ଫିଲ୍ମ, ଧାରାବାହିକ ଶୁଟିଂ ପାଇଁ ଏସ୍‌ଓପି

ଭୁବନେଶ୍ୱର,୧୪।୭(ବ୍ୟୁରୋ): କରୋନା ମହାମାରୀ ପାଇଁ ଦୀର୍ଘଦିନ ଧରି ବନ୍ଦ ଥିବା ଓଡ଼ିଆ ଫିଲ୍ମ ଏବଂ ଧାରାବାହିକର ଶୁଟିଂ ପାଇଁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଜାରି କରିଛନ୍ତି। ଉଭୟ ଇନ୍‌ଡୋର ଓ ଆଉଟ୍‌ଡୋର୍‌ ଶୁଟିଂ ସହ ଓଟିଟି ପ୍ଲାଟଫର୍ମକୁ ମଧ୍ୟ ଏହି ଏସ୍‌ଓପି ଅନୁକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସଂକ୍ରମଣ ବଢୁଥିବାରୁ ଶୁଟିଂ ସେଟ୍‌ରେ ସମସ୍ତ ପ୍ରକାର କୋଭିଡ୍‌ ନିୟମ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏନେଇ ଯୁଗ୍ମ ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଏମ୍‌ଡିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
ପ୍ରଡକ୍ସନ ସଂସ୍ଥାଗୁଡ଼ିକ କଳାକାର, କର୍ମଚାରୀ ଓ ଅନ୍ୟ ଷ୍ଟେକ୍‌ ହୋଲ୍ଡରମାନଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରିବା ସହ ପ୍ରାକ୍‌ ସଚେତନମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ୬୫ବର୍ଷରୁ ଅଧିକ ବୟସ୍କ କଳାକାର କିମ୍ବା କ୍ରିଉ ସଦସ୍ୟ ଓ ଦର୍ଶକ ଶୁଟିଂ ସେଟ୍‌ ଯିବେନାହିଁ। ଶୁଟିଂରେ ସାମିଲ ଥିବା କେହି କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହେଲେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ପଠାଯିବ। ପ୍ରତିଦିନ ଶୁଟିଂକୁ ଯିବା ପୂର୍ବରୁ ସମସ୍ତଙ୍କର ତାପମାତ୍ରା ଯାଞ୍ଚ କରାଯିବା ସହ ଅନ୍ୟ ଲକ୍ଷଣ ସମ୍ପର୍କରେ ପଚରାଯିବ। ଯଥାସମ୍ଭବ ବିନା ଏସି କୋଠରୀ ଏବଂ ଟେଣ୍ଟ ବ୍ୟବହାର କରାଯିବା ସହ ୫ଜଣରୁ ଊର୍ଦ୍ଧ୍ୱ ଲୋକଙ୍କୁ ଭିତରକୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ମୁଖ୍ୟ କଳାକାରଙ୍କୁ ଛାଡ଼ି ମାତ୍ର ୩୦ ପ୍ରତିଶତ କ୍ରିଉ ସଦସ୍ୟଙ୍କୁ ସଂସ୍ଥାଗୁଡ଼ିକ ସେଟ୍‌ରେ ରଖିପାରିବେ। ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତାମୂଳକ ହେବ। ଅନୁମତି ପାଇଥିବା କଳାକାର ଏବଂ କ୍ରିଉ ସଦସ୍ୟମାନେ ଶୁଟିଂ ସେଟ୍‌କୁ ଯିବାବେଳେ ନିଜ ପରିଚୟ ପତ୍ର ଦେଖାଇବେ। ସମସ୍ତେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବେ। ବ୍ୟବହୃତ ସମସ୍ତ ଉପକରଣକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବ। ବନ୍ଦ କ୍ୟାମ୍ପସ୍‌ ନଚେତ୍‌ ଷ୍ଟୁଡିଓ ଭିତରେ କେବଳ ଶୁଟିଂକୁ ଅନୁମତି ମିଳିବ।
ସେହିଭଳି ଯଥାସମ୍ଭବ ଫେସ୍‌ଟାଇମ୍‌, ଜୁମ୍‌ ଏବଂ ସ୍କାଇପି ମାଧ୍ୟମରେ କାଷ୍ଟିଂ କରିବାକୁ କୁହାଯାଇଛି। ସେହିଭଳି ବ୍ରଶ ମାଧ୍ୟମରେ ମେକଅପ୍‌ କରାଯିବ। ମେକ୍‌ଅପ୍‌ ଆର୍ଟିଷ୍ଟ ଥରେ ମେକ୍‌ଅପ୍‌ କରିବାପରେ ହାତକୁ ଭଲଭାବେ ସାନିଟାଇଜ୍‌ କରି ଅନ୍ୟଜଣଙ୍କୁ ମେକ୍‌ଅପ୍‌ କରିବେ। ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ମେକ୍‌ଅପ୍‌ କିଟ୍‌ ରଖାଯିବା ସହ ମେକ୍‌ଅପ୍‌ ଆର୍ଟିଷ୍ଟ ପିପିଇ କିଟ୍‌ କିମ୍ବା ଫେସ୍‌ ସିଲ୍‌ଡ ପିନ୍ଧିବା ବାଧ୍ୟତାମୂଳକ। ସେହିଭଳି କଷ୍ଟ୍ୟୁମ୍‌ ପରିଧାନ ବେଳେ ମଧ୍ୟ ଏସ୍‌ଓପିକୁ କଡ଼ାକଡ଼ି ଭାବେ ଅନୁକରଣ କରିବାକୁ କୁହାଯାଇଛି। ଆଉଟ୍‌ଡୋର୍‌ ଶୁଟିଂ ଏବଂ ରାଜ୍ୟ ବାହାରେ ଶୁଟିଂ କରିବାକୁ ଯଥାସମ୍ଭବ ବାରଣ କରିବାକୁ କୁହାଯାଇଛି। ବାହାରକୁ ଶୁଟିଂ କରିବାକୁ ଗଲେ ରାଜ୍ୟ ସରକାରଙ୍କ ଅନୁମତି ନେବା ବାଧ୍ୟତାମୂଳକ। କ୍ରିଉ ସଦସ୍ୟଙ୍କ ପାଇଁ ଶୁଟିଂସ୍ଥଳୀରେ ରହିବାର ବ୍ୟବସ୍ଥା କରାଯିବ ବୋଲି ଏସ୍‌ଓପିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri