ପୂର୍ବ ଶତ୍ରୁତାରୁ ସୋଲ କାରିଗରଙ୍କୁ ହତ୍ୟା

ପୁରୀ ଅଫିସ,୨୬।୭: ପୁରୀରେ ଦିନକୁ ଦିନ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ରବିବାର ବାସେଳି ସାହି ଥାନା ଅନ୍ତର୍ଗତ ବଡ଼ପୋଖରୀ ଜାଗା ନିକଟରେ ଜଣେ ସୋଲ କାରିଗରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବାସେଳିସାହି ଥାନା ଅଧୀନ ବଡ଼ଓଡ଼ିଆ ମଠ ଅଞ୍ଚଳର ଜିତେନ୍ଦ୍ର ପୁରୋହିତ(୪୦)। ଏ ନେଇ ପୋଲିସ ଏକ କେସ୍‌ (ନଂ. ୧୩୧/୨୧) ରୁଜୁ କରି ତଦନ୍ତ ଜାରି ରଖିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।
ସୂଚନା ଅନୁଯାୟୀ, ଜିତେନ୍ଦ୍ର କୌଣସି କାମ ପାଇଁ ରବିବାର ସନ୍ଧ୍ୟାରେ ବଡପୋଖରୀ ଜାଗା ନିକଟକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଜଗି ରହିଥିବା ୪/୫ଜଣ ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଜିତେନ୍ଦ୍ର ଚିତ୍କାର କରିବା ସହ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଅଞ୍ଚଳବାସୀଙ୍କଠାରୁ ଏହି ଖବର ପାଇ ଏସ୍‌ପି କନଓ୍ବର ବିଶାଲ ସିଂ, ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀ ଏବଂ ବାସେଳିସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଜିତେନ୍ଦ୍ରଙ୍କୁ ମେଡିକାଲ ପଠାଇବା ସହ ତଦନ୍ତ କରିଥିଲେ। ତେବେ ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସୋମବାର ବ୍ୟବଚ୍ଛେଦ ରିପୋର୍ଟ ମିଳିବ। ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସିଟି ଡିଏସ୍‌ପି କହିଛନ୍ତି। ପୂର୍ବରୁ ଜିତେନ୍ଦ୍ରଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ସେତେବେଳେ ଥାନାରେ ଅଭିଯୋଗ କରାଯାଇଥିଲା। ସେହି ଘଟଣାର ପ୍ରତିଶୋଧ ନେବାକୁ ଅଭିଯୁକ୍ତମାନେ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରୁ ଚିହ୍ନଟ ହେଲେ ଆଉ ୫୬ କରୋନା ଆକ୍ରାନ୍ତ: ଅଛନ୍ତି ଖ୍ରୀଷ୍ଟିଆନ୍‌ ସାହିରୁ ୨୫

କଟକ ଅଫିସ,୨୯।୭: କଟକ ସହରରେ ବୁଧବାର ୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩କୁ ବୃଦ୍ଧି ପାଇଛି।...

ବେସାହାରା ହୋଇପଡ଼ିଛି ୧୦ ବର୍ଷର ବାଳକ: କମ୍‌ ଟଙ୍କା ଦିଅ ପଛେ କାମଟେ ଦିଅ

ଚିତ୍ରକୋଣ୍ଡା,୪ା୬(ଡି.ଏନ୍‌.ଏ.)-ବୟସ ୧୦କି ୧୨ବର୍ଷ ହେବ। ନାଁ ତାଙ୍କର ସୁବାସ। ଯେଉଁ ବୟସରେ ପାଠପଢ଼ି ମାଆବାପାଙ୍କ କୋଳରେ ଅଳି ଅଝଟରେ ଦିନ ବିତୁଥାନ୍ତା ସେ ବୟସରେ ମୁଠେ...

ବାରଣ୍ଡାରେ ଅନୁଷ୍ଠିତ ହେଲା ମମତା ଦିବସ

କେନ୍ଦ୍ରାପଡ଼ା ଅଫିସ, ୧୪ା୧୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରଗଡ଼ ପଞ୍ଚାୟତର ଶିଳାପୋଖରୀ ଗ୍ରାମରେ ଅନୁଷ୍ଠିତ ହୋଇଥିବା ମମତା ଦିବସ ଶିବିରରେ ମାତୃ, ଶିଶୁ ଓ...

୫ରେ ଆଇସିଏସ୍‌ ପ୍ରାରମ୍ଭିକ ପରୀକ୍ଷା

କଟକ ଅଫିସ, ୪।୬: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ସିଭିଲ ସର୍ଭିସ (ଆଇସିଏସ୍‌) ପ୍ରାରମ୍ଭିକ ପରୀକ୍ଷା-୨୦୨୨ ଆସନ୍ତା ରବିବାର ଅନୁଷ୍ଠିତ ହେବ।...

ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ: ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେନି ପରିବାର ଲୋକେ

ସିମୁଳିଆ,୭।୧୨(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମକ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର...

ଯାଜପୁରରେ ସାନି ମତଦାନ ପୂର୍ବରୁ ନିର୍ବାଚନୀ ହିଂସା: ଭୁଜାଲିରେ ଆକ୍ରମଣ, ଜଣେ ଗୁରୁତର

ଯାଜପୁର ଅଫିସ,୧୯।୫- ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ୧୩୫ ନଂ ବୁଥ୍‌ କଲ୍ୟାଣପୁରଠାରେ ରବିବାର ସାନି ମତଦାନ ହେବା ପୂର୍ବରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ...

ତହସିଲ ଅଫିସ ଆଗରେ ବିକ୍ଷୋଭ,ଗଣଧାରଣା

ବନ୍ତ,୩ା୧୨(ଡି.ଏନ୍‌.ଏ.)- ମଙ୍ଗଳବାର ଭଦ୍ରକ ଜିଲା ବନ୍ତ ବ୍ଲକ କୃଷକ ସଭାର ବିଭିନ୍ନ ଦାବି ନେଇ ସିପିଆଇ(ଏମ୍‌)ପକ୍ଷରୁ ତହସିଲ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣା...

ଟ୍ରକ ଚକା ତଳେ ପଶିଗଲେ ସାଇକେଲ ଚାଳକ

କେନ୍ଦୁଝର,୨୭ା୧୨(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ବନାଯୋଡ଼ି ଗ୍ରାମ ନିକଟରେ ଏନ୍‌ଏଚ୍‌ ୨୦ରେ ରବିବାର ପୂର୍ବାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରକ ଚକା ତଳେ ଜଣେ ସାଇକେଲ...

Advertisement
Archives

Model This Week