ଚର୍ଚ୍ଚାରେ ସୌମ୍ୟବ୍ରତଙ୍କ ପେନ୍‌ସିଲ୍‌ ଆର୍ଟ

ଢେଙ୍କାନାଳ ଅଫିସ, ୧୪।୧୦ – କେଉଁଠି ରାମାୟଣର ଚରିତ୍ର ତ ଆଉ କେଉଁଠି ଦେବଦେବୀଙ୍କ ପ୍ରତିକୃତି। ବଲିଉଡ୍‌ଠାରୁ ଆରମ୍ଭ କରି ଟଲିଉଡ୍‌। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କଠୁ ଆରମ୍ଭ କରି ତେଲୁଗୁ ଇଣ୍ଡଷ୍ଟ୍ରିର ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅବିକଳ ଚିତ୍ର, ତାହା ବି କେବଳ ପେନ୍‌ସିଲରେ। ଏପରି ଅଭିନବ କଳାକୃତି ଆଙ୍କି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଢେଙ୍କାନାଳ ପୌରାଞ୍ଚଳ ଅଧୀନ ଭାଗୀରଥି ବିହାର ଅଞ୍ଚଳର ୧୯ ବର୍ଷୀୟ ସୌମ୍ୟବ୍ରତ ପତି। କରୋନାକାଳରେ ଜୀବନଜୀବିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଏହି ସମୟର ସଦୁପଯୋଗ କରିଛନ୍ତି ସେ। ଆର୍ଟ ପେପର ଉପରେ ତାଙ୍କ ହାତ ତିଆରି ପେନ୍‌ସିଲ ଆର୍ଟ କଥା କହୁଥିବାବେଳେ ଏହି ପ୍ରତିଭା ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଗୋଟିଏ ପାଦ ବୋଲି ଅନେକେ ମତ ଦେଇଛନ୍ତି।
ସୌମ୍ୟବ୍ରତ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷର ଛାତ୍ର। ବାପା ଲିଙ୍ଗରାଜ ପତିଙ୍କ ପୂଜକ ଭାବେ ଅଞ୍ଚଳରେ ପରିଚୟ ଥିବାବେଳେ ଏହି କାମରେ ସହଯୋଗ କରୁଥିଲେ ସୌମ୍ୟବ୍ରତ। ହେଲେ ଚିତ୍ରକଳା ତାଙ୍କର ଏପରି ନିଶା ପାଲଟିଯିବ ବୋଲି ସେ କେବେ ଚିନ୍ତା କରି ନ ଥିଲେ। କରୋନା ସଂକ୍ରମଣ ବଢ଼ିବା ପରେ ଧନଜୀବନକୁ ସୁରକ୍ଷା ଦେବାକୁ ସରକାର ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହି ସମୟକୁ ସେ ଠିକଣା ଉପଯୋଗ କରିପାରିଛନ୍ତି। ଅବସର ସମୟରେ ଘରେ ବସି ଟିଭିରୁ ବିଭିନ୍ନ ଚରିତ୍ରଙ୍କୁ ଦେଖି ଚିତ୍ର ଆଙ୍କୁ ଆଙ୍କୁ ଏଥିରେ ପାରଙ୍ଗମ ହୋଇଯାଇଛନ୍ତି। ମାତ୍ର ୫ ମିନିଟ୍‌ରେ ମହାତ୍ମା ଗାନ୍ଧୀ, ଅମିତାଭ ବଚନ, ରାମାୟଣରେ ରାମ ଭୂମିକାଧାରୀ ଅରୁଣ ଗୋଭିଲ, ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କ ଅବିକଳ ଚିତ୍ର ଆଙ୍କି ପାରୁଛନ୍ତି। ଏଥିସହିତ ବାପାଙ୍କ ସହିତ ବିଭିନ୍ନ ପୂଜାକୁ ଯାଇ ଦେବଦେବୀଙ୍କ ସୁନ୍ଦର ମୁରୁଜ ଝୋଟି ପକାଉଛନ୍ତି। ଗତ ୧୧ ତାରିଖରେ ବିଗ୍‌ ବିଙ୍କ ଜନ୍ମଦିନରେ ସେ ତାଙ୍କର ଚିତ୍ର ଆଙ୍କିଥିବା କହିଛନ୍ତି।
ନିଜ ଅନୁଭୂତି ସମ୍ପର୍କରେ ସୌମ୍ୟବ୍ରତ କୁହନ୍ତି, ପ୍ରଥମେ ଚିତ୍ର ଭଲ ହେଉ ନ ଥିଲା। ଲକଡାଉନ୍‌ ସମୟରେ ଏକାଗ୍ରତାରେ ଚିତ୍ର ଆଙ୍କିବା ଅଭ୍ୟାସ ଜାରି ରଖିଥିଲି। ଏହାକୁ ସାଙ୍ଗସାଥୀ ପସନ୍ଦ କରିଥିଲେ। ଏହା ନିଶାରେ ପରିଣତ ହୋଇଗଲା। ଏବେ ସମସ୍ତଙ୍କ ଚିତ୍ର ଆଙ୍କିପାରୁଛି, କିନ୍ତୁ ବାପାଙ୍କ ଚିତ୍ର ଆଙ୍କିବାବେଳକୁ ସାମନ୍ୟ ଭୁଲ ହୋଇଯାଉଥିବା ସେ କଥାଛଳରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?