ତାଲିବାନ ଦଖଲରେ ଦକ୍ଷିଣ ଆଫଗାନିସ୍ତାନ

କାବୁଲ, ୧୪।୮: ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ପ୍ରଦେଶିକ ରାଜଧାନୀ ଦଖଲ କରିବାରେ ଲାଗିଛନ୍ତି। ଏବେ ସମ୍ପୂର୍ଣ୍ଣ ଦକ୍ଷିଣ ଆଫଗାନ ସେମାନଙ୍କ ନିୟନ୍ତ୍ରଣକୁ ଆସିଗଲାଣି। ରାଜଧାନୀ କାବୁଲ ଦଖଲ କରିବା ସେମାନଙ୍କ ପାଇଁ ଆଉ ବେଶି ଦୂର ନୁହେଁ ବୋଲି କୁହାଯାଉଛି। ପତନ ଅବଶ୍ୟମ୍ଭାବୀ ଆଶଙ୍କା କରି ଆଫଗାନ ସରକାର ତାଲିବାନକୁ କ୍ଷମତା ଭାଗବଣ୍ଟା ପାଇଁ ପ୍ରସ୍ତାବ ଦେଇସାରିଲେଣି। ପୂର୍ବରୁ ଆତଙ୍କବାଦୀ ସୀମାବର୍ତ୍ତୀ ଗ୍ରାମାଞ୍ଚଳକୁ ଦଖଲ କରିଥିବାବେଳେ ଏବେ ଦେଶର ଦୁଇ-ତୃତୀୟାଂଶରୁ ଅଧିକ ଅଞ୍ଚଳ ସେମାନଙ୍କ ଦଖଲରେ।
ସପ୍ତାହକ ମଧ୍ୟରେ ଆତଙ୍କବାଦୀମାନେ ୧୦ ପ୍ରାଦେଶିକ ରାଜଧାନୀ ଦଖଲ କରିଥିବାବେଳେ ଶୁକ୍ରବାର ଆଉ ୪ଟି ରାଜଧାନୀକୁ କବ୍‌ଜା କରିଛନ୍ତି। ଆଫଗାନିସ୍ତାନର ଦ୍ୱିତୀୟ ବୃହତ ସହର କାନ୍ଦାହାର ଏବଂ ତୃତୀୟ ବୃହତ ସହର ହେରାତ ସେମାନଙ୍କ ନିୟନ୍ତ୍ରଣକୁ ଯାଇଛି। ହେରାତ୍‌ରୁ ଅନେକ ଲୋକ ଘରଦ୍ୱାର ଛାଡ଼ି ପଳାଇଥିବାବେଳେ କେତେକ ପରିବାର ଘରେ ଆତ୍ମଗୋପନ କରିଥିବା ପ୍ରାଦେଶିକ କାଉନସିଲ ସଦସ୍ୟ ଗୁଲାମ ହବିବ୍‌ ହଶିମି କହିଛନ୍ତି। ଗୁରୁବାର ରାତିରୁ କାନ୍ଦାହାର ସହରରେ ସୁରକ୍ଷା ବଳ ଓ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ପରେ ଏହି ସହର ସେମାନଙ୍କ କବଳକୁ ଯାଇଛି। ଏହା ବ୍ୟତୀତ ହେଲମଣ୍ଡ ପ୍ରଦେଶ ରାଜଧାନୀ ଲଶ୍କର ଗାହକୁ ମଧ୍ୟ ତାଲିବାନ କବ୍‌ଜା କରିଛି। ଘମାଘୋଟ ଲଢ଼େଇ ପରେ ସହରର ସରକାରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ତାଲିବାନ ପତାକା ଉଡ଼ିଥିଲା। ଗୁରୁବାର ଗଜନୀ ସେମାନଙ୍କ ଅକ୍ତିଆରକୁ ଯାଇଥିଲା। କାଲାତ ରାଜଧାନୀ ତାଲିବାନ ନିୟନ୍ତ୍ରଣକୁ ଯାଇଥିବାବେଳେ ସେଠାରେ ଥିବା ଯବାନମାନେ କ୍ୟାମ୍ପ୍‌ ଖାଲି କରିବାକୁ ପ୍ରସ୍ତୁତି ଚଳାଇଥିବା ଜାବୁଲ୍‌ ପ୍ରଦେଶ କାଉନସିଲ୍‌ ମୁଖ୍ୟ କହିଛନ୍ତି। ତିରିନ୍‌ କଟ୍‌ ପ୍ରାଦେଶିକ ରାଜଧାନୀର ସ୍ଥାନୀୟ ଅଧିକାରୀମାନେ ଆତ୍ମସମର୍ପଣ କରିସାରିଲେଣି। ବୃହତ ସହର ମଧ୍ୟରେ କାବୁଲ, ମଜାର-ଇ-ଶରିଫ୍‌ ଏବଂ ଜଲାଲାବାଦ ଏବେ ଆଫଗାନ ସରକାରଙ୍କ ନିୟନ୍ତ୍ରଣରେ ରହିଛି।
ଆତଙ୍କବାଦୀ ଓ ଆଫଗାନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଥିବା ଜାତିସଂଘ କହିଛି। ଆମେରିକା ତା’ର ଦୂତାବାସ କର୍ମଚାରୀମାନଙ୍କୁ ଫେରାଇ ନେବା ପାଇଁ ୪୮ ଘଣ୍ଟା ମଧ୍ୟରେ ୩,୦୦୦ ଅତିରିକ୍ତ ସୈନ୍ୟ ପଠାଇବାକୁ ନିଷ୍ପତ୍ତି ନେଇଛି। ସେହିପରି ବ୍ରିଟେନ ଏହାର ନାଗରିକମାନଙ୍କୁ ଫେରାଇ ନେବା ଲାଗି ୬୦୦ ସୈନ୍ୟ ନିୟୋଜିତ କରିବ ବୋଲି କହିଛି। ସେହିପରି କାନାଡା ମଧ୍ୟ କାବୁଲକୁ ସ୍ବତନ୍ତ୍ର ସୈନ୍ୟଦଳ ପଠାଉଛି। ତାଲିବାନ କାବୁଲ୍‌ ଅକ୍ତିଆର କରିବା ପରେ ଦେଶବାସୀଙ୍କ ଉପରେ ଏହାର ବିନାଶକାରୀ ପ୍ରଭାବ ପଡ଼ିପାରେ ବୋଲି ଜାତିସଂଘ ସତର୍କ କରାଇଛି। ତେବେ ଯୁଦ୍ଧ ରୋକିବା ଲାଗି ତାଲିବାନ ସହ ବୁଝାମଣା ଆଶା କ୍ଷୀଣ। ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୪ଟି ତାଲିବାନ ଦଖଲକୁ ଗଲାଣି। ଆତଙ୍କବାଦୀମାନେ ଆଫଗାନ ସରକାରକୁ ପରାଜିତ କରି ସେଠାରେ କଠୋର ଇସ୍‌ଲାମୀୟ ଶାସନ ଚଳାଇବାକୁ ଚାହାନ୍ତି।

ଗଜନୀ ରାଜ୍ୟପାଳ ଗିରଫ

ରାଜ୍ୟକୁ ତାଲିବାନ ହାତରେ ଟେକି ଦେଇଥିବା ଗଜନୀ ରାଜ୍ୟପାଳ ଦାଉଦ୍‌ ଲାଗମାନିଙ୍କୁ ଆଫଗାନିସ୍ତାନର ଓ୍ବାରଡକ୍‌ ପୋଲିସ ଗିରଫ କରିଛି। ରାଜ୍ୟପାଳଙ୍କ ସହିତ ତାଙ୍କ ସହକାରୀ ଏବଂ ଚିଫ୍‌ ଅଫ୍‌ ଷ୍ଟାଫ୍‌ଙ୍କୁ ଗିରଫ କରାଯାଇଛି। ତାଲିବାନ ଆତଙ୍କବାଦୀମାନେ ରାଜ୍ୟପାଳ ଲାଗମାନିଙ୍କୁ ସୁରକ୍ଷା ଦେଇ ଗଜନୀରୁ ଓ୍ବାରଡାକ୍‌ ନେଇଯାଇଥିଲେ।

ଆତଙ୍କବାଦୀଙ୍କୁ ବିବାହ ପାଇଁ ମହିଳାଙ୍କୁ ବାଧ୍ୟ କରାଯାଉଛି

ଆଫଗାନିସ୍ତାନର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ସହର ଦଖଲ କରିଥିବା ତାଲିବାନ ଏବେ ମହିଳାମାନଙ୍କୁ ଆତଙ୍କବାଦୀଙ୍କ ସହ ବିବାହ କରାଇବାକୁ ବାଧ୍ୟ କରୁଛି। ସେମାନେ ଗିରଫ କରିଥିବା ସୈନ୍ୟମାନଙ୍କୁ ହତ୍ୟା କରିବା ସହ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଜୀବନ ବଞ୍ଚାଇବାକୁ ଲୋକେ ଘରଦ୍ୱାର ଛାଡ଼ି ପଳାଉଥିବା ଦେଖାଯାଉଛି। ଅବିବାହିତ ଝିଅମାନଙ୍କୁ ଆତଙ୍କବାଦୀଙ୍କ ସ୍ତ୍ରୀ ହେବା ପାଇଁ ବାଧ୍ୟ କରାଯାଉଛି। ଏହା ଏକ ପ୍ରକାର ଯୌନ ହିଂସା ବୋଲି ମାନବାଧିକାର ସଂଗଠନ କହିଛି। ସେମାନଙ୍କ ନିୟନ୍ତ୍ରଣକୁ ଆସିଥିବା ସହରରେ ସରକାରୀ ଅଧିକାରୀ, ଯବାନ ଏବଂ ଜନସାଧାରଣ ଭୟ କରିବାର କିଛି କାରଣ ନାହିଁ ବୋଲି ତାଲିବାନ କହୁଥିବାବେଳେ ବାସ୍ତବରେ ଏହା ଆତଙ୍କ ସୃଷ୍ଟି କରୁଥିବା ଦେଖାଯାଇଛି। ଆତ୍ମସମର୍ପଣ କରିଥିବା ଆଫଗାନ ସୈନ୍ୟଙ୍କୁ ହତ୍ୟା କରାଯାଉଥିବାରୁ ଆମେରିକା ଦୂତାବାସ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?