ଚାର୍ଜଶିଟ୍‌, ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୌମ୍ୟଙ୍କ ବାପା, ଓକିଲ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଉଛି। ୮୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନଁାରେ ଆଇପିସି ଦଫା ୨୮୫ ଓ ୩୦୪(ଏ)ରେ ୩୦୦ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହାସହ ଆଇପିସି ୪୧ ଧାରାରେ ବିଦ୍ୟାଭାରତୀଙ୍କୁ ନୋଟିସ୍‌ କରାଯାଇଛି ବୋଲି ଶନିବାର ଭୁବନେଶ୍ୱରରେ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ତେବେ କେବଳ ବିଦ୍ୟାଭାରତୀ ହିଁ ଦୋଷୀ କି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ଏଡିଜି। ତଦନ୍ତରେ ଯେତିକି ମିଳିଲା ଚାର୍ଜଶିଟ୍‌ରେ ସେତିକି ଦିଆଯାଇଛି ବୋଲି ସେ କହିଛନ୍ତି। ତେବେ କ୍ରାଇମବ୍ରାଞ୍ଚର ଏହି ତଦନ୍ତ ପ୍ରକ୍ରିୟା ଓ ଚାର୍ଜଶିଟ୍‌କୁ ନେଇ ସନ୍ତୁଷ୍ଟ ନାହାନ୍ତି ସୌମ୍ୟରଞ୍ଜନଙ୍କ ବାପା ଓ ଓକିଲ। ବିଦ୍ୟାଭାରତୀଙ୍କ ନଁାରେ ଲାଗିଥିବା ଦୁଇ ଦଫାରେ ସର୍ବାଧିକ ୩ ବର୍ଷ ଯାଏ ଦଣ୍ଡବିଧାନ ହୋଇପାରିବ। କୌଣସି ବ୍ୟକ୍ତିର ଅବହେଳା କିମ୍ବା ଅସାବଧାନରୁ ଅପରପକ୍ଷର ଜୀବନହାନି ହେଲେ ଦଫା ୩୦୪(ଏ) ଲାଗୁ ହୋଇଥାଏ। ଏଥିରେ ସର୍ବାଧିକ ୨ ବର୍ଷ ଜେଲ୍‌ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡବିଧାନର ପ୍ରାବଧାନ ରହିଛି। ଦଫା ୨୮୫ ହେଉଛି କୌଣସି ଜ୍ୱଳନ ପଦାର୍ଥ ଦ୍ୱାରା କ୍ଷତି ପହଞ୍ଚାଇବା କିମ୍ବା ସଙ୍କଟାପନ୍ନ ସ୍ଥିତି ସୃଷ୍ଟି କରିବା। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ୬ମାସ ଯାଏ ଜେଲ୍‌ ଦଣ୍ଡ ଓ ଜରିମାନା ରହିଛି। ହେଲେ ଏତେ ସମ୍ବେଦନଶୀଳ ଘଟଣାରେ ବିଦ୍ୟାଭାରତୀଙ୍କ ବିରୋଧରେ ଲାଗିଥିବା ଦଫାକୁ ନେଇ ପ୍ରଶ୍ନ ଉଠାଇବା ସହ ଘଟଣାକୁ ଭିନ୍ନ ଦିଗ ଦେବାକୁ ଚେଷ୍ଟା କରାଯାଇଥିବା ପୂର୍ବତନ ବିଚାରପତି ଜଷ୍ଟିସ୍‌ ରତ୍ନାକର ଦାସ କହିଛନ୍ତି। ସୌମ୍ୟଙ୍କ ଓକିଲ ପାର୍ଥସାରଥୀ ନାୟକ କହିଛନ୍ତି, ଯେଉଁ ଦଫା ଲଗାଯାଇଛି, ତାହା ପ୍ରମାଣିତ କରିବା ମୁସ୍କିଲ। ତେଣୁ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ସୌମ୍ୟଙ୍କ ବାପା ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?