ଯାନ ବାହାରେ ମହାକାଶ ବିଚରଣ

ମହାକାଶଚାରୀମାନେ ମହାକାଶଯାନ ଭିତରେ ଅତି ଯତ୍ନର ସହିତ ମହାକାଶକୁ ଯାଆନ୍ତି ଓ ଯାନ ଭିତରେ ରହି ଗବେଷଣା କରନ୍ତିି, ପୁଣି ପୃଥିବୀକୁ ଫେରି ଆସନ୍ତିି। କିନ୍ତୁ ଦରକାର ପଡିଲେ ସେମାନେ ଯାନ ବାହାରକୁ ଆସି ମୁକ୍ତ ମହାକାଶରେ ଉଡ଼ି ଉଡ଼ି କାମ ବି କରନ୍ତିି। ମହାକାଶଯାନ ଓ ମହାକାଶ ଗବେଷଣା କେନ୍ଦ୍ରର ବାହାର ପଟେ ମରାମତି କରନ୍ତି। ମହାକାଶଯାନ ବାହାରକୁ ଆସି ମଧ୍ୟ ଗବେଷଣା କରନ୍ତି। ଯାନ ବାହାରେ ମୁକ୍ତ ମହାକାଶରେ ପରୀକ୍ଷଣ ଯନ୍ତ୍ରପାତିର କାର୍ଯ୍ୟ ଦକ୍ଷତା ମାପ କରନ୍ତି। କଥାଟା ଆମର ବିଶ୍ୱାସ ହେଉନି। କିନ୍ତୁ ଏହା ସତ। ମହାକାଶଯାନ ବାହାରକୁ ସେମାନଙ୍କୁ ଆସିବାକୁ ପଡ଼େ। ମହାକାଶଯାନ ବାହାରକୁ ଆସି ମୁକ୍ତ ମହାକାଶରେ ଚଲାବୁଲା କରିବା ପ୍ରକ୍ରିୟାକୁ ‘ସ୍ପେଶ୍‌ଓାକ୍‌’ ବୋଲି କୁହାଯାଏ। ଅବଶ୍ୟ ୧୯୬୦ ଦଶକ ପୂର୍ବରୁ ‘ସ୍ପେଶ୍‌ଓାକ୍‌’ ଶବ୍ଦ ଆମ ପାଇଁ ନୂଆ ଥିଲା ଏବଂ କାମଟା ଅସାଧ୍ୟ ଥିଲା। ଏବେ କିନ୍ତୁ ‘ସ୍ପେଶ୍‌ଓାକ୍‌’ ଅସାଧ୍ୟ ନୁହେଁ। ଆମେ ବଡମାନେ ହୁଏତ ଏହି ବିଷୟରେ ଜାଣିନାହୁଁ, କିନ୍ତୁ ଆମ ପିଲାମାନେ ‘ସ୍ପେଶ୍‌ଓାକ୍‌’ ବିଷୟରେ ଊଣା ଅଧିକ ଜାଣିଗଲେଣି। ଏହାକୁ ମଧ୍ୟ ଇଂଲିଶରେ ଇ.ଭି.ଏ. କୁହାଯାଏ; ଯାହାର ପୂରା ଅର୍ଥ ହେଉଛି – ଏଳ୍ସଟ୍ରା ଭେହିକୁଲାର ଆକ୍ଟିଭିଟି।
ମସିହାରେ ଆଲେକ୍ସି ଲିଓନୋଭ୍‌ ସର୍ବ ପ୍ରଥମେ ‘ସ୍ପେଶ୍‌ଓାକ୍‌’ କରିଥିଲେ। ମାର୍ଚ୍ଚ ୧୮ ତାରିଖରେ ମହାକାଶଯାନ ବାହାରେ ସେ ୧୨ ମିନିଟ୍‌ ୯ ସେକେଣ୍ଡ ବିଚରଣ କରିଥିଲେ। ସେ ଥିଲେ ରୁଷିଆର ମହାକାଶଚାରୀ ଏବଂ ତାଙ୍କ ମହାକାଶଯାନର ନାମ ଥିଲା ଭୋସ୍‌ଖୋଡ୍‌-୨। ସେଇ ବର୍ଷ ଜୁନ୍‌ ୩ ତାରିଖରେ ଆମେରିକାର ଇଡ୍‌ ହ୍ବାଇଟ୍‌ ମଧ୍ୟ ସଫଳତାର ସହିତ ‘ସ୍ପେଶ୍‌ଓାକ୍‌’ କରିଥିଲେ। ତାଙ୍କ ମହାକାଶଯାନର ନାମ ଥିଲା ଜେମିନି-୪। ସେ ୨୧ ମିନିଟ୍‌ ମହାକାଶରେ ବିଚରଣ କରିଥିଲେ। ତେଣୁ ଆମେରିକା ପାଇଁ ସେ ହେଉଛନ୍ତି ‘ସ୍ପେଶ୍‌ଓାକ୍‌’ କରିଥିବା ପ୍ରଥମ ମହାକାଶଚାରୀ। ଏବେ କିନ୍ତୁ ମହାକାଶଚାରୀମାନେ ୫ ରୁ ୯ ଘଣ୍ଟା ‘ସ୍ପେଶ୍‌ଓାକ୍‌’ କରିପାରୁଛନ୍ତି। ୨୦୦୧ମସିହା ମାର୍ଚ୍ଚ ୧୧ ତାରିଖରେ ଆମେରିକାର ଦୁଇଜଣ ମହାକାଶଚାରୀ ଜୀମ୍‌ ଓ ଶୁସାନ୍‌ ଦୀର୍ଘ ୮ ଘଣ୍ଟା ୫୬ ମିନିଟ୍‌ ଧରି ‘ସ୍ପେଶ୍‌ଓାକ୍‌’ କରିଥିଲେ। ସେମାନଙ୍କ ମହାକାଶଯାନର ନାମ ଥିଲା ‘ଡିସ୍କୋଭରୀ’। ସେମାନେ ଆଇ.ଏସ୍‌.ଏସ୍‌. ମହାକାଶ ଗବେଷଣା କେନ୍ଦ୍ର ବାହାରେ ‘ସ୍ପେଶ୍‌ଓାକ୍‌’ କରିଥିଲେ।

ସୁଦ୍ଧା ୧୧ଟି ଦେଶର ୨୩୦ ଜଣ ମହାକାଶଚାରୀ ‘ସ୍ପେଶ୍‌ଓାକ୍‌’ କରିସାରଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକାର ୧୨୯ ଜଣ, ରୁଷିଆର ୬୫ ଜଣ, କାନାଡାର ୪ ଜଣ, ଫ୍ରାନ୍‌ସର ୪ ଜଣ, ଜର୍ମାନୀର ୩ ଜଣ, ଜାପାନର ୩ ଜଣ ଓ ଚାଇନାର ୨ ଜଣ ଅଛନ୍ତି। ସେହିପରି ଇଟାଲି, ସୁଇଜରଲାଣ୍ଡ, ସୁଇଡେନ୍‌ ଓ ଗ୍ରେଟ୍‌ ବ୍ରିଟେନ୍‌ରୁ ଜଣେ ଜଣେ ମହାକାଶଚାରୀ ‘ସ୍ପେଶ୍‌ଓାକ୍‌’ କରିଛନ୍ତି। ୨୩୦ ଜଣ ‘ସ୍ପେଶ୍‌ଓାକ୍‌’ କରିଥିବା ମହାକାଶଚାରୀଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି। ସବୁଠାରୁ ଅଧିକ ଥର ‘ସ୍ପେଶ୍‌ଓାକ୍‌’ କରିଥିବା ସାହସୀ ମହାକାଶଚାରୀ ହେଉଛନ୍ତି ରୁଷିଆର ଆନାଟୋଲୀ ସୋଲଭିଆ। ସେ ୧୬ ଥର ‘ସ୍ପେଶ୍‌ଓାକ୍‌’ କରିଛନ୍ତି। ସେ ୧୯୯୦, ୧୯୯୨, ୧୯୯୫ ଓ ୧୯୯୭ ମସିହାରେ ‘ମୀର’ ମହାକାଶ କେନ୍ଦ୍ରରେ ଥିବା ସମୟରେ ‘ସ୍ପେଶ୍‌ଓାକ୍‌’ କରିଥିଲେ। ସେ ମହାକାଶଯାନ ବାହାରେ ସମୁଦାୟ ୮୨ ଘଣ୍ଟା ବିଚରଣ କରିଛନ୍ତି, ଅର୍ଥାତ୍‌ ସାଢେ ୩ ଦିନ। ତାଙ୍କ ତଳକୁ ରୁଷିଆର ୩ ଜଣ ଓ ଆମେରିକାର ୪ ଜଣ ୧୦ ଥର ଲେଖାଏ ‘ସ୍ପେଶ୍‌ଓାକ୍‌’ କରିଛନ୍ତି।

ଯାଉଥିବା ମହାକାଶଚାରୀଙ୍କୁ ଅନେକ ସମୟ ପୂର୍ବରୁ ସ୍ପେଶ୍‌ସୁଟ୍‌ ପିନ୍ଧିବାକୁ ହୁଏ। ସ୍ପେଶ୍‌ସୁଟ୍‌ ଭିତରେ କେବଳ ଅମ୍ଳଜାନ ଭର୍ତ୍ତି କରାଯାଏ। ତେଣୁ ମହାକାଶଚାରୀମାନେ ପ୍ରଶ୍ୱାସରେ କେବଳ ଅମ୍ଳଜାନ ନିଅନ୍ତି। କାରଣ ଆମେ ଶ୍ୱାସକ୍ରିୟା ସମୟରେ ୭୯ ପ୍ରତିଶତ ଯବକ୍ଷାରଜାନ ଓ ୨୧ ପ୍ରତିଶତ ଅମ୍ଳଜାନ ନେଉ। ତେଣୁ ଆମ ଶରୀରରେ ଯବକ୍ଷାରଜାନ ଥାଏ। ଶରୀରରେ ଯବକ୍ଷାରଜାନ ରହିଲେ ମହାକାଶରେ ବିଚରଣ କରିବା ସମୟରେ କାନ୍ଧ, କହୁଣି, ଆଣ୍ଠୁ ଓ ମଣିବନ୍ଧ ଭଳି ସନ୍ଧିଜାଗାରେ ଯନ୍ତ୍ରଣା ହେବ। ତେଣୁ ସ୍ପେଶ୍‌ଓାକ୍‌ ପୂର୍ବରୁ ମହାକାଶଚାରୀଙ୍କର ଶରୀରକୁ ଯବକ୍ଷାରଜାନମୁକ୍ତ କରିବା ସକାଶେ ସେମାନେ କେବଳ ଅମ୍ଳଜାନରେ ଶ୍ୱାସକ୍ରିୟା କରନ୍ତି।

ସ୍ପେଶ୍‌ଓାକ୍‌ ପାଇଁ ଯେଉଁ ବାଟ ଦେଇ ମହାକାଶଯାନରୁ ବାହାରକୁ ଯାଆନ୍ତି, ତାହାକୁ ‘ଏୟାରଲକ୍‌’ ବୋଲି କୁହାଯାଏ। ଏହି ବାଟରେ ଦୁଇଟା କବାଟ ଥାଏ। ସେହି କବାଟର ବ୍ୟାସ (ଚଉଡା) ୪ ଫୁଟ୍‌ ହେବ। ଦୁଇଟା କବାଟ ମଝିରେ ୮ ଫୁଟ୍‌ ଲମ୍ବର ଜାଗା ରହିଥାଏ। ମହାକାଶଚାରୀ ସମସ୍ତଙ୍କଠାରୁ ସାମୟିକ ବିଦାୟ ନେଇ ‘ଏୟାରଲକ୍‌’ର ପ୍ରଥମ କବାଟ ଖୋଲି ସେପଟକୁ ଯାଆନ୍ତି ଓ ସେପଟରୁ ପ୍ରଥମ କବାଟକୁ ଟାଇଟ୍‌ କରି ଲଗେଇ ଦିଅନ୍ତି।
ତା’ପରେ ଦ୍ୱିତୀୟ କବାଟ ଖୋଲି ବାହାରକୁ ବାହାରନ୍ତି। ତେଣୁ ଯାନ ଭିତରର ବାୟୁ ବାହାରକୁ ବାହାରି ପାରେନାହିଁ।
କଥା କହିଲେ ଆମକୁ ଡର ଲାଗେ, କାହିଁକି ନା ଆମେ ଭାବୁଛୁ ସ୍ପେଶ୍‌ଓାକ୍‌ ସମୟରେ ଯଦି ଗୋଡ ଖସିଯିବ, ତେବେ ମହାକାଶଚାରୀ କ’ଣ କରିବେ? କିନ୍ତୁ ଡରିବାର କାରଣ ନାହିଁ। କାରଣ ତାଙ୍କୁ ମୋଟା ‘ଟେଥର୍ସ’ ଦ୍ୱାରା ମହାକାଶଯାନ ସହିତ ବନ୍ଧାଯାଏ। କୌଣସି କାରଣରୁ ମହାକାଶ ଯାନରୁ ଗୋଡ ଖସିଗଲେ ବି ଦୂରକୁ ଭାସିଯିବେ ନାହିଁ। ଟେଥର୍ସ ସହିତ ଆଉ ଏକ ବ୍ୟବସ୍ଥା ମଧ୍ୟ ରହିଥାଏ, ଯାହାର ନାମ ‘ସେଫର୍‌’। ଏହାର ପୂରା ଅର୍ଥ ହେଲା – ସିଂମ୍ଲିଫାଏଡ୍‌ ଏଇଡ୍‌ ଫର୍‌ ଇଭିଏ ରେସ୍‌କ୍ୟୁ। ମହାକାଶଚାରୀଙ୍କ ପିଠିରେ ସେଫର୍‌ ବନ୍ଧାଯାଏ। ସେଫର୍‌ ଭିତରେ ଛୋଟ ରକେଟ୍‌ ଥା। କୌଣସି କାରଣରୁ ଟେଥର୍ସ ଛିଣ୍ଡିଯାଇ ମହାକାଶଚାରୀ ଯଦି ଯାନଠାରୁ ଦୂରକୁ ଚାଲିଯାଆନ୍ତି, ତେବେ ସେଫର୍‌ ଭିତରେ ଥିବା ରକେଟ୍‌ ସାହାଯ୍ୟରେ ପୁଣି ଯାନ ନିକଟକୁ ଫେରିପାରିବେ।

କମଳାକାନ୍ତ ଜେନା
-ଓ.ଶି.ସେ-୧, ସହକାରୀ ପ୍ରଫେସର (ପଦାର୍ଥ ବିଜ୍ଞାନ),
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ,ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri