ଜଗନ୍ନାଥ ଦର୍ଶନ ପାଇଁ ଏସ୍‌ଓପି

ପୁରୀ ଅଫିସ, ୧୨ା୮: ଦୀର୍ଘ ଅଢେଇ ମାସ ପରେ କରୋନା କଟକଣା କୋହଳ ଯୋଗୁ ଶ୍ରୀମନ୍ଦିର ଖୋଲିବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି ପ୍ରକାଶ ପାଇଛି। ଗୁରୁବାରଠାରୁ ଶ୍ରୀମନ୍ଦିର ଖୋଲିବ। ପ୍ରଥମ ଦୁଇଦିନ ଅର୍ଥାତ ୧୨ ଓ ୧୩ ତାରିଖରେ ଶ୍ରୀମନ୍ଦିର ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ସୁଯୋଗ ମିଳିବ। ଏହାପରେ ଆସନ୍ତା ୧୬ତାରିଖରୁ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ। ପୁରୀ ସହରବାସୀ ଓ ସେବାୟତ ପରିବାର ସଦସ୍ୟଙ୍କ ପାଇଁ ଆର୍‌ଟି-ପିସିିଆର୍‌ ଟେଷ୍ଟ କିମ୍ବା ଡବଲ୍‌ ଡୋଜ୍‌ କୋଭିଡ୍‌ ଟିକା ବାଧ୍ୟତାମୂଳକ ନୁହେଁ। ପୁରୀ ସହରର ବାସିନ୍ଦା ହୋଇଥିବା ଯେକୌଣସି ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିହେବ।
ସେବାୟତ ପରିବାର ସଦସ୍ୟମାନେ ମଙ୍ଗଳ ଆଳତିଠାରୁ ପହଣ୍ଡି ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ପାଇବେ। ୨୦ ତାରିଖରେ ପୁରୀ ସହରବାସୀଙ୍କ ଦର୍ଶନ ସରିବା ପରେ ୨୧ ଓ ୨୨ରେ ସପ୍ତାହାନ୍ତ ଶଟଡାଉନ୍‌ ଯୋଗୁ ଦର୍ଶନ ବନ୍ଦ ରହିବ। ୨୩ ତାରିଖଠାରୁ ସାଧାରଣ ଦର୍ଶନ ଆରମ୍ଭ ହେବ। କୋଭିଡ୍‌ କଟକଣାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି।
ଶ୍ରଦ୍ଧାଳୁମାନେ ଡବଲ୍‌ ଡୋଜ୍‌ କୋଭିଡ୍‌ ଟିକା ନେଇଥିବେ କିମ୍ବା ସାଙ୍ଗରେ ୯୪ ଘଣ୍ଟା ପୂର୍ବର ଆର୍‌ଟି-ପିଶିଆର୍‌ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବେ। ଦୁଇଟି ମଧ୍ୟରୁ କୌଣସି ସର୍ତ୍ତ ପାଳନ ହୋଇ ନ ଥିଲେ, ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ସେହିଭଳି ସାଙ୍ଗରେ ପରିଚୟପତ୍ର ଆଣିବାକୁ ବାଧ୍ୟ। ନିଜ ଆସବାବପତ୍ରକୁ ଶ୍ରୀମନ୍ଦିର କ୍ଲକ୍‌ ରୁମ୍‌ରେ ରଖି ସାନିଟାଇଜ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସପ୍ତାହରେ ୫ ଦିନ ପୂର୍ବାହ୍ନ ୭ରୁ ସା ୭ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ହେବ। ସପ୍ତାହାନ୍ତ ଶଟଡାଉନ୍‌ରେ ଶ୍ରୀମନ୍ଦିର ପରିସର ଓ ବାହାର ସାନିଟାଇଜ୍‌ କରାଯିବ। ଆସନ୍ତା ୩୦ରେ ଜନ୍ମାଷ୍ଟମୀ ଓ ୧ତାରିଖରେ ଗଣେଶ ଚତୁର୍ଥୀରେ ଅଧିକ ଗହଳି ସମ୍ଭାବନା ଥିବାରୁ ଏହି ଦୁଇଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଥିବାବେଳେ ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ରଖିବେ। ଶ୍ରୀମନ୍ଦିର ପରିସରରେ ମୂର୍ତ୍ତି ଇତ୍ୟାଦିକୁ ସ୍ପର୍ଶ କରିବେ ନାହିଁ। ଫୁଲ, ଦୀପ ଓ ଭୋଗ ଇତ୍ୟାଦି ଶ୍ରୀମନ୍ଦିରକୁ ନେବା, ଦୀପ ଜାଳିବା ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନିଷେଧ କରାଯାଇଛି। ଶ୍ରୀମନ୍ଦିର ପରିସରରେ ଗୁଟ୍‌ଖା ଓ ପାନ ଇତ୍ୟାଦି ଖାଇଲେ ୫ଶହ ଓ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାର କଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଜଗନ୍ନାଥ ବଲ୍ଲଭ ଷ୍ଟାଣ୍ଡରେ ଚାରିଚକିଆ ଯାନ ପାର୍କିଂ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri