Posted inଫୁରସତ

ନିଆରା ପ୍ରଜାପତି

ପ୍ରଜାପତି କାହାକୁ ବା ସୁନ୍ଦର ନ ଲାଗେ! ସେମାନଙ୍କ ଶରୀରର ଆକର୍ଷଣୀୟ ରଙ୍ଗ ହେଉ କିମ୍ବା ଗଠନଶୈଳୀ, ସବୁକିଛି କାହିଁକି କେଜାଣି ଭାରି ମନୋମୁଗ୍ଧକର ଲାଗେ। ଏଠାରେ ସେମିତି କେତୋଟି ଭିନ୍ନଭିନ୍ନ ପ୍ରକାରର ପ୍ରଜାପତି ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁମାନଙ୍କର ଆକର୍ଷଣୀୟ ଗଠନଶୈଳୀ ହିଁ ସେମାନଙ୍କୁ ଭିନ୍ନ ପରିଚିତି ଦେଇଛି…

ଶୁଖିଲା ପତ୍ର ପରି ପ୍ରଜାପତି: ଇଣ୍ଡିଆନ୍‌ ଓକ୍‌ଲିଫ୍‌ ବା ଡେଡ୍‌ ଲିଫ୍‌ ବଟର୍‌ଫ୍ଲାଏ ଭାବେ ପରିଚିତ ଏହି ପ୍ରଜାପତିଟିର ଶାରୀରିକ ଗଠନ ଶୈଳୀ ଏମିତି ଭାବେ ହୋଇଥାଏ, ଯାହାକୁ ହଠାତ୍‌ ଦେଖିଲେ ଜଣେ ଆଶ୍ଚର୍ଯ୍ୟ ହୋଇଯିବ ଯେ, ଏହା ଏକ ପ୍ରଜାପତି ନା ଏକ ଶୁଖିଲା ପତ୍ର। କାରଣ ଏହାର ଡେଣା ଦୁଇଟି ଅବିକଳ ଶୁଖିଲା ପତ୍ର ଭଳି ଦେଖାଯାଇଥାଏ। ଏମାନେ ମୁଖ୍ୟତଃ ଏସିଆ ମହାଦେଶର ବିଭିନ୍ନ ଜଙ୍ଗଲରେ ଦେଖାଯାଇଥାଆନ୍ତି।

କାଚ ଡେଣା ଥିବା ପ୍ରଜାପତି: ଗ୍ଲାସ୍‌ଉଇଙ୍ଗ୍ଡ ବଟରଫ୍ଲାଏ ବା ଟ୍ରାନ୍ସପରେଣ୍ଟ ବଟରଫ୍ଲାଏ ଭାବେ ଏହି ପ୍ରଜାପତି ବେଶ୍‌ ଜଣାଶୁଣା। ଏହାର ନାମ ଯେମିତି ଅବିକଳ, ଗଠନଶୈଳୀ ବି ଠିକ୍‌ ସେମିତି ହୋଇଥାଏ। ଅର୍ଥାତ୍‌ ଏହି ପ୍ରଜାପତିଟିର ଡେଣା କାଚ ଭଳି ସମ୍ପୂର୍ଣ୍ଣ ସ୍ବଚ୍ଛ। ଫଳରେ ସହଜରେ କୌଣସି ପକ୍ଷୀ କିମ୍ବା ସରୀସୃପ ଏହାକୁ ଶିକାର କରିପାରନ୍ତି ନାହିଁ। କଲମ୍ବିଆ ଓ ମେକ୍ସିକୋରେ ଏମାନେ ବହୁଳ ମାତ୍ରାରେ ଦେଖାଯାଇଥାଆନ୍ତି।

ପେଚା ଆଖି ସଦୃଶ ପ୍ରଜାପତି: ଏହା ଜିଆଣ୍ଟ୍‌ ଓଲ୍‌ ଫରେଷ୍ଟ ବଟରଫ୍ଲାଏ ବା ଓଲ୍‌ ବଟରଫ୍ଲାଏ ଭାବେ ଜଣାଶୁଣା। ମୁଖ୍ୟତଃ ଏହି ପ୍ରଜାପତି ଡେଣାରେ ଅବିକଳ ପେଚାର ଆଖି ସଦୃଶ ଏକ ଦାଗ ରହିଥାଏ। ଖାସ୍‌ ଏହି ଦାଗ ପାଇଁ ହିଁ ଉକ୍ତ ପ୍ରଜାତିର ପ୍ରଜାପତିମାନେ ସେମାନଙ୍କ ଶତ୍ରୁକୁ ଭୁଆଁ ବୁଲାଇ ଦିଅନ୍ତି। ଏମାନେ ମୁଖ୍ୟତଃ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଦେଖାଯାଇଥାଆନ୍ତି।

88 ନମ୍ବରର ପ୍ରଜାପତି: ଡେଣାରେ ଇଂରାଜୀ ନମ୍ବର 88ର ଚିତ୍ର ଥିବା ଏହି ସ୍ବତନ୍ତ୍ର ଧରଣର ପ୍ରଜାପତି ମଧ୍ୟ ଓ ଦକ୍ଷିଣ ଆମେରିକାରେ ବହୁଳ ଭାବରେ ଦେଖାଯାଇଥାଆନ୍ତି। ଏଣୁ ସେଇଥିପାଇଁ ଏହାର ନାମ ଏଇଟି ଏଇଟ୍‌ ବଟର୍‌ଫ୍ଲାଏ ରଖାଯାଇଛି।
ମୟୂର ଆଖି ଥିବା ପ୍ରଜାପତି: ସମ୍ପୃକ୍ତ ପ୍ରଜାପତିର ରଙ୍ଗ ସାମାନ୍ୟ ହଳଦିଆ ହୋଇଥିଲେ ହେଁ ଏହାର ଡେଣାରେ ମୟୂରର ଆଖି ସଦୃଶ ଏକ ଦାଗ ରହିଥାଏ। ସେଇଥିପାଇଁ ଏହାର ନାମ ପିକକ୍‌ ପାନ୍‌ସି ବା ପିକକ୍‌ ଆଇସ୍ପଟ୍‌ ବଟରଫ୍ଲାଏ ରଖାଯାଇଛି। ଏମାନେ ମୁଖ୍ୟତଃ ଦକ୍ଷିଣ ଏସିଆର ବିଭିନ୍ନ ସ୍ଥାନରେ ଦେଖାଯାଇଥାଆନ୍ତି।

ଜେବ୍ରା ଦେହର ଚିତ୍ର ଥିବା ପ୍ରଜାପତି: ଜେବ୍ରା ଦେହରେ ଯେମିତି କଳାଧଳା ଗାର ଥାଏ, ଅବିକଳ ସେହି ଡିଜାଇନ୍‌ର ଗାର ଏହି ପ୍ରଜାପତିର ଡେଣାରେ ରହିଥାଏ। ତା’ଛଡ଼ା ଅନ୍ୟ ପ୍ରଜାତିର ପ୍ରଜାପତିଙ୍କ ତୁଳନାରେ ଏହି ପ୍ରଜାପତିର ଡେଣା ଟିକେ ଲମ୍ବା। ସେଥିପାଇଁ ଏହା ଜେବ୍ରା ଲଙ୍ଗ୍‌ଉଇଙ୍ଗ୍‌ ବଟର୍‌ଫ୍ଲାଏ ନାମରେ ପରିଚିତ। ଏମାନେ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଅଧିକ ଦେଖାଯାଇଥାନ୍ତି।

ନୀଳ ପ୍ରଜାପତି: ଏହା ଏକପ୍ରକାର ବଡ଼ ତଥା ସୁନ୍ଦର ପ୍ରଜାପତି। କାରଣ ଏମାନଙ୍କ ଶରୀରର ରଙ୍ଗ ସମ୍ପୂର୍ଣ୍ଣ ନୀଳ ହେବା ସହ ଡେଣାର ଚତୁଃପାର୍ଶ୍ୱରେ ଛିଟଛିଟ କଳାଦାଗ ରହିଛି, ଯାହା ଏମାନଙ୍କୁ ଅଧିକ ସୁନ୍ଦର କରାଇଥାଏ। ସେଥିପାଇଁ ଏମାନଙ୍କୁ ବ୍ଲୁ ମର୍ଫୋ କୁହାଯାଏ। ଏମାନେ ମୁଖ୍ୟତଃ ମଧ୍ୟ ଓ ଦକ୍ଷିଣ ଆମେରିକାର ବିଭିନ୍ନ ଜଙ୍ଗଲରେ ଦେଖାଯାଇଥା’ନ୍ତି।

ସ୍ବାଲୋଟେଲ୍‌ ବଟରଫ୍ଲାଏ: ଏମାନଙ୍କ ଡେଣାର ତଳଭାଗରେ ଟିକେ ଲାଞ୍ଜ ଥିଲା ଭଳି ଦେଖାଯାଉଥିବାରୁ ଉକ୍ତ ପ୍ରଜାପତିର ଏପରି ନାମକରଣ ହୋଇଥିବା ବିଶ୍ୱାସ କରାଯାଏ। ବିଶ୍ୱରେ ଏମାନେ ପ୍ରାୟ ୫୫୦ ପ୍ରକାରର ଦେଖାଯାଇଥା’ନ୍ତି। ତେବେ ଏହି ପ୍ରଜାତିର ସବୁଜ ରଙ୍ଗର ପ୍ରଜାପତିଟି ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଇଥାଆନ୍ତି।

ସିଲ୍‌ଫିନା ଆଞ୍ଜେଲ୍‌: ଏହି ପ୍ରଜାପତିଙ୍କର ମଧ୍ୟ ଟ୍ରାନ୍ସପରେଣ୍ଟ ଡେଣା ରହିଛି, କିନ୍ତୁ ଏହାର ମଝିରେ ମଝିରେ ଲମ୍ବାଲମ୍ବା କଳା ଗାର ବି ଅଛି। ତା’ଛଡ଼ା ସିଲ୍‌ଫିନା ଆଞ୍ଜେଲ୍‌ ନାମରେ ପରିଚିତ ଏହି ପ୍ରଜାପତିଙ୍କର ଟିକେ ଲମ୍ବା ଲାଞ୍ଜ ଥିବା ମଧ୍ୟ ଦେଖାଯାଇଥାଏ। ଏମାନେ ଅଧିକାଂଶ ସମୟ ଗଛର ପତ୍ର ଆଢୁଆଳରେ ରହିବାକୁ ପସନ୍ଦ କରିଥା’ନ୍ତି ଏବଂ ସୂର୍ଯ୍ୟଙ୍କର ପ୍ରଖର କିରଣ ପଡ଼ିବା ସମୟରେ ହିଁ କେବଳ ଏମାନେ ଉଡ଼ିଥାନ୍ତି ଓ ଖାଦ୍ୟ ସଂଗ୍ରହ କରିଥାଆନ୍ତି।

ଆପୋଲୋ ବଟରଫ୍ଲାଏ: ସମ୍ପୃକ୍ତ ପ୍ରଜାପତିଙ୍କର ସୁନ୍ଦର ଧଳାରଙ୍ଗର ଡେଣା ଥାଏ ଏବଂ ତା’ ଉପରେ ୪ଟି ନାଲି ରଙ୍ଗର ଛୋଟଛୋଟ ଆଖି ସଦୃଶ ଦାଗ ରହିଥାଏ, ଯାହା ଏମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଏମାନେ ମୁଖ୍ୟତଃ ଫ୍ରାନ୍ସ, ସ୍ପେନ୍‌, ଇଟାଲୀରେ ଦେଖାଯାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri