Posted inଫୁରସତ

ସାଉଥ୍‌ କୋରିଆ

ଏସିଆ ମହାଦେଶର ପୂର୍ବ ଭାଗରେ ରହିଛି ସାଉଥି କୋରିଆ। ଏହା ପୃଥିବୀର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ। ତେବେ ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ…
ପୃଥିବୀର ସବୁଠୁ କମ୍‌ ସଂଖ୍ୟକ ମେଦବହୁଳ ବ୍ୟକ୍ତି ଏଠାରେ ରହନ୍ତି।
ଏହି ଦେଶରେ ଶିଶୁ ଜନ୍ମ ହେବା ମାତ୍ରେ ଏକ ବର୍ଷ ବୟସ ବୋଲି ଗଣାଯାଏ। ତେଣୁ ଆବଶ୍ୟକ ସ୍ଥଳେ ଏଠାକାର ବାସିନ୍ଦାଙ୍କୁ ଦୁଇଟି ତାରିଖ କହିବାକୁ ହୋଇଥାଏ। ଆଶ୍ଚର୍ଯ୍ୟ କଥା ହେଉଛି, ଏଠାରେ ନବ ବର୍ଷରୁ ହିଁ ମଣିଷର ବୟସ ଗଣନା କରାଯାଏ।
ଏହି ଦେଶରେ ସମୁଦାୟ ୨୫୦ଟି ସଂଜ୍ଞା ବ୍ୟବହାର ହେଉଥିବା ମଧ୍ୟ ପ୍ରାୟ ଅଧାରୁ ଊର୍ଦ୍ଧ୍ୱ ଲୋକେ କିମ୍‌, ପାର୍କ ଏବଂ ଲି ତିନୋଟି ସଂଜ୍ଞାକୁ ବ୍ୟବହାର କରିଥା’ନ୍ତି।
ଯଦିଓ ଏହି ଦେଶର ଅର୍ଦ୍ଧାଂଶ ଜଙ୍ଗଲ ପରିବେଷ୍ଟିତ, ତଥାପି ଏହା ପୃଥିବୀର ଏକ ଉନ୍ନତ ସହରଥିବା ଦେଶ।
ଏଠାରେ ସମସ୍ତଙ୍କ ଘରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ରହିଛି। ପୃଥିବୀର ସବୁଠୁ ଦ୍ରୁତ ଇଣ୍ଟରନେଟ୍‌ ସ୍ପିଡ୍‌ ଏଠାରେ ରହିଛି। ଅର୍ଥାତ୍‌ ଏଠାରେ ମାତ୍ର ଏକ ସେକେଣ୍ଡରେ ୩୩.୫ ମେଗାବାଇଟ୍‌ ଡାଟା ଡାଉନ୍‌ଲୋଡ୍‌ କରାଯାଇପାରୁଥିବା ବେଳେ ୧୭ ମେଗାବାଇଟ୍‌ ଡାଟା ଅପ୍‌ଲୋଡ୍‌ ହୋଇପାରେ।
ଏଠାରେ ଉଭୟ ନାରୀ ଏବଂ ପୁରୁଷ ଏକା ପ୍ରକାର କସ୍‌ମେଟିକ୍‌ ପ୍ରଡକ୍ଟ ବ୍ୟବହାର କରନ୍ତି। ଏଠାକାର ପ୍ରସ୍ତୁତ ସ୍କିନ୍‌ କେୟାର୍‌ ପ୍ରଡକ୍ଟ ପୃଥିବୀର ସବୁଠୁ ଶୀଘ୍ର ବିକ୍ରି ହୋଇଥାଏ।
ଦକ୍ଷିଣ କୋରିଆ ରାଜଧାନୀ ସିଓଲ୍‌ଠାରେ ସର୍ବାଧିକ ପ୍ଲାଷ୍ଟିକ୍‌ ସର୍ଜରି କରାଯାଉଥିବାରୁ ଏହାକୁ ପୃଥିବୀର କସ୍‌ମେଟିକ୍‌ ରାଜଧାନୀ ବୋଲି ବିଚାର କରାଯାଏ।
ଏଠାରେ ଥିବା ଇଞ୍ଚେଅନ୍‌ ଏୟାରପୋର୍ଟ, ଯାହାକି ପୃଥିବୀର ଅନ୍ୟ ବୃହତ୍ତମ ଏୟାରପୋର୍ଟଗୁଡ଼ିକ ମଧ୍ୟରେ ଅନ୍ୟତମ। ଏଥିରେ ରହିଛି ଓ୍ବାଲର୍‌ଡକ୍ଲାସ୍‌ ପାସେଞ୍ଜର ଟର୍ମିନାଲ, ଶପିଂ କମ୍ପ୍ଲେକ୍ସ, ଫୁଡ୍‌ ହବ୍‌ ଇଦ୍ୟାଦି ଅନେକ ସୁବିଧା।
ବିଭିନ୍ନ ପ୍ରକାର କମ୍ପ୍ୟୁଟର ଗେମ୍‌ ପ୍ରସ୍ତୁତ କରିବାରେ ଏହା ପୃଥିବୀର ସବୁଠୁ ଆଗୁଆ ଦେଶ।
ଏଠାକାର ଲୋକେ ଖୁବ୍‌ ଅନ୍ଧବିଶ୍ୱାସୀ। ସେଠାରେ ସଂଖ୍ୟା ୪କୁ ଅଶୁଭ ମନାଯାଉଥିବା ବେଳେ ଲାଲରଙ୍ଗରେ କାହାର ନାମ ଲେଖିଲେ ମୃତ୍ୟୁ ହୋଇଯାଏ ବୋଲି ଅନ୍ଧବିଶ୍ୱାସ ରହିଛି।
ମଦ ପିଇବାରେ ଏହା ପୃଥିବୀର ଅଗ୍ରଣୀ ୨୦ ଦେଶ ମଧ୍ୟରେ ସାମିଲ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଯେ, ଏଠାରେ ଅଫିସ୍‌ରେ କାର୍ଯ୍ୟକାଳ ସମାପ୍ତ ହେବା ପରେ ବସ୍‌ ଏବଂ ସହକର୍ମୀଙ୍କ ସହ ଏକାଠି ମଦ ପିଇବା ବାଧ୍ୟତାମୂଳକ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri