ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ…

ମସ୍କୋ, ୨୬।୧ : ରୁଷିଆ ଏବଂ ୟୁକ୍ରେନ ସୀମାରେ ଅସ୍ତ୍ରଶସ୍ତ୍ର ସହିତ ସୈନ୍ୟସଂଖ୍ୟା ବଢ଼ିବା ସହିତ ୟୁରୋପରେ ଏକ ଭୟଙ୍କର ଯୁଦ୍ଧର ଆଶଙ୍କା ବୃଦ୍ଧି ପାଉଛି। ଏନେଇ ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ସେହିପରି ଚାଇନା ମଧ୍ୟ ପରିସ୍ଥିତିରୁ ଫାଇଦା ନେବାକୁ ପ୍ରୟାସ କରୁଛି।

ରୁଷିଆ ୟୁକ୍ରେନ ସୀମାରେ ୧୦୦,୦୦୦ରୁ ଅଧିକ ସୈନ୍ୟ ମୁତୟନ କରିଛି। ଶୀତଳ ଯୁଦ୍ଧ ଶେଷ ହେବା ପରେ ଏହା ପ୍ରଥମ ଥର ପାଇଁ ଆମେରିକାର ବିମାନ ନାଟୋ ନିୟନ୍ତ୍ରଣକୁ ଆସିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ୮୫,୦୦୦ ସୈନ୍ୟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।

ଆମେରିକାର ହେନେରୀ ଜ୍ୟାକସନ ସୋସାଇଟିର ବରିଷ୍ଠ ଗବେଷକ ଇସାବେଲ ସାଭକିନ୍ସ କହିଛନ୍ତି ଯେ ପୂର୍ବ ୟୁରୋପରେ କୌଣସି ସମ୍ଭାବ୍ୟ ବିବାଦ ଏହାର ସୀମା ମଧ୍ୟରେ ସୀମିତ ରହିବ ନାହିଁ। ସେ କହିଛନ୍ତି, ଏହା ଦ୍ୱାରା ବଡ଼ ଧରଣର ସଙ୍କଟର ଆଶଙ୍କା ରହିଛି। ଯାହାଦ୍ୱାରା ସାରା ପୃଥିବୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ୟୁକ୍ରେନ ସଙ୍କଟ ଉପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ତୀକ୍ଷ୍‌ଣ ନଜର ରଖିଛନ୍ତି।

ୟୁରୋପ ସଙ୍କଟ ନେଇ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା କରାଯାଉଛି। ଇସାବେଲେ କହିଛନ୍ତି ଯେ ଯଦି ରୁଷିଆ ୟୁକ୍ରେନକୁ ଦଖଲ କରିବ, ତେବେ ଶି ଜିନପିଙ୍ଗ ତାଇୱାନକୁ ଅଡୁଆରେ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି। ସମ୍ପ୍ରତି ଚାଇନା ତାଇୱାନକୁ ୩୯ ଯୁଦ୍ଧ ବିମାନ ପଠାଇଛି। ତାଇଓ୍ବାନ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଲାଗି ଆମେରିକାର ଜୋ ବାଇଡେନ୍‌ ପ୍ରଶାସନ ଚେତାବନୀ ଦେଇଛନ୍ତି।

ଅପରପକ୍ଷରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ନାଟୋର ହସ୍ତକ୍ଷେପକୁ ପସନ୍ଦ କରି ନାହାନ୍ତି। ଫଳରେ ଅନ୍ତର୍ଜାତୀୟସ୍ତରରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ମାମଲାରେ ଫସିଲେ ପରଭେଜ ଏବଂ ତାଙ୍କ ପୁଅ

ଇସଲାମାବାଦ,୩ା୧୨: ଦୁର୍ନୀତି ମାମଲାରେ ଫସିଥିବା ପିଟିଆଇ ଅଧ୍ୟକ୍ଷ ପରଭେଜ ଇଲାହି ଏବଂ ତାଙ୍କ ପୁଅ ମୁନ୍‌ସୀଙ୍କ ନାମରେ ମାମଲା ପଞ୍ଜୀକରଣ କରାଯାଇଛି। ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟାବିଲିଟି...

ଯାତ୍ରୀବାହୀ ବସ ଉପରେ ଆଖିବୁଜା ମୁଳିମାଡ କଲେ ଆତଙ୍କବାଦୀ: ୮ ମୃତ…

ଇସଲାମାବାଦ,୩।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ ବାଲ୍ଟିସ୍ତାନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଘଟଣାରେ...

ଗଛ ସହିତ ମୁହାଁମୁହିଁ ଧକ୍କା ହେଲା ବିମାନ: ଜଣେ ରାଜନେତାଙ୍କ ସମେତ ୩ ମୃତ…

ଓ୍ବାଶିଂଟନ,୩।୧୨ : ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବିମାନ ଦୁର୍ଘଟଣାରେ ଜଣେ ରାଜନେତାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଉଡ଼ାଣର କିଛି ସମୟ...

ଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ

ଓ୍ବାଶିଂଟନ,୩।୧୨: ଚାଇନାରେ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏବେ ଆମେରିକାର ୧୧ଟି ରାଜ୍ୟରେ ଶ୍ୱାସକ୍ରୟାଜନିତ ରୋଗ ବଢ଼ୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ସଂଗୃହୀତ ତଥ୍ୟ ଅନୁଯାୟୀ...

ହିମାଳୟ ଅଞ୍ଚଳକୁ ସହାୟତା ଜରୁରୀ

ଦୁବାଇ,୩।୧୨: ହିମାଳୟର ହିମାବାହ ବିପଜ୍ଜନକ ହାରରେ ତରଳୁଥିବାରୁ ଏହାର ସମ୍ଭାବ୍ୟ ବିପତ୍ତିକୁ ନେଇ ଜାତିସଂଘ ମହାଚିବ ଆଣ୍ଟୋନିଓ ଗୁଟେରେସ୍‌ ଶନିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିକାଶଶୀଳ...

ଗ୍ଲୋବାଲ ୱାର୍ମିଂକୁ ନେଇ ଜାତିସଂଘର ବଡ ଚେତାବନୀ, ”ନିୟନ୍ତ୍ରଣରେ ନକଲେ, ବିପର୍ଯ୍ୟୟ ନିଶ୍ଚିତ”

ନୂଆଦିଲ୍ଲୀ,୨ା୧୨: ଦୁବାଇରେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଉପରେ ବିଶ୍ୱର ଅନେକ ଦେଶର ବୈଠକରେ ମିଳିତ ଜାତିସଂଘ ହିମାଳୟ ଅଞ୍ଚଳରେ ସମ୍ଭାବ୍ୟ ବିପର୍ଯ୍ୟୟର ଏକ...

ପୋଲିସ ୟୁନିଫର୍ମରେ ଆସି ଟଙ୍କା ସୁନା ଗହଣା ଲୁଟି ନେଲେ ଚୋର…

ଇସଲାମାବାଦ,୨।୧୨ : ପୋଲିସ ୟୁନିଫର୍ମ ପିନ୍ଧିଥିବା ଚୋର ପାକିସ୍ତାନର କରାଚି ସହରର ଗୁଲଶାନ-ଇ-ମାୟମାର ଅଞ୍ଚଳରେ ଅନେକ ଘର ଲୁଟି ନେଇଛନ୍ତି। ଲାହୋରର ଗୁରୁ ନାନକ ପ୍ରକାଶ...

ଫିଲିପାଇନ୍ସରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ଜାରି ହେଲା ସୁନାମି ଚେତାବନୀ

ନୂଆଦିଲ୍ଲୀ,୨।୧୨: ଫିଲିପାଇନ୍ସର ମାଇଣ୍ଡାନାଓରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ପ୍ରଭାବ ଦେଖି ଆମେରିକା ପକ୍ଷରୁ ସୁନାମି ଚେତାବନୀ ଜାରି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri