ଅବହେଳିତ ଅବସ୍ଥାରେ ଇନ୍ଦ୍ରାବତୀ ନଦୀ ଉତ୍ପତ୍ତିସ୍ଥଳ

ତେନ୍ତୁଳିଖୁଣ୍ଟି,୧୬।୧(ଡି.ଏନ୍‌.ଏ.): ଗୋଟେ ଆମ୍ବଗଛ ପାର୍ଶ୍ୱରୁ ବହିଆସୁଛି ତିନୋଟି ଜଳଧାର। ଏହିଠାରୁ ହିଁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି। ନିଜ ଆଖିରେ ନ ଦେଖିଲେ କେବେ ବି ବିଶ୍ୱାସ ହେବନି ଯେ ତିନୋଟି ସରୁ ଜଳଧାର ହିଁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି ସ୍ଥଳ। ଯେଉଁ ନଦୀରେ ଜଳଭଣ୍ଡାର କରାଯାଇ କଳାହାଣ୍ଡି ଜିଲାରେ ଦେଢ଼ ଲକ୍ଷ ହେକ୍ଟର ଜମି ଶଷ୍ୟଶ୍ୟାମଳା । ରାଜ୍ୟ ପାଉଛି ଦୈନିକ ୬୦୦ ମେଗାୱାଟ ବିଦ୍ୟୁତ୍‌। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନପାଇଛି ମର୍ଦ୍ଧିଗୁଡ଼ା। ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସତ୍ତ୍ୱେ ପ୍ରଚାର ପ୍ରସାର ଅଭାବରୁ ଏହା ଲୋକଲୋଚନକୁ ଆସିପାରୁନାହିଁ। ଏହା ଅବହେଳିତ ହୋଇରହିଛି।
ମର୍ଦ୍ଧିଗୁଡା କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଏକ ଛୋଟିଆ ଗାଁ। ଜଙ୍ଗଲ ପାହାଡ଼ଘେରା ଏହି ମର୍ଦ୍ଧିଗୁଡାରେ ବସବାସ କରୁଛନ୍ତି ପ୍ରାୟ ୪୦ ଚାଷୀ ପରିବାର। ମର୍ଦ୍ଧିଗୁଡାର ଏକ ଆମ୍ବଗଛ ପାଖରୁ ତିନିଗୋଟି ଜଳଧାରରୁ ଆରମ୍ଭ ଇନ୍ଦ୍ରାବତୀ ନଦୀ l ଏଣୁ ଏଇ ସ୍ଥାନକୁ ମା’ ଇନ୍ଦ୍ରାବତୀ ପୀଠସ୍ଥଳୀ ଭାବେ ନାମିତ କରାଯାଇଛି। କୁଳୁ କୁଳୁ ଶବ୍ଦ କରି ବର୍ଷ ବର୍ଷ ଧରି ବହି ଆସୁଥିବା ତିନି ଜଳ ଧାରରୁ ସୃଷ୍ଟି ହୋଇଥିବା ପ୍ରାକୃତିକ ଇନ୍ଦ୍ରାବତୀ ନଦୀକୁ ବନ୍ଧବାନ୍ଧି ସୃଷ୍ଟି କରାଗଲା ବିରାଟ ଜଳଭଣ୍ଡାର। ଇନ୍ଦ୍ରାବତୀ ଜଳଭଣ୍ଡାର ପାଣି ବ୍ୟବହାର କରି ମୁଖୀଗୁଡ଼ାରେ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ କରାଯାଇ ୬୦୦ମେଗାୱାଟ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଉତ୍ପାଦନ କରିବା ସହ ଓଡିଶା ସରକାର ରାଜସ୍ବ ବୃଦ୍ଧି କରୁଛି। କିନ୍ତୁ ଦୁଃଖର ବିଷୟ ଇନ୍ଦ୍ରାବତୀକୁ ଜନ୍ମ ଦେଇଥିବା ମର୍ଦ୍ଧିଗୁଡା ଗାଁ ଆଜି ଦୟନୀୟ ଅବସ୍ଥାରେ। ଗାଁରେ ପାନୀୟ ଜଳ ସମସ୍ୟା ରହିଛି। ଟିବ୍‌ଓ୍ବେଲ ଅଛି କିନ୍ତୁ ସେଥିରୁ ବାହାରୁଛି ଦୂଷିତ ପାଣି। ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ମିଳୁନାହିଁ। ସପ୍ତାହକୁ ପାଞ୍ଚ ଦିନ ଡିବିରି ଆଲୁଅ ଭରସା। ଓଡ଼ିଶା ପର୍ଯ୍ୟଟନ ବିଭାଗରେ ସ୍ଥାନ ପାଇଛି ମର୍ଦ୍ଧିଗୁଡ଼ା। ବିଭାଗ ସେଠାରେ ଓଡ଼ିଶା ଟୁରିଜମ୍‌ ବୋଲି ଲେଖାଥିବା ଏକ ସାଇନ ବୋର୍ଡ ପୋତି କାମ ସାରିଦେଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି କୌଣସି ବ୍ୟବସ୍ଥା କିନ୍ତୁ ସେଠାରେ କରାଯାଇନାହିଁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପରେ ପର୍ଯ୍ୟଟନ ବିଭାଗ ଭୁଲିଗଲା ଭଳି ଲାଗୁଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି କିଛି ବ୍ୟବସ୍ଥା କରି ସ୍ଥାନୀୟ ଅଧିବାସୀଙ୍କୁ ପର୍ଯ୍ୟଟନ ଶିଳ୍ପର ଅନ୍ତତଃ ସ୍ବଳ୍ପ ଫାଇଦା ଯୋଗାଇବା ଅଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏ ନେଇ ବିଡିଓ ଶୁଭକାନ୍ତ ନାୟକଙ୍କୁ ପଚାରିବାରୁ ମର୍ଦ୍ଧିଗୁଡା ଗ୍ରାମର ବିଭିନ୍ନ ସମସ୍ୟା ରହିଛି, ସେ ସବୁର ସମାଧାନ ପର୍ଯ୍ୟାୟକ୍ରମେ କରା ଯାଉଛି ବୋଲି କହିଥିଲେ। କିନ୍ତୁ ପର୍ଯ୍ୟଟନ କ୍ଷେତ୍ର ହିସାବରେ ବିକାଶ ପାଇଁ ବ୍ଲକ ପକ୍ଷରୁ ବର୍ତ୍ତମାନ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri