କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୧୪।୭: ଆଗାମୀ ଦିନରେ ପୃଥିବୀରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଏଡ଼ନୋମ୍‌ ଗେବ୍ରିୟେସସ୍‌ କହିଛନ୍ତି ଯେ, ଲୋକ ସଚେତନ ହେଉ ନ ଥିବାରୁ ଦିନକୁ ଦିନ ପୃଥିବୀରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସାମାଜିକ ଦୂରତା ବଜାୟ ରଖିବା, ଘରୁ ବାହାରକୁ ଗଲେ ମାସ୍କ ବ୍ୟବହାର କରିବା ଏବଂ ନିୟମିତ ସମୟ ବ୍ୟବଧାନରେ ହାତ ଧୋଇବା ଆଦି ମାର୍ଗଦର୍ଶିକାକୁ ଲୋକେ ଠିକ୍‌ ଭାବେ ପାଳନ ନ କରିବାରୁ ସଂକ୍ରମଣ ଥମୁ ନ ଥିବା ସେ କହିଛନ୍ତି। ଉତ୍ତର ଏବଂ ଦକ୍ଷିଣ ଆମେରିକା ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ କବଳରୁ ମୁକ୍ତି ପାଇ ପାରିନାହିଁ। ଏଭଳି ବିକଶିତ ଅଞ୍ଚଳର ସ୍ଥିତି ଏଭଳି ରହିଥିବା ସ୍ଥଳେ ପୃଥିବୀର ଅନଗ୍ରସର ଅଞ୍ଚଳରେ କରୋନାର ପ୍ରଭାବ କିଭଳି ହେବ ତାହା ଅନୁମାନ କରାଯାଇ ପାରୁଛି। ଜନ୍‌ ହୋପକିନ୍ସ୍‌ ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁସାରେ ଆମେରିକାରେ କରୋନା ଅଣାୟତ୍ତ ହେବାରେ ଲାଗିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୩୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ଲକ୍ଷେ ୩୫ ହଜାରରୁ ଅଧିକଙ୍କ ମୃତ୍ୟୁ ଘଟିଛି। ପୃଥିବୀର ଅନ୍ୟ ରାଷ୍ଟ୍ରରେ ମଧ୍ୟ କରୋନା ସଂକ୍ରମଣ ସ୍ଥିତି ଖରାପ ରହିଥିବା ଗେବ୍ରିୟେସସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଳଭୂଷଣ ଯାଦବ ମାମଲା: ଆଇସିଜେ ରାୟ ଆଜି

ନୂଆଦିଲ୍ଲୀ/ହେଗ୍‌, ୧୭ା୭(ପି.ଟି.) :କୁଳଭୂଷଣ ଯାଦବ ମାମଲାର ଚୂଡାନ୍ତ ରାୟ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ରେ ବୁଧବାର ହେବାକୁ ଯାଉଛି। ମାମଲାର ରାୟ ଭାରତ ଓ ପାକିସ୍ତାନ ମଧ୍ୟରେ...

ହଂକଂ ପରେ ଏବେ ତାଇଓ୍ବାନ ଉପରେ ଚାଇନା ନଜର: ଜିନପିଙ୍ଗ…

ବେଜିଂ,୧୬।୧୦ : ରବିବାର କମ୍ୟୁନିଷ୍ଟ ପାର୍ଟି ସମ୍ମିଳନୀ ଉଦଘାଟନୀ ଉତ୍ସବରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ଦେଶ...

ସୁନକ ଅଣଦେଖା କରିବାରୁ ମନ୍ତ୍ରୀଙ୍କ ଇସ୍ତଫା

ଲଣ୍ଡନ,୧।୭: ବ୍ରିଟେନ୍‌ ପରିବେଶ ମନ୍ତ୍ରୀ ଜାକ୍‌ ଗୋଲ୍ଡସ୍ମିଥ୍‌ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପରିବେଶ ବିଭାଗକୁ ନେଇ ପ୍ରଧାନମନ୍ତ୍ରୀ ଋଷି ସୁନକ ଅଣଦେଖା କରୁଥିବା...

ଟିକ୍‌ଟକ୍‌ ବିରୋଧରେ ବ୍ରିଟେନ-ନ୍ୟୁଜିଲାଣ୍ଡରେ ପ୍ରତିବନ୍ଧକ..

ଲଣ୍ଡନ/ଓ୍ବିଲିଣ୍ଟନ,୧୮।୩ : ଆମେରିକା ପରେ ଚାଇନା ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ ବିରୋଧରେ ବ୍ରିଟେନ ଏବଂ ନ୍ୟୁଜିଲାଣ୍ଡ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇଛନ୍ତିି। ନ୍ୟୁୟର୍କ ଟାଇମ୍ସ ଏହି...

ଭାରତ ସହିତ ଛିଡ଼ା ହୋଇଛି ପାକିସ୍ତାନ, କରୋନାକୁ ଦିଆଯିବ ଜବାବ: ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।...

ବ୍ରାଜିଲ୍‌ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍‌

ବ୍ରାସିଲିଆ, ୨୩।୭: ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍‌ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର...

ଆଇଏସଆଇ ନଜରରେ ହିଜବୁଲ ମୁଖ୍ୟ ସଲାହୁଦ୍ଦିନ, ମିଳୁଛି ହତ୍ୟା ଧମକ…

ଇସଲାମାବାଦ,୧୩।୯ : ପାକିସ୍ତାନ ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ଉପରେ ଭାରତ ସରକାରଙ୍କ ଧାରା ୩୭୦ ରଦ୍ଦ ହେବା...

ସପ୍ତାହରେ ୪ଦିନ କାମ: ପରିଣାମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମାଲିକ

ସରକାରୀ ହେଉ କି ବେସରକାରୀ କମ୍ପାନୀଗୁଡିକରେ କାମ କରୁଥିବା କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ସାପ୍ତାହିକ ଛୁଟି ମିଳିଥାଏ। ଆଜିକାଲି ବେସରକାରୀ କମ୍ପାନୀଗୁଡିକରେ କାର୍ଯ୍ୟ ଏତେ...

Advertisement
Archives

Model This Week