ବେଦାନ୍ତ ପକ୍ଷରୁ ‘ସର୍ଟିଂ ହାର୍ଡ ହାଟ୍‌’ ଅଭିଯାନ

ଭୁବନେଶ୍ୱର,୧୧ା୩: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଇନ୍‌ଷ୍ଟାଗ୍ରାମ ଜରିଆରେ ଏକ ଅଭିନବ ଅଭିଯାନ ‘ସର୍ଟିଂ ହାର୍ଡ ହାଟ୍‌’ ନାମକ ଏକ ଅଗ୍‌ମେଣ୍ଟ ରିୟଲିଟି ଲିଡ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶେଷକରି ଉପତ୍ାଦନ ଉଦ୍ୟୋଗ କ୍ଷେତ୍ରରେ ମହିଳା ବୃତ୍ତିଧାରୀଙ୍କୁ ଉତ୍ସାହିତ କରିବା ଲାଗି ଏଭଳି ଏକ ଅଭିଯାନର ଅୟମାରମ୍ଭ କରାଯାଇଛି। ଏପରିକି ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପରେ ମଧ୍ୟ ଏହା ବିଶେଷ ଗୁରୁତ୍ୱ ପ୍ରଦାନ କରୁଛି। ସେହିଭଳି ଧାତୁ ଓ ଭାରି ଇଞ୍ଜିନିୟରିଂ କ୍ଷେତ୍ରରେ ପୁରୁଷ-ମହିଳା ନିଯୁକ୍ତି ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଦେଖାଦେଇଛି। ଉକ୍ତ ଅଭିଯାନ ଜରିଆରେ ବେଦାନ୍ତର ଆଭିମୁଖ୍ୟ ଉକ୍ତ ତାରତମ୍ୟକୁ ଦୂରକରିବା ପାଇଁ ପ୍ରୟାସ କରୁଛି।
ସେହିପରି ମହିଳା ବୃତ୍ତିଜୀବୀ ତଥା ଛାତ୍ରୀମାନଙ୍କୁ ଉତ୍ପାଦନ ଉଦ୍ୟୋଗରେ ଏକ ବୃତ୍ତିଗତ ବିଷୟ ଉପରେ ବିଚାର କରିବାକୁ ଅନୁରୋଧ କରାଯାଇଥିଲା। ଏହି ଅଭିଯାନ ପ୍ରକୃତରେ ଚଳିତ ବର୍ଷର ମହିଳା ଦିବସ ଥିମ୍‌, ଡିଜିଟାଲ-ଇନୋଭେଶନ ଆଣ୍ଡ ଟେକ୍ନୋଲୋଜି ଫର୍‌ ଜେଣ୍ଡର ଇକ୍ୟୁଟିକୁ ସ୍ଥାନିତ କରିଛି। ଅପରପକ୍ଷରେ ଉତ୍ପାଦନ, ଭାରି ଇଞ୍ଜିନିୟରିଂ ଓ ଧାତୁ ଶିଳ୍ପଗୁଡ଼ିକ ଭାରତର ମେରୁଦଣ୍ଡ ହେବ ଓ ବିଶ୍ୱର ଉତ୍ପାଦନ ହବ୍‌ ହେବାକୁ ଭାରତ ଆଶା ପୋଷଣ କରେ। ଏଥିରେ ସବୁଜ ଉତ୍ପାଦନ ଓ ସେବା ସୁଯୋଗ ସୃଷ୍ଟି ସହିତ ଏହି କ୍ଷେତ୍ର ସମସ୍ତଙ୍କ ପାଇଁ ଆକର୍ଷଣୀୟ ହେବ। ଏହି ଶିଳ୍ପରେ ଅପାର କ୍ୟାରିୟର ସୁଯୋଗ ସାଙ୍ଗକୁ ଉନ୍ନତ ସ୍ବୟଂଚାଳିତ, ସ୍ମାର୍ଟ ଉତ୍ପାଦନ, ରୋବୋଟିକ୍ସ ଓ ଅନ୍ୟାନ୍ୟ ବ୍ୟାପକ ନିଯୋଜନ ସୁଯୋଗ ସୃଷ୍ଟି ହେବ।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଆଗାମୀ ଦଶନ୍ଧି ଧାତୁ ଉପରେ ବିଶେଷ ନିର୍ଭର କରିବ। ଏଥିରେ ମାନବ ପୁଞ୍ଜିର ସର୍ବୋତ୍ତମ ଉପଯୋଗ ଲାଗି ଧାତୁ ଓ ଖଣି ଶିଳ୍ପ ଆବଶ୍ୟକ ହେବ। ଏକ ଉତ୍ତମ ଆସନ୍ତାକାଲି ପାଇଁ ଅଭିନବ ଉତ୍ପାଦ, ଚୂଡ଼ାନ୍ତ ସ୍ତରୀୟ ପ୍ରୟୋଗ ଓ ସ୍ଥାୟୀ ସମାଧାନ ପନ୍ଥା ଆବଶ୍ୟକ ରହିଛି। ଭାରତ ବିଶ୍ୱ ପାଇଁ ଏକ ମୂଲ୍ୟଯୁକ୍ତ ହବ୍‌ ଭାବେ ଉଭା ହେବା ସହ ଉତ୍ପାଦନ କ୍ଷେତ୍ରରେ ମହିଳା ବୃତ୍ତିଧାରୀଙ୍କ ଲାଗି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri