ଡିଜିପିଙ୍କୁ ଦାବିପତ୍ର ଦେଲେ ସୌମ୍ୟଙ୍କ ବାପା

କଟକ ଅଫିସ, ୨୦।୭: ପୋଡ଼ି ହୋଇ ମୋ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଫରେଷ୍ଟ ଅଫିସ୍‌ ଆଗରେ ଆମ୍ବୁଲାନ୍ସକୁ ଘଣ୍ଟାଏ କାଳ ଅଟକାଯାଇଥିଲା। କିଛି ସମୟ ଆଗରୁ ମେଡିକାଲରେ ପହଞ୍ଚିଥିଲେ ସେ ବଞ୍ଚି ଯାଇଥାନ୍ତା। ବିଳମ୍ବରେ ହସ୍ପିଟାଲରେ ପହଞ୍ଚିବା ପୁଅ ମୃତ୍ୟୁର ଅନ୍ୟ ଏକ କାରଣ ବୋଲି କହିଛନ୍ତି ପାରଳାଖେମୁଣ୍ଡିର ମୃତ ଏସିଏଫ୍‌ ସୌମ୍ୟ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର। ତେବେ ଆମ୍ବୁଲାନ୍ସକୁ ଅଟକାଇବାରେ ଗଜପତି ଜିଲାର ଜନୈକା ମହିଳା ଆଇଆଇସିଙ୍କ ହାତ ରହିଥିବା ଅଭିରାମ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଆଇଆଇସିଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରୁ ବୋଲି ଅଭିରାମ ଦାବି କରିଛନ୍ତି। ଏ ନେଇ ସେ ସୋମବାର ଡିଜିପିଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏଥିସହିତ ହତ୍ୟା ପଛରେ ବୋହୂ ବିଦ୍ୟା ଭାରତୀ, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କର ସମ୍ପୃକ୍ତି ରହିଛି ବୋଲି ଅଭିରାମ ଅଭିଯୋଗ କରିବା ସହ ଅଭିଯୁକ୍ତମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି। ଅଭିରାମ ଭୁବନେଶ୍ୱର ଆସି ପିସିସିଏଫ୍‌ଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜ ଗୁହାରି ଜଣାଇଛନ୍ତି। ଡିଏଫ୍‌ଓ ନିଜ ପଦର ଅପବ୍ୟବହାର କରି ପ୍ରମାଣ ନଷ୍ଟ କରିବା ସହ ଚାପ ସୃଷ୍ଟି କରୁଛନ୍ତି। ତେଣୁ ତାଙ୍କୁ ପଦରୁ ହଟାଯାଇ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଅଭିରାମ ଦାବି କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରକେଷ୍ଠକୁ ଯାଇ ଘଟଣାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ ବୋଲି ଗୁହାରି ଜଣାଇଛନ୍ତି। ଅନ୍ୟପକ୍ଷେ ପୋଲିସ ଏବେ ଘଟଣାର ତଦନ୍ତ କରୁଛି। ପୋଲିସ ତଦନ୍ତ ରିପୋର୍ଟ ଯାହା ଆସିବ ସେହି ଅନୁସାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ୍‌ ଶିଶିର ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

ଲୋକପ୍ରିୟ ଗାୟକ ଜୁବିନ ମୃତ୍ୟୁ ମାମଲା: ଚାର୍ଜସିଟ ଦାଖଲ କଲା STF

ଗୌହାଟି,୧୨।୧୨: ଲୋକପ୍ରିୟ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାର ଶୁକ୍ରବାର ଚାର୍ଜସିଟ ଦାଖଲ କରାଯାଇଛି। ମୃତ୍ୟୁର ୩ ମାସ ପରେ ଆସାମ ପୋଲିସ STF ଗୌହାଟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri