Posted inଫୁରସତ

ନିଆରା ପ୍ରଜାପତି

ପ୍ରଜାପତି କାହାକୁ ବା ସୁନ୍ଦର ନ ଲାଗେ! ସେମାନଙ୍କ ଶରୀରର ଆକର୍ଷଣୀୟ ରଙ୍ଗ ହେଉ କିମ୍ବା ଗଠନଶୈଳୀ, ସବୁକିଛି କାହିଁକି କେଜାଣି ଭାରି ମନୋମୁଗ୍ଧକର ଲାଗେ। ଏଠାରେ ସେମିତି କେତୋଟି ଭିନ୍ନଭିନ୍ନ ପ୍ରକାରର ପ୍ରଜାପତି ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁମାନଙ୍କର ଆକର୍ଷଣୀୟ ଗଠନଶୈଳୀ ହିଁ ସେମାନଙ୍କୁ ଭିନ୍ନ ପରିଚିତି ଦେଇଛି…

ଶୁଖିଲା ପତ୍ର ପରି ପ୍ରଜାପତି: ଇଣ୍ଡିଆନ୍‌ ଓକ୍‌ଲିଫ୍‌ ବା ଡେଡ୍‌ ଲିଫ୍‌ ବଟର୍‌ଫ୍ଲାଏ ଭାବେ ପରିଚିତ ଏହି ପ୍ରଜାପତିଟିର ଶାରୀରିକ ଗଠନ ଶୈଳୀ ଏମିତି ଭାବେ ହୋଇଥାଏ, ଯାହାକୁ ହଠାତ୍‌ ଦେଖିଲେ ଜଣେ ଆଶ୍ଚର୍ଯ୍ୟ ହୋଇଯିବ ଯେ, ଏହା ଏକ ପ୍ରଜାପତି ନା ଏକ ଶୁଖିଲା ପତ୍ର। କାରଣ ଏହାର ଡେଣା ଦୁଇଟି ଅବିକଳ ଶୁଖିଲା ପତ୍ର ଭଳି ଦେଖାଯାଇଥାଏ। ଏମାନେ ମୁଖ୍ୟତଃ ଏସିଆ ମହାଦେଶର ବିଭିନ୍ନ ଜଙ୍ଗଲରେ ଦେଖାଯାଇଥାଆନ୍ତି।

କାଚ ଡେଣା ଥିବା ପ୍ରଜାପତି: ଗ୍ଲାସ୍‌ଉଇଙ୍ଗ୍ଡ ବଟରଫ୍ଲାଏ ବା ଟ୍ରାନ୍ସପରେଣ୍ଟ ବଟରଫ୍ଲାଏ ଭାବେ ଏହି ପ୍ରଜାପତି ବେଶ୍‌ ଜଣାଶୁଣା। ଏହାର ନାମ ଯେମିତି ଅବିକଳ, ଗଠନଶୈଳୀ ବି ଠିକ୍‌ ସେମିତି ହୋଇଥାଏ। ଅର୍ଥାତ୍‌ ଏହି ପ୍ରଜାପତିଟିର ଡେଣା କାଚ ଭଳି ସମ୍ପୂର୍ଣ୍ଣ ସ୍ବଚ୍ଛ। ଫଳରେ ସହଜରେ କୌଣସି ପକ୍ଷୀ କିମ୍ବା ସରୀସୃପ ଏହାକୁ ଶିକାର କରିପାରନ୍ତି ନାହିଁ। କଲମ୍ବିଆ ଓ ମେକ୍ସିକୋରେ ଏମାନେ ବହୁଳ ମାତ୍ରାରେ ଦେଖାଯାଇଥାଆନ୍ତି।

ପେଚା ଆଖି ସଦୃଶ ପ୍ରଜାପତି: ଏହା ଜିଆଣ୍ଟ୍‌ ଓଲ୍‌ ଫରେଷ୍ଟ ବଟରଫ୍ଲାଏ ବା ଓଲ୍‌ ବଟରଫ୍ଲାଏ ଭାବେ ଜଣାଶୁଣା। ମୁଖ୍ୟତଃ ଏହି ପ୍ରଜାପତି ଡେଣାରେ ଅବିକଳ ପେଚାର ଆଖି ସଦୃଶ ଏକ ଦାଗ ରହିଥାଏ। ଖାସ୍‌ ଏହି ଦାଗ ପାଇଁ ହିଁ ଉକ୍ତ ପ୍ରଜାତିର ପ୍ରଜାପତିମାନେ ସେମାନଙ୍କ ଶତ୍ରୁକୁ ଭୁଆଁ ବୁଲାଇ ଦିଅନ୍ତି। ଏମାନେ ମୁଖ୍ୟତଃ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଦେଖାଯାଇଥାଆନ୍ତି।

88 ନମ୍ବରର ପ୍ରଜାପତି: ଡେଣାରେ ଇଂରାଜୀ ନମ୍ବର 88ର ଚିତ୍ର ଥିବା ଏହି ସ୍ବତନ୍ତ୍ର ଧରଣର ପ୍ରଜାପତି ମଧ୍ୟ ଓ ଦକ୍ଷିଣ ଆମେରିକାରେ ବହୁଳ ଭାବରେ ଦେଖାଯାଇଥାଆନ୍ତି। ଏଣୁ ସେଇଥିପାଇଁ ଏହାର ନାମ ଏଇଟି ଏଇଟ୍‌ ବଟର୍‌ଫ୍ଲାଏ ରଖାଯାଇଛି।
ମୟୂର ଆଖି ଥିବା ପ୍ରଜାପତି: ସମ୍ପୃକ୍ତ ପ୍ରଜାପତିର ରଙ୍ଗ ସାମାନ୍ୟ ହଳଦିଆ ହୋଇଥିଲେ ହେଁ ଏହାର ଡେଣାରେ ମୟୂରର ଆଖି ସଦୃଶ ଏକ ଦାଗ ରହିଥାଏ। ସେଇଥିପାଇଁ ଏହାର ନାମ ପିକକ୍‌ ପାନ୍‌ସି ବା ପିକକ୍‌ ଆଇସ୍ପଟ୍‌ ବଟରଫ୍ଲାଏ ରଖାଯାଇଛି। ଏମାନେ ମୁଖ୍ୟତଃ ଦକ୍ଷିଣ ଏସିଆର ବିଭିନ୍ନ ସ୍ଥାନରେ ଦେଖାଯାଇଥାଆନ୍ତି।

ଜେବ୍ରା ଦେହର ଚିତ୍ର ଥିବା ପ୍ରଜାପତି: ଜେବ୍ରା ଦେହରେ ଯେମିତି କଳାଧଳା ଗାର ଥାଏ, ଅବିକଳ ସେହି ଡିଜାଇନ୍‌ର ଗାର ଏହି ପ୍ରଜାପତିର ଡେଣାରେ ରହିଥାଏ। ତା’ଛଡ଼ା ଅନ୍ୟ ପ୍ରଜାତିର ପ୍ରଜାପତିଙ୍କ ତୁଳନାରେ ଏହି ପ୍ରଜାପତିର ଡେଣା ଟିକେ ଲମ୍ବା। ସେଥିପାଇଁ ଏହା ଜେବ୍ରା ଲଙ୍ଗ୍‌ଉଇଙ୍ଗ୍‌ ବଟର୍‌ଫ୍ଲାଏ ନାମରେ ପରିଚିତ। ଏମାନେ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଅଧିକ ଦେଖାଯାଇଥାନ୍ତି।

ନୀଳ ପ୍ରଜାପତି: ଏହା ଏକପ୍ରକାର ବଡ଼ ତଥା ସୁନ୍ଦର ପ୍ରଜାପତି। କାରଣ ଏମାନଙ୍କ ଶରୀରର ରଙ୍ଗ ସମ୍ପୂର୍ଣ୍ଣ ନୀଳ ହେବା ସହ ଡେଣାର ଚତୁଃପାର୍ଶ୍ୱରେ ଛିଟଛିଟ କଳାଦାଗ ରହିଛି, ଯାହା ଏମାନଙ୍କୁ ଅଧିକ ସୁନ୍ଦର କରାଇଥାଏ। ସେଥିପାଇଁ ଏମାନଙ୍କୁ ବ୍ଲୁ ମର୍ଫୋ କୁହାଯାଏ। ଏମାନେ ମୁଖ୍ୟତଃ ମଧ୍ୟ ଓ ଦକ୍ଷିଣ ଆମେରିକାର ବିଭିନ୍ନ ଜଙ୍ଗଲରେ ଦେଖାଯାଇଥା’ନ୍ତି।

ସ୍ବାଲୋଟେଲ୍‌ ବଟରଫ୍ଲାଏ: ଏମାନଙ୍କ ଡେଣାର ତଳଭାଗରେ ଟିକେ ଲାଞ୍ଜ ଥିଲା ଭଳି ଦେଖାଯାଉଥିବାରୁ ଉକ୍ତ ପ୍ରଜାପତିର ଏପରି ନାମକରଣ ହୋଇଥିବା ବିଶ୍ୱାସ କରାଯାଏ। ବିଶ୍ୱରେ ଏମାନେ ପ୍ରାୟ ୫୫୦ ପ୍ରକାରର ଦେଖାଯାଇଥା’ନ୍ତି। ତେବେ ଏହି ପ୍ରଜାତିର ସବୁଜ ରଙ୍ଗର ପ୍ରଜାପତିଟି ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଇଥାଆନ୍ତି।

ସିଲ୍‌ଫିନା ଆଞ୍ଜେଲ୍‌: ଏହି ପ୍ରଜାପତିଙ୍କର ମଧ୍ୟ ଟ୍ରାନ୍ସପରେଣ୍ଟ ଡେଣା ରହିଛି, କିନ୍ତୁ ଏହାର ମଝିରେ ମଝିରେ ଲମ୍ବାଲମ୍ବା କଳା ଗାର ବି ଅଛି। ତା’ଛଡ଼ା ସିଲ୍‌ଫିନା ଆଞ୍ଜେଲ୍‌ ନାମରେ ପରିଚିତ ଏହି ପ୍ରଜାପତିଙ୍କର ଟିକେ ଲମ୍ବା ଲାଞ୍ଜ ଥିବା ମଧ୍ୟ ଦେଖାଯାଇଥାଏ। ଏମାନେ ଅଧିକାଂଶ ସମୟ ଗଛର ପତ୍ର ଆଢୁଆଳରେ ରହିବାକୁ ପସନ୍ଦ କରିଥା’ନ୍ତି ଏବଂ ସୂର୍ଯ୍ୟଙ୍କର ପ୍ରଖର କିରଣ ପଡ଼ିବା ସମୟରେ ହିଁ କେବଳ ଏମାନେ ଉଡ଼ିଥାନ୍ତି ଓ ଖାଦ୍ୟ ସଂଗ୍ରହ କରିଥାଆନ୍ତି।

ଆପୋଲୋ ବଟରଫ୍ଲାଏ: ସମ୍ପୃକ୍ତ ପ୍ରଜାପତିଙ୍କର ସୁନ୍ଦର ଧଳାରଙ୍ଗର ଡେଣା ଥାଏ ଏବଂ ତା’ ଉପରେ ୪ଟି ନାଲି ରଙ୍ଗର ଛୋଟଛୋଟ ଆଖି ସଦୃଶ ଦାଗ ରହିଥାଏ, ଯାହା ଏମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଏମାନେ ମୁଖ୍ୟତଃ ଫ୍ରାନ୍ସ, ସ୍ପେନ୍‌, ଇଟାଲୀରେ ଦେଖାଯାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri