Posted inଖେଳ

ଅଧ୍ୟକ୍ଷ ପଦ ଯିବା ପରେ ଗାଙ୍ଗୁଲିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର୍‌ ବିନ୍ନି ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ଘୋଷଣା ହେବା ପରେ ପ୍ରଥମ ଥର ଲାଗି ପ୍ରତିକ୍ରିୟା ଦେଇଛନ୍ତି ଗାଙ୍ଗୁଲି।

ଗାଙ୍ଗୁଲି କହିଛନ୍ତି, ମୁଁ ରୋଜର ବିନ୍ନିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଯେଉଁ ନୂଆ ଟିମ୍‌ ଚୟନ ହୋଇଛି ତାହା ସମସ୍ତ ଜିନିଷକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବ। ବିସିସିଆଇ ଭଲ ହାତରେ ରହିଛି। ଭାରତୀୟ କ୍ରିକେଟ ମଜଭୂତ ଭାବେ ଆଗକୁ ବଢ଼ୁଛି, ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଛନ୍ତି।

କହିରଖୁଛୁ ଯେ,ପ୍ରାୟ ୩ ବର୍ଷ ଧରି ଗାଙ୍ଗୁଲି ଅଧ୍ୟକ୍ଷ ପଦ ତୁଲାଇ ଆସୁଥିଲେ। ପ୍ରଥମେ ତାଙ୍କୁ ପୁଣି ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇ ନ ଥିଲା। ତେବେ ସେ ପୁଣିଥରେ ବଙ୍ଗ କ୍ରିକେଟ ଆସୋସିଏଶନ ସହ ଯୋଡ଼ି ହେବେ ବୋଲି କୁହାଯାଉଛି। ସେ ସିଏବିର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କୋହଲିଙ୍କୁ ଫିଟ୍‌ କରିବା ଚକ୍କରରେ ବାରମ୍ବାର ଓପନିଂ ଯୋଡ଼ି ବଦଳୁଛି’

ନୂଆଦିଲ୍ଲୀ,୩୦।୭: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ କରାଯାଉଛି। ବିଶେଷକରି ଓପନିଂ ଯୋଡ଼ିରେ ଏହାର ଅଧିକ ଝଲକ ଦେଖିବାକୁ ମିଳୁଛି। ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ...

ଡବ୍ଲ୍ୟୁଟିସି ଫାଇନାଲ: ଭାରତର ପ୍ରଦର୍ଶନ ଉପରେ ଶ୍ରୀଲଙ୍କାର ଭାଗ୍ୟ

ନୂଆଦିଲ୍ଲୀ,୨୦ା୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଜିତିବା ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ଫାଇନାଲ ସମ୍ଭାବନାକୁ ଦୃଢ଼ୀଭୂତ କରିଛି ଭାରତ। ଜୁନ୍‌ ୭ରେ ଓଭାଲରେ ଖେଳାଯିବାକୁ ଥିବା...

ହାତରେ କଳା ଫିତା, ଖାଲି ପାଦରେ ପଡିଆକୁ ଆସିଲେ ଖେଳାଳି

ସିଡନୀ,୨୭।୧୧: କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଦୀର୍ଘ ୯ ମାସ ପରେ ଭାରତୀୟ...

ପ୍ରଥମ ଭାରତୀୟ ପଙ୍ଘାଲ

ଇକାଟେରିନବର୍ଗ(ରୁଷିଆ),୨୦।୯(ପିଟି): ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ (୫୨ କେଜି) ଶୁକ୍ରବାର ପ୍ରଥମ ଭାରତୀୟ ବକ୍ସର ଭାବେ ବିଶ୍ୱ ପୁରୁଷ ବକ୍ସିଂ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛନ୍ତି।...

ସତ ହେଲା ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟକୁ ୧୩୨ରନ୍‌ ବ୍ୟବଧାନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ମାତ୍ର ୩ ଦିନରେ ସମାପ୍ତ ହୋଇଛି ପ୍ରଥମ ଟେଷ୍ଟ। ତେବେ...

ଫେଡ୍‌ କପ୍‌: ଭାରତ ପ୍ରଥମ ଥର ପ୍ଲେ-ଅଫ୍‌ରେ

ଦୁବାଇ, ୮ା୩ (ପି.ଟି.)-ପ୍ରଥମ ଥର ପ୍ଲେ-ଅଫ୍‌ରେ ପ୍ରବେଶ କରି ଭାରତୀୟ ଫେଡ୍‌ କପ୍‌ ଟିମ୍‌ ଇତିହାସ ସୃଷ୍ଟି କରିଛି। ଅଙ୍କିତା ରାଇନାଙ୍କ ନେତୃତ୍ୱାଧୀନ ଦଳ ଏଠାରେ...

ଜାଏଣ୍ଟ୍ସ ବିପକ୍ଷରେ ପାଇରେଟ୍ସର ବୃହତ୍‌ ବିଜୟ

ପୁଣେ, ୩୧ା୧୦ :ପ୍ରୋ-କବାଡ଼ି ଲିଗ୍‌ରେ ସଚିନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ସହାୟତାରେ ପାଟ୍‌ନା ପାଇରେଟ୍ସ ୩୪-୨୮ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ବାଲଓ୍ବୋଡିସ୍ଥିତ ଶ୍ରୀ ଶିବଛତ୍ରପତି ସ୍ପୋଟର୍‌ସ...

ପ୍ରଥମ ମହିଳା ଭାବେ ପଏଣ୍ଟ ସ୍କୋର କଲେ ସୋଫିଆ

ନୂଆଦିଲ୍ଲୀ, ୩ା୭: ପ୍ରଥମ ମହିଳା ଖେଳାଳି ଭାବରେ ଫର୍ମୁଲା-୩ ଗ୍ରାଁ ପ୍ରିରେ ପଏଣ୍ଟ ସ୍କୋର କରି ଇତିହାସ ରଚିଛନ୍ତି ଜର୍ମାନୀର ସୋଫିଆ ଫ୍ଲୋରେସ। ରବିବାର ଶେଷ...

Advertisement
Archives

Model This Week