Posted inଖେଳ

ଭାରତଠାରୁ ମ୍ୟାଚ୍‌ ଛଡ଼ାଇ ନେଲା ଦକ୍ଷିଣ ଆଫ୍ରିକା

ବିଶାଖାପାଟଣା,୯।୧୦- ଆଇସିସି ମହିଳା ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୩ ଉଇକେଟରେ ଭାରତକୁ ପରାସ୍ତ କରିଛି। ରିଚା ଘୋଷଙ୍କ ବିସ୍ଫୋରକ ୯୪ ରନର ଇନିଂସ ବଳରେ ଭାରତ ୨୫୨ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା। ଜବାବରେ ନାଦିନେ ଡି କ୍ଲର୍କ ୮୪ ରନର ବିସ୍ଫୋରକ ପାଳି ଖେଳି ଭାରତଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଏହା ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଭାରତର ଏହା ପ୍ରଥମ ପରାଜୟ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ପ୍ରତିକା ରାଓ୍ବଲ ଓ ସ୍ମୃତି ମନ୍ଧାନାଙ୍କ ଓପନିଂ ଯୋଡ଼ି ୫୫ ରନର ଭଲ ଆରମ୍ଭ ପ୍ରଦାନ କରିଥିଲା। କ୍ରିଜ୍‌ରେ ସେଟ୍‌ ଥିବା ମନ୍ଧାନା (୨୩ ରନ, ୧ ଲେଖାଏ ଚୌକା ଓ ଛକା) ବଡ଼ ଶଟ୍‌ ଖେଳିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ୩ୟ କ୍ରମରେ ଆସିଥିବା ହର୍ଲିନ ଦେଓଲ (୧୩)ଙ୍କ ସହ ପ୍ରତିକା ଦ୍ୱିତୀୟ ଉଇକେଟରେ ୨୮ ରନ ଯୋଡ଼ିଥିଲେ। ଏହାପରେ ଦଳ ମାତ୍ର ୧୯ ରନ ମଧ୍ୟରେ ୫ ଉଇକେଟ ହରାଇଥିଲା। ପ୍ରତିକା ୩୭ (୫ ଚୌକା) ରନ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟିକା ହରମନପ୍ରୀତ କୌର (୯), ଜେମିମା ରୋଡ୍ରିଗୁଏଜ (୦) ଓ ଦୀପ୍ତି ଶର୍ମା (୪) ଫେଲ ମାରିଥିଲେ। ଫଳରେ ଏକଦା ୮୩/୧ ସ୍କୋର କରିଥିବା ଭାରତ ୧୦୨ ରନରେ ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ରିଚା ଘୋଷ ଓ ଅମନଜୋତ କୌର ସପ୍ତମ ଉଇକେଟରେ ୫୧ ରନ ଯୋଡ଼ି ଦଳୀୟ ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ଅମନଜୋତ ୧୩ ରନ କରି ସପ୍ତମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ। ଏହାପରେ ରିଚା ଓ ସ୍ନେହ ରାଣା ଆଟାକିଂ ବ୍ୟାଟିଂ କରିଥିଲେ। ଦୁହେଁ ଅଷ୍ଟମ ଉଇକେଟ ପାଇଁ ୮୮ ରନ ଯୋଡ଼ିଥିଲେ। ସ୍ନେହ ୨୪ ବଲରେ ୬ ଚୌକା ସହିତ ୩୩ ରନ କରି ଆଉଟ୍‌ ହୋଇଥିଲେ।

ସେହିଭଳି ରିଚା ୭୭ ବଲରେ ୯୪ ରନର ବିସ୍ଫୋରକ ପାଳି ଖେଳି ଅନ୍ତିମ ଓଭରରେ ପାଭିଲିଅନ ଫେରିଥିଲେ। ତାଙ୍କ ଇନିଂସରେ ୧୧ ଚୌକା ଓ ୪ ଛକା ସାମିଲ ଥିଲା। ଏହା ରିଚାଙ୍କର ଦିନିକିଆ କ୍ୟାରିୟରର ସର୍ବାଧିକ ସ୍କୋର। ମହିଳା ଦିନିକିଆ କ୍ରିକେଟ ଇତିହାସରେ ଅଷ୍ଟମ ପୋଜିଶନରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଭାରତୀୟ ଦଳ ୪୯.୫ ଓଭରରେ ୨୫୧ ରନରେ ଅଲଆଉଟ୍‌ ହୋଇଯାଇଥିଲା।

ଜବାବରେ ଭାରତ ଭଳି ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଗୋଟିଏ ପଟେ ଅଧିନାୟିକା ଲୌରା ଓ୍ବଲଭାର୍ଟ ଛିଡ଼ା ହୋଇଥିବା ବେଳେ ଅନ୍ୟ ପଟେ ଉଇକେଟ ପତନ ଜାରି ରହିଥିଲା। ଦଳ ୨୦ ଓଭର ମଧ୍ୟରେ ୮୧ ରନରେ ୫ ଉଇକେଟ ସଙ୍କଟରେ ପଡ଼ିଥିଲା। ଅଧିନାୟିକା ଲୌରାଙ୍କ ସହ ଚ୍ଲୋ ଟ୍ରାଇଅନ ସପ୍ତମ ଉଇକେଟରେ ୬୧ ରନ ଯୋଡ଼ିଥିଲେ। ଲୌରା ୮ ଚୌକା ସହିତ ୭୦ ଓ ଟ୍ରାଇଅନ ୫ ଚୌକା ସହିତ ୪୯ ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ନାଡିନେ ଡି କ୍ଲର୍କ ୫୪ ବଲରେ ୮ ଚୌକା ଓ ୫ ଛକା ସହ ବିସ୍ଫୋରକ ୮୪ ରନର ପାଳି ଖେଳି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଦକ୍ଷିଣ ଆଫ୍ରିକା ୪୮.୫ ଓଭରରେ ୭ ଉଇକେଟ ହରାଇ ୨୫୨ ରନ କରି ନେଇଥିଲା। ଭାରତ ପାଇଁ କ୍ରାନ୍ତି ଗୌଡ଼ ଓ ସ୍ନେହ ରାଣା ୨ ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ଚିହ୍ନଟ, କୋଲୋସିୟମଠାରୁ ବି ବଡ଼

କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍‌ଆର୍‌ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍‌ର ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?