ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ଏଚଓଡି ସମୀରଙ୍କ ସାଂଘାତିକ କାରନାମ, ଛାତ୍ରୀଙ୍କ ସହ କରୁଥିଲେ…

ବାଲେଶ୍ୱର,୧୬।୭: ଜବୀନ ଯୁଦ୍ଧରେ ହାରିଛନ୍ତି! ସୌମ୍ୟାଶ୍ରୀଙ୍କ ପାଇଁ ଏତିକି କହିବା ତାଙ୍କ ପ୍ରତି ଅସମ୍ମାନ ହେବ। ସିଏ ନୁହେଁ ଆମେ ହାରି ଯାଇଛୁ। ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ତୁଛାଟାରେ ଚିତ୍କାର କରୁଛୁ। ରାଜନୀତି ଓ ଗଣମାଧ୍ୟମର ଅସ୍ୟହ ଚିତ୍କାରରେ ଦବି ଯାଇଛି ସୌମ୍ୟାଶ୍ରୀ ଚିତ୍କାର। ତାଙ୍କ ମୃତ୍ୟୁରେ ଅସଲ ଦୋଷୀ ଏଚଓଡି ସମୀର ସାହୁ ଓ ପ୍ରିନ୍ସପାଲ ନିଲମ୍ବନ ହୋଇଛନ୍ତି। ତେବେ ଏହାରି ଭିତରେ ଅଧ୍ୟାପକ ସମୀର ସାହୁଙ୍କ ଏକ ବଡ କଳା ଇତିହାସ ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ।

ସମୀର ସାହୁଙ୍କ ବିବାଦର ଚିଠା କିନ୍ତୁ ବେଶ ଲମ୍ବା । ଚାକିରି ଜୀବନ ଆରମ୍ଭରୁ ହିଁ ପ୍ରାଧାପକ ଜଣକ ବିବାଦୀୟ ଥିଲେ । ଢେଙ୍କାନାଳ ଜିଲା ଭୁବନର ବାଜିରାଉତ ମେମୋରିଆଲ କଲେଜରୁ ଚାକିରି ଆରମ୍ଭ କରିଥିଲେ । ନିଜର ବିବାଦୀୟ କାର୍ଯ୍ୟକଳାପ ପାଇଁ ସେଠାରେ ସେ ଛଟେଇ ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ କେନ୍ଦୁଝରର ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ବଦଳି କରାଯାଇଥିଲା । ଏଠାରେ ଅଧ୍ୟାପକ ଭାବେ କାମ କରୁଥିବାବେଳେ ଜନୈକ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରାପଡ଼ିଥିଲେ । ଯେଉଁଥିପାଇଁ ତାଙ୍କୁ ବାଲେଶ୍ୱରକୁ ବଦଳି କରାଯାଇଥିଲା ।

ଏଜୁକେସନ ବିଭାଗରେ କନିଷ୍ଠ ଅଧ୍ୟାପକ ଭାବେ ୨୦୨୧ ମସିହା ଅକ୍ଟୋବର ୧୦ରୁ ୨୦୨୩ ଫେବ୍ରୁଆରୀ ୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଚମ୍ପୁଆ କଲେଜରେ ତାଙ୍କର ୧ ବର୍ଷ ୪ ମାସର କାର୍ଯ୍ୟକାଳ ବିବାଦ ଭରି ରହିଥିଲା । ନିୟମିତ ସେ କ୍ଳାସ ବାହାନାରେ ଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି କ୍ଳାସରେ ଅଟକାଇ ରଖୁଥିଲେ। ଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ବ୍ଲାକମେଲିଂ କରି ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ କେବଳ ଛାତ୍ରୀ ନୁହେଁ ଛାତ୍ରଙ୍କୁ ମଧ୍ୟ ବ୍ୟବହାର କରି ଧରାପଡ଼ିଥିଲେ । ଅନେକ ସମୟରେ ପଢ଼ାଇବା ବାହାନାରେ ଛାତ୍ରୀ ରହୁଥିବା ମେସ ଓ ହଷ୍ଟେଲକୁ ଯାଇ ସମୟ ଅତିବାହିତ କରୁଥିଲେ ।

ନିରୋଳାରେ ମଧ୍ୟ ଛାତ୍ରୀଙ୍କୁ ନେଇ ବୁଲାବୁଲି କରି ଧରାପଡ଼ିଥିଲେ । ତାଙ୍କର ଚାରିତ୍ରିକ ଦୋଷ ଯୋଗୁଁ କଲେଜର ଅନେକ ସହକର୍ମୀ ତାଙ୍କୁ ପସନ୍ଦ କରୁ ନଥିଲେ । ଅଭିଯୋଗ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିବା ନେଇ ଶୁଣିବାକୁ ମିଳିଛି । ତାଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ହୋଇଥିବା ବେଳେ ଜଣେ ଟାଣୁଆ ରାଜନେତାଙ୍କ ସମ୍ପର୍କୀୟ ଯୋଗୁଁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ନିଜ କବଜାରେ ରଖି ଛାତ୍ରୀଛାତ୍ରଙ୍କୁ ବ୍ଲାକମେଲିଂ କରୁଥିଲେ। ବାଲେଶ୍ୱର ଘଟଣା ପରେ ଏବେ ତାଙ୍କ ବିରୋଧରେ ସାଂଘାତିକ ଖୁଲାସା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ-ନରସିଂହ ମିଶ୍ରଙ୍କ ରୁଦ୍ଧଦାର ବୈଠକ: ଆଲୋଚନାକୁ ନେଇ ବଢ଼ୁଛି ଚର୍ଚ୍ଚା 

ବଲାଙ୍ଗୀର,୨୪।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସ୍ଥାନୀୟ ସର୍କିଟ ହାଉସଠାରେ ଭେଟି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଆଲୋଚନା କଲେ, ଦାବିପତ୍ର ଦେଲେ

ବଲାଙ୍ଗୀର,୨୪।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଶୁକ୍ରବାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସ୍ଥାନୀୟ…

ମିଳିଲା ଅନୁମତି: ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ମିଚେଲ ଷ୍ଟାର୍କ

ସିଡ୍‌ନୀ,୨୪ା୪: ମିଚେଲ ଷ୍ଟାର୍କଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି କ୍ରିକେଟ ଅଷ୍ଟ୍ରେଲିଆ ଅନୁମତି ଦେଇଛି। ଫଳତଃ ମେ ୧’ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ…

ଯୁଦ୍ଧ ଭିତରେ ଚମକାଇ ଦେଲେ ନେତାନ୍ୟାହୁ, ମେଡିକାଲ ରିପୋର୍ଟ କଲେ ସାର୍ବଜନୀନ! ଗୁରୁତର ରୋଗରେ…

ଜେରୁଜେଲମ,୨୪।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ବାର୍ଷିକ ଚିକିତ୍ସା ରିପୋର୍ଟ ସାର୍ବଜନୀନ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି। ଯୁଦ୍ଧ ଏବଂ କୂଟନୀତିର କେନ୍ଦ୍ରସ୍ଥଳରେ ଥିବା ନେତାନ୍ୟାହୁ…

୩୦ ଜୀବନ ବଞ୍ଚାଇ ହାରିଗଲା ‘କାଳୀ’: ଲୁହ ଝରାଇଲେ ଗାଁ ଲୋକ

ଉଦଳା,୨୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଆଜିର ସମାଜରେ ଉପକାର କରିଥିବା ଆପଣାର ଲୋକଙ୍କୁ ମଣିଷ ଠକି ଦେଉଛି। ମାତ୍ର ମଣିଷ ପାଖରୁ ପାଇଥିବା ସ୍ନେହ ମମତା ଓ ଭଲ…

ଏଏପିର ୭ ଏମପି : ରାଜ୍ୟ ସଭାରେ ଭାଜପାର ବଡ଼ ଗେମ୍‌, ଦିଲ୍ଲୀରେ ହଲଚଲ!

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି)ର ସାତ ଜଣ ରାଜ୍ୟ ସଭା ସଦସ୍ୟ ରାଘବ ଚଢା ଏବଂ ସନ୍ଦୀପ ପାଠକ ଶୁକ୍ରବାର ଭାଜପାରେ ଯୋଗଦେବାର ଘୋଷଣା କରିଛନ୍ତି।…

ଭାଙ୍ଗିଯିବ ପଞ୍ଜାବର ମାନ ସରକାର? ଏଏପିର ୭ ଏମପି ଦଳ ଛାଡିବା ପରେ ବଢିଲାଣି ଚିନ୍ତା

ନୂଆଦିଲ୍ଲୀ,୨୪।୪: ପଞ୍ଜାବରେ ଆମ ଆଦମୀ ପାର୍ଟି (AAP) ସରକାର ପତନ ଦ୍ୱାରରେ ପହଞ୍ଚିଛି କି? ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, AAP ରାଜ୍ୟ ସଭା ଏମପି ରାଘବ ଚଢା,…

କେରଳରୁ ଭୁବନେଶ୍ୱର ଆସୁଥିଲା ତୀର୍ଥଯାତ୍ରୀ ବସ୍‌, ବାଟରେ ଓଲଟିପଡ଼ିଲା

ବାଲେଶ୍ୱର,୨୪ା୪(ବାଞ୍ଛାନିଧି ଦେ): ରାଜପଥରେ ଓଲଟିପଡ଼ିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଓଭରବ୍ରିଜ ପାଖରେ ଶୁକ୍ରବାର ରାସ୍ତାକଡ଼କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri