ଖୋର୍ଦ୍ଧା ଏସ୍‌ପିଙ୍କୁ ବାଚସ୍ପତିଙ୍କ ଜବାବ ତଲବ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରିକୁ ନେଇ ବାଚସ୍ପତି ବାଣପୁର ଆଇଆଇସି ଓ ଖୋର୍ଦ୍ଧା ଏସ୍‌ପିଙ୍କଠାରୁ ଜବାବ ତଲବ କରିଛନ୍ତି। ବିଧାୟକଙ୍କ ଗିରଫ ସମ୍ପର୍କରେ ଗୃହକୁ ବିଳମ୍ବରେ କାହିଁକି ଅବଗତ କରାଗଲା ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୁକ୍ରବାର ବିଧାନସଭାରେ ଉଠାଇଥିଲେ । ଏ ନେଇ ସେ ଶନିବାର ବାଣପୁର ଆଇଆଇସି ଓ ଖୋର୍ଦ୍ଧା ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ବିଧାନସଭା ଶୂନ୍ୟକାଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନରସିଂହ ଆଣିଥିବା ସ୍ବାଧିକାର ଭଙ୍ଗ ସମ୍ପର୍କରେ ସୂଚନା ଦେବା ସହ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ବିଷୟରେ ଖୋର୍ଦ୍ଧା ଏସ୍‌ପି ବିଧାନସଭାକୁ ୨୩ ତାରିଖ ଅପରାହ୍ନ ୩ଟା ୪୫ ମିନିଟରେ ଚିଠି ମାଧ୍ୟମରେ ଜଣାଇଥିଲେ ବୋଲି ସୂଚନା ଦେଇଥିଲେ । ୨୪ ତାରିଖରେ ପୌର ନିର୍ବାଚନ ଥିବାରୁ ଛୁଟି ରହିଥିଲା। ୨୫ ତାରିଖରେ ତାଙ୍କ ନିକଟରେ ଚିଠି ପହଞ୍ଚିଥିଲା ବୋଲି ବାଚସ୍ପତି କହିଥିଲେ। ତେବେ ନରସିଂହ କହିଥିଲେ ଯେ ଯଦି ବିଧାନସଭାର କୌଣସି ସଦସ୍ୟ ଗିରଫ ହୁଅନ୍ତି ତେବେ ତୁରନ୍ତ ଏ ନେଇ ବାଚସ୍ପତିଙ୍କୁ ସୂଚନା ଦେବା କଥା। ୩ ଦିନ ପରେ କାହିଁକି ଗୃହକୁ ଅବଗତ କରାଯାଇଛି। ଅଧିକାରୀମାନେ ବିଧାୟକମାନଙ୍କୁ ଖାତିର କରୁ ନାହାନ୍ତି। ଆପଣଙ୍କୁ ମଧ୍ୟ ଖାତିର କରିବେ ନାହିଁ। ଟେଲିଫୋନ କଲେ ଥାନାର ଆଇଆଇସି କିମ୍ବା ଅଧିକାଂଶ ସଚିବ ଫୋନ ଉଠାନ୍ତି ନାହିଁ। ବୁକ୍‌ ସର୍କୁଲାର ୪୭କୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ବିଷୟରେ ବିଳମ୍ବରେ ଜଣାଇବା ଅର୍ଥ ବିଧାନସଭାର ସ୍ବାଧିକାର ଭଙ୍ଗ ହୋଇଛି। ସମ୍ପୃକ୍ତ ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଆଣିବାକୁ ନରସିଂହ ଦାବି କରିଛନ୍ତି। ଏହି ମାମଲାକୁ ଗୁରୁତର ସହ ନେଇ ବାଚସ୍ପତି ଖୋର୍ଦ୍ଧା ଏସ୍‌ପି ଓ ବାଣପୁର ଆଇଆଇସିଙ୍କୁ ଜବାବ ତଲବ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri