲା। ଏହାଥିଲା ମୋର ପ୍ରଥମ ସଙ୍ଗୀତ। ହେଲେ ଗୀତ ଲେଖୁଥିବାରୁ ସେତେବେଳେ ପରିବାରଲୋକ ମୋ ସାହିତ୍ୟକୃତିକୁ ପସନ୍ଦ କରୁନଥିଲେ। ଏଥିଯୋଗୁ ବାଧ୍ୟହୋଇ ଘରୁ ବାହାରି ଆସିଲି। ଗୀତ ଲେଖାପାଇଁ ସଙ୍ଗୀତ ନିର୍ଦ୍ଦେଶକ ଜି-ନାରାୟଣ ରାଓଙ୍କ ଠାରୁ ପ୍ରେରଣା ପାଇଛି। ସେତେବେଳେ କଟକରେ କେତେଜଣ ପ୍ରଯୋଜକ ମାନଙ୍କ ସହିତ କଥାହୋଇ ସିନେମା ପାଇଁ ଗୀତଟିଏ ଦେବାକୁ ଇଛା କରିଥାଏ ମାତ୍ର ମୁଁ ଆକାଶବାଣୀର ସ୍ବୀକୃତି ପ୍ରାପ୍ତ ଗୀତିକାର ହୋଇନଥିବାରୁ ସେମାନେ ମୋ ଗୀତକୁ ବିଚାରକୁ ନେଉନଥିଲେ । ପରେ ଭୁବନେଶ୍ୱର ଆସିଲି ବହୁଅସୁବିଧା ହେତୁ ରେଳପ୍ଲାଟଫର୍ମରେ ରାତିରେ କିଛିଦିନ ରହିଲି। ଦିନସାରା ଘୂରିବୁଲେ। ଏମିତିରେ ଅନେକ କଣ୍ଠଶିଳ୍ପୀ ଓ କଳାକାର ମାନଙ୍କସହିତ ପରିଚୟ ହୋଇଥିଲା। କିନ୍ତୁ ଭୁବନେଶ୍ୱରରେ ରହିବା ଭିତରେ ଦିନେ ଆମ ଗାଁର ଜଣେ ପିଲା ମତେ ଦେଖିକି ଗାଁକୁ ଯିବାପାଇଁ କହିଥିଲା। ହେଲେ ଘରର ପରିସ୍ଥିତି ଯୋଗୁ ଯାଇ ନ ଥିଲି। ସମୟକ୍ରମେ ଏକ ଚାକିରି ଖୋଜିଲି। ପାରିଜାତ ପ୍ରେସରେ କିଛିଦିନ ଚାକିରି କଲି। ସେତେବେଳେ ୩୦୦ଟଙ୍କା ଦରମା ମିଳୁଥିଲା। ସେତିକିରେ ଚଳୁଥିଲି। ଥରେ ବିଭୁରଞ୍ଜନ ମହାନ୍ତି ଏକ ସିନେମା ପାଇଁ ମତେ ସୁଯୋଗ ଦେଇଥିଲେ। କିନ୍ତୁ ମତେ ଦିନେ ଯିଏ କହୁଥିଲେ ରେଡ଼ିଓର ଗୀତିକାର ଭାବେ ସ୍ବୀକୃତି ପାଇଥିବା ଗୀତିକାରଙ୍କ ଗୀତ ନିଆଯିବ ହେଲେ ସେ ହିଁ ଦିନେ ମତେ ଗୀତିକାର ଭାବେ ପୁରସ୍କାର ଦେଇଥିଲେ। ଆଉ ଗୋଟିଏ କଥା ସେତେବେଳେ ଗୀତ ଲେଖିବାକୁ ନିର୍ଦ୍ଦିଷ୍ଟ କେତେଜଣ ଗୀତିକାର ବାହାରି ଥିଲେ। ଗୋଟିଏ ଗୀତ ଲେଖିବା ପୂର୍ବରୁ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭକରି କଣ୍ଠଶିଳ୍ପୀ, ପ୍ରଯୋଜକ ଆଦି ସମସ୍ତଙ୍କୁ ନେଇ କାହାଣୀର ପରିସ୍ଥିତିକୁ ନଜରରେ ରଖି ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଗୀତଲେଖା ହେଉଥିଲା। ଲୋକକଥାରୁ କଥାକୁ ନେଇ ବହୁ ଗୀତିକବିତା ଲେଖେ। ଆମ ସମୟରେ ଯାହା ଥିଲା ଏବେ ତାହା ନାହିଁ ।

ଆଜିକାଲି ଗୀତକଥା ଟିକେ ଅଲଗା । ମୋ ଗୀତକୁ ଶେଖର ଘୋଷ, ଶ୍ରୀକାନ୍ତ ଦାଶ, ମହମ୍ମଦ ହବ୍‌ିବଙ୍କ ସମେତ ଅନେକ ଜଣାଶୁଣା କଣ୍ଠଶିଳ୍ପୀ ଗାଇଛନ୍ତି। ଏବେ ବି ଜୀବନର ସଂଘର୍ଷପଥରେ ଲଢ଼େଇ ଜାରିରଖିଛି। ଦୁଃଖ ପାଇଁ ଦୁଃଖ ନାହିଁ, ମାତ୍ର ମଣିଷଙ୍କଠାରେ ମଣିଷପଣିଆ ରହୁ। ୧୯୮୫ରେ କାଚଘର, ୧୯୮୭ରେ ଧର୍ମଯୁଦ୍ଧ,୧୯୯୭ରେ କଳାମାଣିକ, ସୌଭାଗ୍ୟବତୀ, ସୁକଆସୁଚି, ବାଜେବଇଁଶୀ ନାଚେ ଘୁଙ୍ଗୁର ଆଦି ସିନେମାରେ ଗୀତ ଲେଖିଛି। ୨୦୨୦ରେ ‘ଓଡ଼ିଶାରେ ଗାନ୍ଧୀ’, ସେହିପରି ଜଙ୍ଗଲର ସାଥୀ, ଆତଙ୍କ, ସମ୍ପର୍କ, ସପନର ପଥେ ପଥେ, ବାଃବାଃରେ କ୍ୟାପିଟାଲ ଆଦି ଧାରାବାହିକ ପାଇଁ ସଂଳାପ ଏବଂ ଗୀତ ଲେଖିଛି । ଯାତ୍ରାନାଟକ-‘ସତୀ ତୁଳସୀ’, ‘ଭାଗବତରେ ତୋ ଭାଗ୍ୟ ଜଳୁଛି’ ଏମିତି ପ୍ରାୟ୧୦ଖଣ୍ଡ ବହି ଲେଖିଛି। ମୋର ଆଧୁନିକ ଗୀତ-ରାଜକୁମାରୀ ଚିରକୁମାରୀ,ସ୍ବପ୍ନକୁମାରୀ ମନକୁମାରୀ ଟିକେ ରହିଯାଆନା। ଯାହାକୁ ଗାଇଥିଲେ ବ୍ରଜଜେନା ଓ ବନବିହାରୀ ଜେନା। ଲେଖିଥିବା ଗୀତ ବହି- ‘ଅପରାହ୍ନର ଛାଇ’କୁ ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଛି। ଉତ୍କଳ ସାହିତ୍ୟ ସମାଜ, ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀପରିଷଦ, ଓଡ଼ିଆ ଯୁବଲେଖକ ସମ୍ମେଳନ, ପଞ୍ଚମବେଦ,ଜଗତ୍‌ସିଂହପୁର ସାହିତ୍ୟସଂସଦ ଆଦି ଶତାଧିକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି। ଆକାଶବାଣୀର ଶ୍ରେଷ୍ଠ ସଙ୍ଗୀତରୂପକ ରଚନା କ୍ଷେତ୍ରରେ ପୁରସ୍କୃତ ହୋଇଥିଲି। ଗୁରୁ ଗୀତିକାର ଭାବେ ଏକ ମିଡ଼ିଆହାଉସ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟପକ୍ଷେ ମୋର ୩ ଝିଅଙ୍କ ବିବାହ କାଯର୍‌ୟ ସରିଛି। ଏବେ ବୟସର ଅପରାହ୍ନରେ ମୋ ପତ୍ନୀଙ୍କ ସହିତ ରହୁଛି। ଲେଖାଲେଖି ଅଭ୍ୟାସ ରହିଥିବାରୁ ଗୀତ ଲେଖିବା ଜାରି ରଖିଛି। ମୋ ମତରେ ସଙ୍ଗୀତ ହେଉଛି ଶବ୍ଦର ଫୁଲମାଳ-ଯାହାକୁ ପଢ଼ିଲେ କବିତା, ଗାଇଲେ ଗୀତ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri