Posted inଖେଳ

ଦକ୍ଷିଣ ଆଫ୍ରିକା ଗସ୍ତ: ରୋହିତ-ବିରାଟ-ହାର୍ଦ୍ଦିକ ଦଳରୁ ବାହାର !…

କୋଲକାତା,୩୦।୧୧ : ଡିସେମ୍ବର ୧୦ ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଯାତ୍ରା ଆରମ୍ଭ କରିବ। ଏହି ଭ୍ରମଣରେ ଟିମ ଇଣ୍ଡିଆକୁ ତିନୋଟି ଟି-୨୦, ତିନୋଟି ଏକଦିବସୀୟ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡିବ । ଏହି ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଦଳ ସହ ଜଡିତ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିଷୟରେ ପୂର୍ବରୁ ଖବର ଆସିଥିଲା ଉଭୟେ ହ୍ବାଇଟ ବଲ ସିରିଜରୁ ଦୂରରେ ରହିବେ ଏବଂ ଉଭୟ ଟେଷ୍ଟ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ। ଏବେ ସମାନ ଖବର ନେଇ ପୁଣି ଚର୍ଚ୍ଚା ହେଉଛି ।ଏହା ମଧ୍ୟ କୁହାଯାଉଛି ଏହି ଭ୍ରମଣରେ ଟିମ ଇଣ୍ଡିଆ ପାଇଁ ଦୁଇଜଣ ଅଧିନାୟକ ରହିପାରନ୍ତି ଏବଂ ଏହାର ଦଳ ଖୁବ ଶୀଘ୍ର ଘୋଷଣା ହେବ।

ଏହି ସିରିଜ ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ସୂଚନା ଅନୁଯାୟୀ, ଦଳ ୩୦ ନଭେମ୍ବର ଗୁରୁବାର ଦିନ ଏହି ଯାତ୍ରା ପାଇଁ ଘୋଷଣା ହୋଇପାରେ। ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ତିନିଟି ସିରିଜରୁ ବାହାରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲି ହ୍ବାଇଟ ବଲ ସିରିଜଠାରୁ ଦୂରରେ ରହିବେ। ବିରାଟ କୋହଲିଙ୍କ ବିଷୟରେ ବିସିସିଆଇ ସୂତ୍ରରୁ ସୂଚନା ମଧ୍ୟ ମିଳିଥିଲା ବିରାଟ କିଛି ସମୟ ପାଇଁ ହ୍ବାଇଟ ବଲ କ୍ରିକେଟରୁ ବିରତି ନେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ବିସିସିଆଇକୁ ମଧ୍ୟ ସୂଚନା ଦେଇଛନ୍ତି। ଏବେ ପ୍ରଶ୍ନ ହେଉଛି କିଏ ସିରିଜରେ ଦଳର ଅଧିନାୟକ ହେବେ?

ସମ୍ଭାବ୍ୟ ଟି-୨୦ ଦଳ: କେ.ଏଲ ରାହୁଲ (ଅଧିନାୟକ), ଯଶସ୍ବୀ ଜୈସୱାଲ, ଶୁଭମାନ ଗିଲ, ଋତୁରାଜ ଗାଇକ୍ୱାଡ, ଇଶାନ କିଶନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବି ବିଶ୍ନୋଇ, ଜସପ୍ରୀତ ବୁମରା, ମୁକେଶ କୁମାର, ଅର୍ଶଦୀପ ସିଂହ

ସମ୍ଭାବ୍ୟ ଏକଦିବସୀୟ ଦଳ: କେ.ଏଲ ରାହୁଲ (ଅଧିନାୟକ), ଶୁଭମାନ ଗିଲ, ଯଶସ୍ବୀ ଜୈସୱାଲ, ତିଲକ ସ୍ବର୍ମା, ଇଶାନ କିଶନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବି ବିଶ୍ନୋଇ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି, ଅର୍ଶଦୀପସିଂ / ମୁକେଶ କୁମାର।

ସମ୍ଭାବ୍ୟ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାନେ, ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ କିପର), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରିତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି, ମୁକେଶ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

କାହିଁକି ପଛଘୁଞ୍ଚା ଦେଲେ ଟ୍ରମ୍ପ, କହିଦେଲେ ଏହି ବଡ଼ କାରଣ

ଓ୍ବାଶିଂଟନ,୨୭ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ତେବେ ଟ୍ରମ୍ପ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ସେନେଇ ସୋସିଆଲ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri