ଯାନ ବାହାରେ ମହାକାଶ ବିଚରଣ

ମହାକାଶଚାରୀମାନେ ମହାକାଶଯାନ ଭିତରେ ଅତି ଯତ୍ନର ସହିତ ମହାକାଶକୁ ଯାଆନ୍ତି ଓ ଯାନ ଭିତରେ ରହି ଗବେଷଣା କରନ୍ତିି, ପୁଣି ପୃଥିବୀକୁ ଫେରି ଆସନ୍ତିି। କିନ୍ତୁ ଦରକାର ପଡିଲେ ସେମାନେ ଯାନ ବାହାରକୁ ଆସି ମୁକ୍ତ ମହାକାଶରେ ଉଡ଼ି ଉଡ଼ି କାମ ବି କରନ୍ତିି। ମହାକାଶଯାନ ଓ ମହାକାଶ ଗବେଷଣା କେନ୍ଦ୍ରର ବାହାର ପଟେ ମରାମତି କରନ୍ତି। ମହାକାଶଯାନ ବାହାରକୁ ଆସି ମଧ୍ୟ ଗବେଷଣା କରନ୍ତି। ଯାନ ବାହାରେ ମୁକ୍ତ ମହାକାଶରେ ପରୀକ୍ଷଣ ଯନ୍ତ୍ରପାତିର କାର୍ଯ୍ୟ ଦକ୍ଷତା ମାପ କରନ୍ତି। କଥାଟା ଆମର ବିଶ୍ୱାସ ହେଉନି। କିନ୍ତୁ ଏହା ସତ। ମହାକାଶଯାନ ବାହାରକୁ ସେମାନଙ୍କୁ ଆସିବାକୁ ପଡ଼େ। ମହାକାଶଯାନ ବାହାରକୁ ଆସି ମୁକ୍ତ ମହାକାଶରେ ଚଲାବୁଲା କରିବା ପ୍ରକ୍ରିୟାକୁ ‘ସ୍ପେଶ୍‌ଓାକ୍‌’ ବୋଲି କୁହାଯାଏ। ଅବଶ୍ୟ ୧୯୬୦ ଦଶକ ପୂର୍ବରୁ ‘ସ୍ପେଶ୍‌ଓାକ୍‌’ ଶବ୍ଦ ଆମ ପାଇଁ ନୂଆ ଥିଲା ଏବଂ କାମଟା ଅସାଧ୍ୟ ଥିଲା। ଏବେ କିନ୍ତୁ ‘ସ୍ପେଶ୍‌ଓାକ୍‌’ ଅସାଧ୍ୟ ନୁହେଁ। ଆମେ ବଡମାନେ ହୁଏତ ଏହି ବିଷୟରେ ଜାଣିନାହୁଁ, କିନ୍ତୁ ଆମ ପିଲାମାନେ ‘ସ୍ପେଶ୍‌ଓାକ୍‌’ ବିଷୟରେ ଊଣା ଅଧିକ ଜାଣିଗଲେଣି। ଏହାକୁ ମଧ୍ୟ ଇଂଲିଶରେ ଇ.ଭି.ଏ. କୁହାଯାଏ; ଯାହାର ପୂରା ଅର୍ଥ ହେଉଛି – ଏଳ୍ସଟ୍ରା ଭେହିକୁଲାର ଆକ୍ଟିଭିଟି।
ମସିହାରେ ଆଲେକ୍ସି ଲିଓନୋଭ୍‌ ସର୍ବ ପ୍ରଥମେ ‘ସ୍ପେଶ୍‌ଓାକ୍‌’ କରିଥିଲେ। ମାର୍ଚ୍ଚ ୧୮ ତାରିଖରେ ମହାକାଶଯାନ ବାହାରେ ସେ ୧୨ ମିନିଟ୍‌ ୯ ସେକେଣ୍ଡ ବିଚରଣ କରିଥିଲେ। ସେ ଥିଲେ ରୁଷିଆର ମହାକାଶଚାରୀ ଏବଂ ତାଙ୍କ ମହାକାଶଯାନର ନାମ ଥିଲା ଭୋସ୍‌ଖୋଡ୍‌-୨। ସେଇ ବର୍ଷ ଜୁନ୍‌ ୩ ତାରିଖରେ ଆମେରିକାର ଇଡ୍‌ ହ୍ବାଇଟ୍‌ ମଧ୍ୟ ସଫଳତାର ସହିତ ‘ସ୍ପେଶ୍‌ଓାକ୍‌’ କରିଥିଲେ। ତାଙ୍କ ମହାକାଶଯାନର ନାମ ଥିଲା ଜେମିନି-୪। ସେ ୨୧ ମିନିଟ୍‌ ମହାକାଶରେ ବିଚରଣ କରିଥିଲେ। ତେଣୁ ଆମେରିକା ପାଇଁ ସେ ହେଉଛନ୍ତି ‘ସ୍ପେଶ୍‌ଓାକ୍‌’ କରିଥିବା ପ୍ରଥମ ମହାକାଶଚାରୀ। ଏବେ କିନ୍ତୁ ମହାକାଶଚାରୀମାନେ ୫ ରୁ ୯ ଘଣ୍ଟା ‘ସ୍ପେଶ୍‌ଓାକ୍‌’ କରିପାରୁଛନ୍ତି। ୨୦୦୧ମସିହା ମାର୍ଚ୍ଚ ୧୧ ତାରିଖରେ ଆମେରିକାର ଦୁଇଜଣ ମହାକାଶଚାରୀ ଜୀମ୍‌ ଓ ଶୁସାନ୍‌ ଦୀର୍ଘ ୮ ଘଣ୍ଟା ୫୬ ମିନିଟ୍‌ ଧରି ‘ସ୍ପେଶ୍‌ଓାକ୍‌’ କରିଥିଲେ। ସେମାନଙ୍କ ମହାକାଶଯାନର ନାମ ଥିଲା ‘ଡିସ୍କୋଭରୀ’। ସେମାନେ ଆଇ.ଏସ୍‌.ଏସ୍‌. ମହାକାଶ ଗବେଷଣା କେନ୍ଦ୍ର ବାହାରେ ‘ସ୍ପେଶ୍‌ଓାକ୍‌’ କରିଥିଲେ।

ସୁଦ୍ଧା ୧୧ଟି ଦେଶର ୨୩୦ ଜଣ ମହାକାଶଚାରୀ ‘ସ୍ପେଶ୍‌ଓାକ୍‌’ କରିସାରଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକାର ୧୨୯ ଜଣ, ରୁଷିଆର ୬୫ ଜଣ, କାନାଡାର ୪ ଜଣ, ଫ୍ରାନ୍‌ସର ୪ ଜଣ, ଜର୍ମାନୀର ୩ ଜଣ, ଜାପାନର ୩ ଜଣ ଓ ଚାଇନାର ୨ ଜଣ ଅଛନ୍ତି। ସେହିପରି ଇଟାଲି, ସୁଇଜରଲାଣ୍ଡ, ସୁଇଡେନ୍‌ ଓ ଗ୍ରେଟ୍‌ ବ୍ରିଟେନ୍‌ରୁ ଜଣେ ଜଣେ ମହାକାଶଚାରୀ ‘ସ୍ପେଶ୍‌ଓାକ୍‌’ କରିଛନ୍ତି। ୨୩୦ ଜଣ ‘ସ୍ପେଶ୍‌ଓାକ୍‌’ କରିଥିବା ମହାକାଶଚାରୀଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି। ସବୁଠାରୁ ଅଧିକ ଥର ‘ସ୍ପେଶ୍‌ଓାକ୍‌’ କରିଥିବା ସାହସୀ ମହାକାଶଚାରୀ ହେଉଛନ୍ତି ରୁଷିଆର ଆନାଟୋଲୀ ସୋଲଭିଆ। ସେ ୧୬ ଥର ‘ସ୍ପେଶ୍‌ଓାକ୍‌’ କରିଛନ୍ତି। ସେ ୧୯୯୦, ୧୯୯୨, ୧୯୯୫ ଓ ୧୯୯୭ ମସିହାରେ ‘ମୀର’ ମହାକାଶ କେନ୍ଦ୍ରରେ ଥିବା ସମୟରେ ‘ସ୍ପେଶ୍‌ଓାକ୍‌’ କରିଥିଲେ। ସେ ମହାକାଶଯାନ ବାହାରେ ସମୁଦାୟ ୮୨ ଘଣ୍ଟା ବିଚରଣ କରିଛନ୍ତି, ଅର୍ଥାତ୍‌ ସାଢେ ୩ ଦିନ। ତାଙ୍କ ତଳକୁ ରୁଷିଆର ୩ ଜଣ ଓ ଆମେରିକାର ୪ ଜଣ ୧୦ ଥର ଲେଖାଏ ‘ସ୍ପେଶ୍‌ଓାକ୍‌’ କରିଛନ୍ତି।

ଯାଉଥିବା ମହାକାଶଚାରୀଙ୍କୁ ଅନେକ ସମୟ ପୂର୍ବରୁ ସ୍ପେଶ୍‌ସୁଟ୍‌ ପିନ୍ଧିବାକୁ ହୁଏ। ସ୍ପେଶ୍‌ସୁଟ୍‌ ଭିତରେ କେବଳ ଅମ୍ଳଜାନ ଭର୍ତ୍ତି କରାଯାଏ। ତେଣୁ ମହାକାଶଚାରୀମାନେ ପ୍ରଶ୍ୱାସରେ କେବଳ ଅମ୍ଳଜାନ ନିଅନ୍ତି। କାରଣ ଆମେ ଶ୍ୱାସକ୍ରିୟା ସମୟରେ ୭୯ ପ୍ରତିଶତ ଯବକ୍ଷାରଜାନ ଓ ୨୧ ପ୍ରତିଶତ ଅମ୍ଳଜାନ ନେଉ। ତେଣୁ ଆମ ଶରୀରରେ ଯବକ୍ଷାରଜାନ ଥାଏ। ଶରୀରରେ ଯବକ୍ଷାରଜାନ ରହିଲେ ମହାକାଶରେ ବିଚରଣ କରିବା ସମୟରେ କାନ୍ଧ, କହୁଣି, ଆଣ୍ଠୁ ଓ ମଣିବନ୍ଧ ଭଳି ସନ୍ଧିଜାଗାରେ ଯନ୍ତ୍ରଣା ହେବ। ତେଣୁ ସ୍ପେଶ୍‌ଓାକ୍‌ ପୂର୍ବରୁ ମହାକାଶଚାରୀଙ୍କର ଶରୀରକୁ ଯବକ୍ଷାରଜାନମୁକ୍ତ କରିବା ସକାଶେ ସେମାନେ କେବଳ ଅମ୍ଳଜାନରେ ଶ୍ୱାସକ୍ରିୟା କରନ୍ତି।

ସ୍ପେଶ୍‌ଓାକ୍‌ ପାଇଁ ଯେଉଁ ବାଟ ଦେଇ ମହାକାଶଯାନରୁ ବାହାରକୁ ଯାଆନ୍ତି, ତାହାକୁ ‘ଏୟାରଲକ୍‌’ ବୋଲି କୁହାଯାଏ। ଏହି ବାଟରେ ଦୁଇଟା କବାଟ ଥାଏ। ସେହି କବାଟର ବ୍ୟାସ (ଚଉଡା) ୪ ଫୁଟ୍‌ ହେବ। ଦୁଇଟା କବାଟ ମଝିରେ ୮ ଫୁଟ୍‌ ଲମ୍ବର ଜାଗା ରହିଥାଏ। ମହାକାଶଚାରୀ ସମସ୍ତଙ୍କଠାରୁ ସାମୟିକ ବିଦାୟ ନେଇ ‘ଏୟାରଲକ୍‌’ର ପ୍ରଥମ କବାଟ ଖୋଲି ସେପଟକୁ ଯାଆନ୍ତି ଓ ସେପଟରୁ ପ୍ରଥମ କବାଟକୁ ଟାଇଟ୍‌ କରି ଲଗେଇ ଦିଅନ୍ତି।
ତା’ପରେ ଦ୍ୱିତୀୟ କବାଟ ଖୋଲି ବାହାରକୁ ବାହାରନ୍ତି। ତେଣୁ ଯାନ ଭିତରର ବାୟୁ ବାହାରକୁ ବାହାରି ପାରେନାହିଁ।
କଥା କହିଲେ ଆମକୁ ଡର ଲାଗେ, କାହିଁକି ନା ଆମେ ଭାବୁଛୁ ସ୍ପେଶ୍‌ଓାକ୍‌ ସମୟରେ ଯଦି ଗୋଡ ଖସିଯିବ, ତେବେ ମହାକାଶଚାରୀ କ’ଣ କରିବେ? କିନ୍ତୁ ଡରିବାର କାରଣ ନାହିଁ। କାରଣ ତାଙ୍କୁ ମୋଟା ‘ଟେଥର୍ସ’ ଦ୍ୱାରା ମହାକାଶଯାନ ସହିତ ବନ୍ଧାଯାଏ। କୌଣସି କାରଣରୁ ମହାକାଶ ଯାନରୁ ଗୋଡ ଖସିଗଲେ ବି ଦୂରକୁ ଭାସିଯିବେ ନାହିଁ। ଟେଥର୍ସ ସହିତ ଆଉ ଏକ ବ୍ୟବସ୍ଥା ମଧ୍ୟ ରହିଥାଏ, ଯାହାର ନାମ ‘ସେଫର୍‌’। ଏହାର ପୂରା ଅର୍ଥ ହେଲା – ସିଂମ୍ଲିଫାଏଡ୍‌ ଏଇଡ୍‌ ଫର୍‌ ଇଭିଏ ରେସ୍‌କ୍ୟୁ। ମହାକାଶଚାରୀଙ୍କ ପିଠିରେ ସେଫର୍‌ ବନ୍ଧାଯାଏ। ସେଫର୍‌ ଭିତରେ ଛୋଟ ରକେଟ୍‌ ଥା। କୌଣସି କାରଣରୁ ଟେଥର୍ସ ଛିଣ୍ଡିଯାଇ ମହାକାଶଚାରୀ ଯଦି ଯାନଠାରୁ ଦୂରକୁ ଚାଲିଯାଆନ୍ତି, ତେବେ ସେଫର୍‌ ଭିତରେ ଥିବା ରକେଟ୍‌ ସାହାଯ୍ୟରେ ପୁଣି ଯାନ ନିକଟକୁ ଫେରିପାରିବେ।

କମଳାକାନ୍ତ ଜେନା
-ଓ.ଶି.ସେ-୧, ସହକାରୀ ପ୍ରଫେସର (ପଦାର୍ଥ ବିଜ୍ଞାନ),
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ,ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri