୬୦୦ରୁ ୬୦୦ ନମ୍ବର ଆଣି ଇତିହାସ ରଚିଲେ ଦିବ୍ୟାଂଶୀ, ଏହି ବିଷୟରେ କ୍ୟାରିୟର୍‌ ଗଢିବାକୁ ଚାହୁଁଛନ୍ତି

ଲକ୍ଷ୍ନୌ,୧୪।୭: ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷାରେ ୬୦୦ରୁ ୬୦୦ନମ୍ବର ଆଣି ଇତିହାସ ସୃଷ୍ଟି କରିଛନ୍ତି ଲକ୍ଷ୍ନୌର ଦିବ୍ୟାଂଶୀ। ୧୭ ବର୍ଷୀୟ ଏହି ଛାତ୍ରୀ ଇଂରାଜୀ, ସଂସ୍କୃତ, ଇତିହାସ, ଅର୍ଥନୀତି ଏବଂ ଇନସ୍ୟୁରାନ୍ସ ପରୀକ୍ଷାରେ ୧୦୦ରୁ ୧୦୦ ନମ୍ବର ଆଣିଛନ୍ତି। କୋଭିଡ -୧୯ କାରଣରୁ ତାଙ୍କର ଭୁଗୋଳ ପରୀକ୍ଷା ବାତିଲ କରାଯାଇଥିଲା। ଯଦିଓ ସିବିଏସଇ ଏହାର ମେରିଟ ତାଲିକା ଘୋଷଣା କରିନାହିଁ କିନ୍ତୁ ନିଷ୍ପତ୍ତି ନିଆଯାଇଛି ଯେ ଦିବ୍ୟାଂଶୀ ଟପ୍ପରମାନଙ୍କ ମଧ୍ୟରେ ରହିବେ। ଦିବ୍ୟାଂଶୀ କୁହନ୍ତି, ‘ମୁଁ ଜାଣିଥିଲି ଯେ ମୁଁ ଭଲ ସ୍କୋର କରିବି କିନ୍ତୁ ଫଳାଫଳ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ନିୟମିତ ଭାବେ ଦୈନିକ ନୋଟ କରୁଥିଲି। ସେ କହିଥିଲେ, ଯଦି ମୁଁ ଗୋଟିଏ ଦିନରେ ଅଧ୍ୟୟନରୁ ବଞ୍ଚିତ ହୋଇଥାଏ। ତେବେ ମୁଁ ପରଦିନ ଏହାକୁ ସମାପ୍ତ କରିବାକୁ ଚେଷ୍ଟା କରେ। ସଙ୍ଗୀତ, ପାଠ ଏବଂ ଦର୍ଶନ ପାଇଁ ସେ ଆଗ୍ରହୀ ଥିବା କହିଛନ୍ତି ଦିବ୍ୟାଂଶୀ । ସେ ଆଗକୁ ଇତିହାସରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏଥିପାଇଁ ଆବେଦନ କରିଛନ୍ତି। ମୁଁ ଜାଣେ ନାହିଁ ମୁଁ ମୋ ଜୀବନରେ କ’ଣ କରିବାକୁ ଚାହୁଁଛି, କିନ୍ତୁ ବର୍ତ୍ତମାନ ପାଇଁ ମୁଁ ଇତିହାସ ପଢିବାକୁ ଚାହୁଁଛି। ଦେଶର ଇତିହାସ ବିଷୟରେ ଅନେକ ପଢିବାକୁ ପଡିବ। ପରୀକ୍ଷାରେ ସର୍ବାଧିକ ମାର୍କ ଅଣାଯିବା ଆବଶ୍ୟକ ନୁହେଁ। ୧୦୦ ପ୍ରତିଶତ ଦେବା ଜରୁରୀ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?