ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ !…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୨୩।୨ : ୟୁକ୍ରେନ୍‌ର ଡୋନେସ୍କ୍‌ ଏବଂ ଲୁହାନସ୍କ୍‌ ସହରର କେତେକ ଅଞ୍ଚଳକୁ ରୁଷିଆ ସମର୍ଥିତ ବିଦ୍ରୋହୀ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ରୁଷିଆର ଏଭଳି ପଦକ୍ଷେପକୁ ଦୃଷ୍ଟିରେ ରଖି ଆମେରିକା ଏବଂ ଅନ୍ୟ ଦେଶଗୁଡିକ ପକ୍ଷରୁ କଟକଣା ଜାରି ଆରମ୍ଭ ହୋଇଛି। ପରିସ୍ଥିତି ଏପରି ହୋଇଛି ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ। ଏହା ତୃତୀୟ ବିଶ୍ୱଯୁଦ୍ଧକୁ ଡାକି ଆଣିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

ଯୁଦ୍ଧ ନେଇ ଭାରତ ଏବଂ ଚାଇନାର ନୀତି ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ବଡ ପ୍ରଶ୍ନ ହେଉଛି ଯଦି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଭାରତ ଏବଂ ଚାଇନାର ସ୍ଥିତି କ’ଣ ହେବ? ଏହା ବ୍ୟତୀତ, ଯଦି ଯୁଦ୍ଧ ହୁଏ ତେବେ ଅନ୍ୟ କ’ଣ ପ୍ରଭାବ ପଡ଼ିବ? ତେବେ ଯଦି ତୃତୀୟ

ବିଶ୍ୱଯୁଦ୍ଧ ସ୍ଥିତି ସୃଷ୍ଟି ହୁଏ କେତେକ ଦେଶ ଚାହୁଁ ନ ଥିଲେ ମଧ୍ୟ ଯୁଦ୍ଧର ଅଂଶ ବିଶେଷ ପାଲଟିବାକୁ ନିଶ୍ଚିତ ବାଧ୍ୟ ହେବେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଯଦି ଯୁଦ୍ଧ ହୁଏ ତେବେ ୟୁକ୍ରେନ ଏହା ଦ୍ୱାରା ବିଶେଷ ପ୍ରଭାବିତ ହେବ। ରୁଷିଆ ୟୁକ୍ରେନକୁ ଖୁବ ଶୀଘ୍ର ପରାସ୍ତ କରିପାରିବ। ଏବେ ୟୁକ୍ରେନ୍‌ରେ ସୂଚନା ଏବଂ ସାଇବର ଯୁଦ୍ଧ ଜାରି ରହିଛି। ରୁଷିଆର ନିଜସ୍ବ ଏକ ସର୍ଭେରେ ଏହା ଜଣାପଡିଛି ଯେ ୟୁକ୍ରେନ୍‌ର ପ୍ରତ୍ୟେକ ତିନି ଜଣଙ୍କ ମଧ୍ୟରୁ ଜଣେ ୟୁକ୍ରେନ ଯୁଦ୍ଧରେ ଯୋଗଦେବାକୁ ଚାହୁଁଛନ୍ତି, ତେଣୁ ଯୁଦ୍ଧରେ ବିଜୟ ପରେ ମଧ୍ୟ ରୁଷିଆ ପାଇଁ ଚ୍ୟାଲେଞ୍ଜ ଜାରି ରହିବ। ଫଳରେ ୟୁକ୍ରେନ ଅନ୍ୟ ଏକ ଆଫଗାନିସ୍ତାନ ପାଲଟିବାର ଆଶଙ୍କା ରହିଛି।

ଯୁଦ୍ଧ ନେଇ ଇତିଧ୍ୟରେ ରୁଷିଆର ମୋଏକ୍ସ ଷ୍ଟକ ଇଣ୍ଡେକ୍ସ ମଙ୍ଗଳବାର ୧.୫ ପ୍ରତିଶତ ହ୍ରାସ ପାଇଛି। ସୋମବାର ଏହା ୧୦ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୨ରେ ଏପର୍ଯ୍ୟନ୍ତ ଏହା ୨୦ ପ୍ରତିଶତକୁ ଖସି ଆସିଛି। ଏହା ଜାରି ରହିଲେ ଆଗାମୀ ଦିନରେ ରୁଷିଆର ଜିଡିପି ୧ ପ୍ରତିଶତ ହ୍ରାସ ହୋଇପାରେ।

ଏପର୍ଯ୍ୟନ୍ତ ଭାରତ ଏହି ସମଗ୍ର ପ୍ରସଙ୍ଗରେ ନିରପେକ୍ଷ ରହିଛି। ଅର୍ଥାତ୍‌ ଭାରତ ରୁଷିଆ କିମ୍ବା ୟୁକ୍ରେନକୁ ସମର୍ଥନ କରିନାହିଁ। ୟୁକ୍ରେନ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଚାଇନା ମଧ୍ୟ ନୀରବ ରହିଛି। ଭାରତ ପରି ଚାଇନା ଏପର୍ଯ୍ୟନ୍ତ କାହାକୁ ସମର୍ଥନ କରିନାହିଁ। ୟୁଏନଏସସିରେ ଚାଇନାର ପ୍ରତିନିଧି ୟୁକ୍ରେନ ବିବାଦର କୂଟନୈତିକ ସମାଧାନ ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri