ଚର୍ଚ୍ଚାରେ ସୌମ୍ୟବ୍ରତଙ୍କ ପେନ୍‌ସିଲ୍‌ ଆର୍ଟ

ଢେଙ୍କାନାଳ ଅଫିସ, ୧୪।୧୦ – କେଉଁଠି ରାମାୟଣର ଚରିତ୍ର ତ ଆଉ କେଉଁଠି ଦେବଦେବୀଙ୍କ ପ୍ରତିକୃତି। ବଲିଉଡ୍‌ଠାରୁ ଆରମ୍ଭ କରି ଟଲିଉଡ୍‌। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କଠୁ ଆରମ୍ଭ କରି ତେଲୁଗୁ ଇଣ୍ଡଷ୍ଟ୍ରିର ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅବିକଳ ଚିତ୍ର, ତାହା ବି କେବଳ ପେନ୍‌ସିଲରେ। ଏପରି ଅଭିନବ କଳାକୃତି ଆଙ୍କି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଢେଙ୍କାନାଳ ପୌରାଞ୍ଚଳ ଅଧୀନ ଭାଗୀରଥି ବିହାର ଅଞ୍ଚଳର ୧୯ ବର୍ଷୀୟ ସୌମ୍ୟବ୍ରତ ପତି। କରୋନାକାଳରେ ଜୀବନଜୀବିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଏହି ସମୟର ସଦୁପଯୋଗ କରିଛନ୍ତି ସେ। ଆର୍ଟ ପେପର ଉପରେ ତାଙ୍କ ହାତ ତିଆରି ପେନ୍‌ସିଲ ଆର୍ଟ କଥା କହୁଥିବାବେଳେ ଏହି ପ୍ରତିଭା ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଗୋଟିଏ ପାଦ ବୋଲି ଅନେକେ ମତ ଦେଇଛନ୍ତି।
ସୌମ୍ୟବ୍ରତ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷର ଛାତ୍ର। ବାପା ଲିଙ୍ଗରାଜ ପତିଙ୍କ ପୂଜକ ଭାବେ ଅଞ୍ଚଳରେ ପରିଚୟ ଥିବାବେଳେ ଏହି କାମରେ ସହଯୋଗ କରୁଥିଲେ ସୌମ୍ୟବ୍ରତ। ହେଲେ ଚିତ୍ରକଳା ତାଙ୍କର ଏପରି ନିଶା ପାଲଟିଯିବ ବୋଲି ସେ କେବେ ଚିନ୍ତା କରି ନ ଥିଲେ। କରୋନା ସଂକ୍ରମଣ ବଢ଼ିବା ପରେ ଧନଜୀବନକୁ ସୁରକ୍ଷା ଦେବାକୁ ସରକାର ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହି ସମୟକୁ ସେ ଠିକଣା ଉପଯୋଗ କରିପାରିଛନ୍ତି। ଅବସର ସମୟରେ ଘରେ ବସି ଟିଭିରୁ ବିଭିନ୍ନ ଚରିତ୍ରଙ୍କୁ ଦେଖି ଚିତ୍ର ଆଙ୍କୁ ଆଙ୍କୁ ଏଥିରେ ପାରଙ୍ଗମ ହୋଇଯାଇଛନ୍ତି। ମାତ୍ର ୫ ମିନିଟ୍‌ରେ ମହାତ୍ମା ଗାନ୍ଧୀ, ଅମିତାଭ ବଚନ, ରାମାୟଣରେ ରାମ ଭୂମିକାଧାରୀ ଅରୁଣ ଗୋଭିଲ, ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କ ଅବିକଳ ଚିତ୍ର ଆଙ୍କି ପାରୁଛନ୍ତି। ଏଥିସହିତ ବାପାଙ୍କ ସହିତ ବିଭିନ୍ନ ପୂଜାକୁ ଯାଇ ଦେବଦେବୀଙ୍କ ସୁନ୍ଦର ମୁରୁଜ ଝୋଟି ପକାଉଛନ୍ତି। ଗତ ୧୧ ତାରିଖରେ ବିଗ୍‌ ବିଙ୍କ ଜନ୍ମଦିନରେ ସେ ତାଙ୍କର ଚିତ୍ର ଆଙ୍କିଥିବା କହିଛନ୍ତି।
ନିଜ ଅନୁଭୂତି ସମ୍ପର୍କରେ ସୌମ୍ୟବ୍ରତ କୁହନ୍ତି, ପ୍ରଥମେ ଚିତ୍ର ଭଲ ହେଉ ନ ଥିଲା। ଲକଡାଉନ୍‌ ସମୟରେ ଏକାଗ୍ରତାରେ ଚିତ୍ର ଆଙ୍କିବା ଅଭ୍ୟାସ ଜାରି ରଖିଥିଲି। ଏହାକୁ ସାଙ୍ଗସାଥୀ ପସନ୍ଦ କରିଥିଲେ। ଏହା ନିଶାରେ ପରିଣତ ହୋଇଗଲା। ଏବେ ସମସ୍ତଙ୍କ ଚିତ୍ର ଆଙ୍କିପାରୁଛି, କିନ୍ତୁ ବାପାଙ୍କ ଚିତ୍ର ଆଙ୍କିବାବେଳକୁ ସାମନ୍ୟ ଭୁଲ ହୋଇଯାଉଥିବା ସେ କଥାଛଳରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri